ମିଜୋରାମରେ ପ୍ରକୃତିର ପ୍ରକୋପ, ୩ ଦିନରେ ଭାଙ୍ଗିଛି ଶହଶହ ଘର, ବାଦ ଯାଇନି ସ୍କୁଲ ଓ ସରକାରୀ କ୍ୱାର୍ଟର

ଆଇଜୋଲ ୩।୪: ଗତ ୩ ଦିନ ହେଲା ମିଜୋରାମରେ ପ୍ରକୃତି ତାଣ୍ଡବ ରଚିଛି। ଝଡତୋଫାନ, କୁଆପଥର ବର୍ଷାରେ ୨,୫୦୦ରୁ ଅଧିକ ଘର ଭାଙ୍ଗିଥିବା ବେଳେ ସ୍କୁଲ ଓ ସରକାରୀ ଭବନ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଜଣେ ମହିଳାଙ୍କ ଉପରେ ଗଛ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଅଧିକାରୀମାନେ ବୁଧବାର ସୂଚନା ଦେଇଛନ୍ତି। ଅଧିକାରୀଙ୍କ ସୂଚନା ଅନୁସାରେ ରବିବାର ଓ ମଙ୍ଗଳବାର ମଧ୍ୟରେ ମିଜୋରାମର ଅନେକ ଭାଗରେ ଭୀଷଣ ବର୍ଷା ସାଙ୍ଗକୁ ଶକ୍ତିଶାଳୀ ଝଡତୋଫାନ ହୋଇଥିଲା, ଯାହା ରାଜ୍ୟରେ ବିପର୍ଯୟ ସୃଷ୍ଟି କରିଛି। ଅଧିକାରୀ କହିଛନ୍ତି ସୋମବାର ଝଡତୋଫାନ ବେଳେ ଏକ ଗଛ ଜଣେ୪୫ ବର୍ଷିୟ ମହିଳାଙ୍କ ଉପରେ ପଡି ଯାଇଥିଲା। ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରବନ୍ଧନ ଓ ପୁନର୍ବାସ ବିଭାଗର ଅଧିକାରୀଙ୍କ ଅନୁସାରେ ଝଡତୋଫାନ ଓ ବର୍ଷା ଯୋଗୁ ୫ ଜିଲ୍ଲାରେ ୧୫ ଚର୍ଚ୍ଚ, ୧୭ ସ୍କୁଲ, ଚମ୍ଫାଇ ଓ ସୈତୁଲ ଜିଲ୍ଲାରେ ୧୧ ରିଲିଫ କ୍ୟାମ୍ପ, କୋଲାସିବ ଓ ସିରଛିପ ଜିଲ୍ଲାରେ ୧୧ ଅଙ୍ଗନବାଡି କେନ୍ଦ୍ର ଓ ଅନେକ ସରକାରୀ ଭବନ ସହିତ ୨,୫୦୦ରୁ ଅଧିକ ଘର ତୋଫାନ ଏବଂ କୁଆପଥର ବୃଷ୍ଟିରେ କ୍ଷତିଗ୍ରସ୍ତ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଉତ୍ତର ମିଜୋରାମର କୋଲାସିବା ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଯେଉଁଠି ୭୯୫ ବାସଗୃହ ସମେତ ୭ ସ୍କୁଲ, ୬ ଚର୍ଚ, ୮ ଅଙ୍ଗନବାଡି କେନ୍ଦ୍ର ଓ ୧୧ ଷ୍ଟାଫ କ୍ୱାର୍ଟର ଆଦି ନଷ୍ଟ ହୋଇଯାଇଛି। ଏହା ପଛକ

ମିଜୋରାମରେ ପ୍ରକୃତିର ପ୍ରକୋପ, ୩ ଦିନରେ ଭାଙ୍ଗିଛି ଶହଶହ ଘର, ବାଦ ଯାଇନି ସ୍କୁଲ ଓ ସରକାରୀ କ୍ୱାର୍ଟର

ଆଇଜୋଲ ୩।୪: ଗତ ୩ ଦିନ ହେଲା ମିଜୋରାମରେ ପ୍ରକୃତି ତାଣ୍ଡବ ରଚିଛି। ଝଡତୋଫାନ, କୁଆପଥର ବର୍ଷାରେ ୨,୫୦୦ରୁ ଅଧିକ ଘର ଭାଙ୍ଗିଥିବା ବେଳେ ସ୍କୁଲ ଓ ସରକାରୀ ଭବନ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଜଣେ ମହିଳାଙ୍କ ଉପରେ ଗଛ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଅଧିକାରୀମାନେ ବୁଧବାର ସୂଚନା ଦେଇଛନ୍ତି। ଅଧିକାରୀଙ୍କ ସୂଚନା ଅନୁସାରେ ରବିବାର ଓ ମଙ୍ଗଳବାର ମଧ୍ୟରେ ମିଜୋରାମର ଅନେକ ଭାଗରେ ଭୀଷଣ ବର୍ଷା ସାଙ୍ଗକୁ ଶକ୍ତିଶାଳୀ ଝଡତୋଫାନ ହୋଇଥିଲା, ଯାହା ରାଜ୍ୟରେ ବିପର୍ଯୟ ସୃଷ୍ଟି କରିଛି। 

ଅଧିକାରୀ କହିଛନ୍ତି ସୋମବାର ଝଡତୋଫାନ ବେଳେ ଏକ ଗଛ ଜଣେ୪୫ ବର୍ଷିୟ ମହିଳାଙ୍କ ଉପରେ ପଡି ଯାଇଥିଲା। ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରବନ୍ଧନ ଓ ପୁନର୍ବାସ ବିଭାଗର ଅଧିକାରୀଙ୍କ ଅନୁସାରେ ଝଡତୋଫାନ ଓ ବର୍ଷା ଯୋଗୁ ୫ ଜିଲ୍ଲାରେ ୧୫ ଚର୍ଚ୍ଚ, ୧୭ ସ୍କୁଲ, ଚମ୍ଫାଇ ଓ ସୈତୁଲ ଜିଲ୍ଲାରେ ୧୧ ରିଲିଫ କ୍ୟାମ୍ପ, କୋଲାସିବ ଓ ସିରଛିପ ଜିଲ୍ଲାରେ ୧୧ ଅଙ୍ଗନବାଡି କେନ୍ଦ୍ର ଓ ଅନେକ ସରକାରୀ ଭବନ ସହିତ ୨,୫୦୦ରୁ ଅଧିକ ଘର ତୋଫାନ ଏବଂ କୁଆପଥର ବୃଷ୍ଟିରେ କ୍ଷତିଗ୍ରସ୍ତ ହୋଇଛି। 

ଏହି ପ୍ରାକୃତିକ ବିପର୍ଯ୍ୟୟରେ ଉତ୍ତର ମିଜୋରାମର କୋଲାସିବା ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଯେଉଁଠି ୭୯୫ ବାସଗୃହ ସମେତ ୭ ସ୍କୁଲ, ୬ ଚର୍ଚ, ୮ ଅଙ୍ଗନବାଡି କେନ୍ଦ୍ର ଓ ୧୧ ଷ୍ଟାଫ କ୍ୱାର୍ଟର ଆଦି ନଷ୍ଟ ହୋଇଯାଇଛି। ଏହା ପଛକୁ ଆଇଜୋଲ ଜିଲ୍ଲାରେ ସବୁଠୁ ଅଧିକ ୬୩୨ ଘର ପ୍ରଭାବିତ ହୋଇଛି। ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପ୍ରବନ୍ଧନ ଓ ପୁନର୍ବାସ ବିଭାଗ ମନ୍ତ୍ରୀ କେ.ସପଡାଙ୍ଗା କହିଛନ୍ତି ଯେ ନିର୍ବାଚନ ଆଚରଣବିଧି ଲାଗୁ ସତ୍ତ୍ୱେ ସରକାର ବର୍ତ୍ତମାନର ଆଇନ ଅନୁସାରେ ପ୍ରଭାବିତ ଲୋକଙ୍କୁ ସହାୟତା କରିବେ। ଏଥି ପାଇଁ ରାଜ୍ୟ ସରକାର ନିର୍ବାଚନ ଆୟୋଗଙ୍କୁ ଅନୁମତି ମାଗିଥିବା ମନ୍ତ୍ରୀ କହିଛନ୍ତି।