କିଏ ହେବ ପିସିସିର ନୂଆ ମଙ୍ଗୁଆଳ, ସୋମବାରଠୁ ଆରମ୍ଭ କସରତ

ଭୁବନେଶ୍ୱର ୦୪।୧୧ : ସୋମବାରଠୁ ଆରମ୍ଭ ହେବ ରାଜ୍ୟ କଂଗ୍ରେସର ମୁଖିଆ ଖୋଜା କସରତ । ରାଜ୍ୟ କଂଗ୍ରେସର ମଙ୍ଗୁଆଳ ବାଛିବା ପାଇଁ ଓଡିଶା ଆସୁଛନ୍ତି ଛତିଶଗଡ଼ ବିରୋଧୀ ଦଳ ନେତା ଚରଣଦାସ ମହନ୍ତ ଏବଂ ବରିଷ୍ଠ କଂଗ୍ରେସ ନେତ୍ରୀ ମୀନାକ୍ଷୀ ନଟରାଜନ । ଏହି ଦୁଇ ନେତା ରାଜ୍ୟ ନେତାଙ୍କ ସହ ଆଲୋଚନା କରି ଏଆଇସିସିକୁ ରିପୋର୍ଟ ଦେବେ । ଖବର ଅନୁଯାୟୀ, ସୋମବାର ରାଜ୍ୟ କଂଗ୍ରେସ ଭବନରେ ଏହି ଦୁଇ ନେତା ବୈଠକ କରିବେ । ଦିନ ୧ଟାରୁ ରାତି ୧୦ଟା ଯାଏଁ ବୈଠକ କରିବେ । ପ୍ରଥମ ଷ୍ଟିଅରିଂ କମିଟି ସହ ଆଲୋଚନା କରିବେ । ବିଧାୟକ ଓ ସାଂସଦ ଭେଟି ମତାମତ ନେବେ । ଜିଲ୍ଲା ସଭାପତି ଓ ଛାମୁଆ ସଂଗଠନ ନେତାଙ୍କ ସହ ମଧ୍ୟ ବୈଠକ କରିବେ । ଏହାପରେ କିଛି ନେତାଙ୍କ ସହ ଓ୍ୱାନ୍‌ ଟୁ ଓ୍ୱାନ୍‌ ଆଲୋଚନା ବି କରିବେ ଏହି ଦୁଇ ନେତା । ପିସିସି ସଭାପତି ଦୌଡରେ ଭକ୍ତ ଦାସ, ମହମ୍ମଦ ମୋକିମ, ଶ୍ରୀକାନ୍ତ ଜେନାଙ୍କ ନାଁ ଆଗରେ ରହିଛି । ତେବେ ଦେଖାଯାଉ କିଏ ହେଉଛି ପିସିସିର ପରବର୍ତ୍ତୀ ମୁଖିଆ । 

କିଏ ହେବ ପିସିସିର ନୂଆ ମଙ୍ଗୁଆଳ, ସୋମବାରଠୁ ଆରମ୍ଭ କସରତ

ଭୁବନେଶ୍ୱର ୦୪।୧୧ : ସୋମବାରଠୁ ଆରମ୍ଭ ହେବ ରାଜ୍ୟ କଂଗ୍ରେସର ମୁଖିଆ ଖୋଜା କସରତ । ରାଜ୍ୟ କଂଗ୍ରେସର ମଙ୍ଗୁଆଳ ବାଛିବା ପାଇଁ ଓଡିଶା ଆସୁଛନ୍ତି ଛତିଶଗଡ଼ ବିରୋଧୀ ଦଳ ନେତା ଚରଣଦାସ ମହନ୍ତ ଏବଂ ବରିଷ୍ଠ କଂଗ୍ରେସ ନେତ୍ରୀ ମୀନାକ୍ଷୀ ନଟରାଜନ । ଏହି ଦୁଇ ନେତା ରାଜ୍ୟ ନେତାଙ୍କ ସହ ଆଲୋଚନା କରି ଏଆଇସିସିକୁ ରିପୋର୍ଟ ଦେବେ । 

ଖବର ଅନୁଯାୟୀ, ସୋମବାର ରାଜ୍ୟ କଂଗ୍ରେସ ଭବନରେ ଏହି ଦୁଇ ନେତା ବୈଠକ କରିବେ । ଦିନ ୧ଟାରୁ ରାତି ୧୦ଟା ଯାଏଁ ବୈଠକ କରିବେ । ପ୍ରଥମ ଷ୍ଟିଅରିଂ କମିଟି ସହ ଆଲୋଚନା କରିବେ । ବିଧାୟକ ଓ ସାଂସଦ ଭେଟି ମତାମତ ନେବେ । ଜିଲ୍ଲା ସଭାପତି ଓ ଛାମୁଆ ସଂଗଠନ ନେତାଙ୍କ ସହ ମଧ୍ୟ ବୈଠକ କରିବେ । ଏହାପରେ କିଛି ନେତାଙ୍କ ସହ ଓ୍ୱାନ୍‌ ଟୁ ଓ୍ୱାନ୍‌ ଆଲୋଚନା ବି କରିବେ ଏହି ଦୁଇ ନେତା । ପିସିସି ସଭାପତି ଦୌଡରେ ଭକ୍ତ ଦାସ, ମହମ୍ମଦ ମୋକିମ, ଶ୍ରୀକାନ୍ତ ଜେନାଙ୍କ ନାଁ ଆଗରେ ରହିଛି । ତେବେ ଦେଖାଯାଉ କିଏ ହେଉଛି ପିସିସିର ପରବର୍ତ୍ତୀ ମୁଖିଆ ।