ଅଲ୍-କାଏଦାର ଧମକପୂର୍ଣ୍ଣ E-MAIL, ବୋମାରେ ଉଡାଇଦେବୁ ବିହାର ସିଏମ୍ଓ ଅଫିସ...
ପାଟନା ୦୪।୦୮ : ବିହାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବୋମାରେ ଉଡାଇଦେବାକୁ ଧମକ । ଏକ ଇମେଲ୍ ଜରିଆରେ ସିଏମ୍ଓ ଅଫିସ ଉଡାଇ ଦେବାକୁ ଧମକ । ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ଆକ୍ସନକୁ ଆସିଛି ଏଟିଏସ୍ । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଏଟିଏସ୍ ।ଖବର ଅନୁଯାୟୀ, ୧୬ ଜୁଲାଇରେ ଏକ ଧମକପୂର୍ଣ୍ଣ ଇମେଲ୍ ବିହାର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଆସିଥିଲା । ଯେଉଁଥିରେ ସିଏମ୍ଓ ଅଫିସକୁ ବୋମାରେ ଉଡାଇ ଦେବାକୁ ଧମକ ଦିଆଯାଇଥିଲା । ବିହାର ସ୍ପେଶାଲ ସେଲ୍ ତାଙ୍କର କୌଣସି ପ୍ଲାନ୍କୁ ଫେଲ୍ କରିପାରିବେ ନାହିଁ ବୋଲି ବି ମେଲ୍ରେ ଲେଖାଥିଲା । ଆତଙ୍କୀ ସଂଗଠନ ଅଲ୍କାଏଦା ନାଁରେ ଏହି ମେଲ୍ ଆସିଥିଲା । ତେବେ ଏହି ମେଲ୍ ଆସିବା ପରେ ଆକ୍ସନକୁ ଆସିଥିଲେ ସଚ୍ଚିବାଳୟ କର୍ମଚାରୀ । ସଚ୍ଚିବାଳୟ ଥାନାରେ ଏନେଇ ମାମଲା ମଧ୍ୟ ରୁଜୁ କରାଯାଇଥିଲା । ଆଉ ଛାନ୍ଭିନ୍ ମଧ୍ୟ ଜାରି ରଖିଛି । ସେପଟେ ବିହାର ଏଟିଏସ୍ ଏବଂ ପୋଲିସ ମିଳିତ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଏହି ମେଲ୍ କିଏ ପଠାଇଛି ? କେଉଁ ଉଦ୍ଦେଶ୍ୟ ନେଇ ପଠାଇଛି । ଏହା ପଛର କାରଣ କଣ ? ଏପରି ଅନେକ ପ୍ରଶ୍ନ ନେଇ ଖୋଳତାଡ ଜାରି ରଖିଛି ପୋଲିସ ।
ପାଟନା ୦୪।୦୮ : ବିହାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବୋମାରେ ଉଡାଇଦେବାକୁ ଧମକ । ଏକ ଇମେଲ୍ ଜରିଆରେ ସିଏମ୍ଓ ଅଫିସ ଉଡାଇ ଦେବାକୁ ଧମକ । ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ଆକ୍ସନକୁ ଆସିଛି ଏଟିଏସ୍ । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଏଟିଏସ୍ ।
ଖବର ଅନୁଯାୟୀ, ୧୬ ଜୁଲାଇରେ ଏକ ଧମକପୂର୍ଣ୍ଣ ଇମେଲ୍ ବିହାର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଆସିଥିଲା । ଯେଉଁଥିରେ ସିଏମ୍ଓ ଅଫିସକୁ ବୋମାରେ ଉଡାଇ ଦେବାକୁ ଧମକ ଦିଆଯାଇଥିଲା । ବିହାର ସ୍ପେଶାଲ ସେଲ୍ ତାଙ୍କର କୌଣସି ପ୍ଲାନ୍କୁ ଫେଲ୍ କରିପାରିବେ ନାହିଁ ବୋଲି ବି ମେଲ୍ରେ ଲେଖାଥିଲା । ଆତଙ୍କୀ ସଂଗଠନ ଅଲ୍କାଏଦା ନାଁରେ ଏହି ମେଲ୍ ଆସିଥିଲା । ତେବେ ଏହି ମେଲ୍ ଆସିବା ପରେ ଆକ୍ସନକୁ ଆସିଥିଲେ ସଚ୍ଚିବାଳୟ କର୍ମଚାରୀ । ସଚ୍ଚିବାଳୟ ଥାନାରେ ଏନେଇ ମାମଲା ମଧ୍ୟ ରୁଜୁ କରାଯାଇଥିଲା । ଆଉ ଛାନ୍ଭିନ୍ ମଧ୍ୟ ଜାରି ରଖିଛି । ସେପଟେ ବିହାର ଏଟିଏସ୍ ଏବଂ ପୋଲିସ ମିଳିତ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଏହି ମେଲ୍ କିଏ ପଠାଇଛି ? କେଉଁ ଉଦ୍ଦେଶ୍ୟ ନେଇ ପଠାଇଛି । ଏହା ପଛର କାରଣ କଣ ? ଏପରି ଅନେକ ପ୍ରଶ୍ନ ନେଇ ଖୋଳତାଡ ଜାରି ରଖିଛି ପୋଲିସ ।