ଆଫ୍ରିକାଠୁ ହାରିବା ଭାଙ୍ଗିଲା ଆଫଗାନ କ୍ରିକେଟରଙ୍କ ହୃଦୟ, କାନ୍ଦିଲେ କ୍ୟାପଟେନ୍‌

ନୂଆଦିଲ୍ଲୀ  ୨୭/୦୬: ଟି-୨୦ ବିଶ୍ୱକପ୍ ୨୦୨୪ ପ୍ରଥମ ସେମିରେ ଆଫଗାନିସ୍ତାନକୁ ହରାଇ ଫାଇଲାନ୍‌ରେ ଦକ୍ଷିଣ ଆଫ୍ରିକା । ପ୍ରଥମ ଟିମ୍‌ ଭାବେ ସେ ଫାଇନାଲ୍‌ରେ କରିଛି ଏଣ୍ଟ୍ରି । ୨୭ ଜୁନ୍ ଅର୍ଥାତ୍ ଗୁରୁବାର ଖେଳାଯାଇଥିଲା ଏହି ମୁକାବିଲା । ଆଫଗାନିସ୍ତାନକୁ ୯ ଓ୍ୱିକେଟ୍‌ରେ ହରାଇ ବାଜି ମାରିଛି ଦକ୍ଷିଣ ଆଫ୍ରିକା । ତ୍ରିନିଦାଦର ତୌରବାରେ ହୋଇଥିବା ମ୍ୟାଚ୍‌ରେ ଆଫଗାନ୍ ଟିମ୍ ପ୍ରଥମେ ବ୍ୟାଟିଂ କରି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ମାତ୍ର ୫୬ ରନ୍ ଅଟକି ଥିଲା ଆଫଗାନ୍ ଟିମ୍ । ଯାହାକି ଟି-୨୦ ବିଶ୍ୱକପ୍‌ର ସେମି ମୁକାବିଲାର ଥିଲା ଇତିହାସ । କାରଣ ସେମି ମୁକାବିଲାରେ ଏତେ କମ୍ ରନ୍ କେହି କରିନାହାଁନ୍ତି । ତେବେ ଏହି ଟାର୍ଗେଟ୍‌କୁ ଅତି ସହଜରେ ଅର୍ଥାତ୍ ୮.୫ ଓଭରରେ ୬୦ ରନ୍‌ କରି ଅତି ସହଜରେ ବିଜୟ ହାସଲ କରିଥିଲା ଆଫ୍ରିକା । ତେବେ ଏହି ମ୍ୟାଚ୍ ଜିତି ୨୯ ଜୁନ୍‌ରେ ହେବାକୁ ଥିବା ଫାଇନାଲ୍ ଟିକେଟ ପକ୍କା କରିଛି ଦଳ । ଏହି ମ୍ୟାଚ୍‌ରେ ଧରାଶାୟୀ ହୋଇପଡିଥିଲେ ଆଫଗାନ୍ ବୋଲର । କେବଳ ଅଜମତୁଲ୍ଲାହ ଉମରଜାଇ କରିଥିଲେ ସବୁଠୁ ଅଧିକ ସ୍କୋର ୧୦ ରନ୍ । ସେହିଭଳି ଦକ୍ଷିଣ ଆଫ୍ରିକା ତରଫରୁ ଏଡେନ୍ ମାକର୍ମ ଶେଷ ଯାଏଁ ଖେଳି ଦଲକୁ ଦେଇଥିଲେ ବିଜୟ । Chin up, Skipp! You've given us the World this event! ????@RashidKhan_19#AfghanAtalan | #T20WorldCup | #GloriousNationVictoriousTeam pic

ଆଫ୍ରିକାଠୁ ହାରିବା ଭାଙ୍ଗିଲା ଆଫଗାନ କ୍ରିକେଟରଙ୍କ ହୃଦୟ, କାନ୍ଦିଲେ କ୍ୟାପଟେନ୍‌

ନୂଆଦିଲ୍ଲୀ  ୨୭/୦୬: ଟି-୨୦ ବିଶ୍ୱକପ୍ ୨୦୨୪ ପ୍ରଥମ ସେମିରେ ଆଫଗାନିସ୍ତାନକୁ ହରାଇ ଫାଇଲାନ୍‌ରେ ଦକ୍ଷିଣ ଆଫ୍ରିକା । ପ୍ରଥମ ଟିମ୍‌ ଭାବେ ସେ ଫାଇନାଲ୍‌ରେ କରିଛି ଏଣ୍ଟ୍ରି । ୨୭ ଜୁନ୍ ଅର୍ଥାତ୍ ଗୁରୁବାର ଖେଳାଯାଇଥିଲା ଏହି ମୁକାବିଲା । ଆଫଗାନିସ୍ତାନକୁ ୯ ଓ୍ୱିକେଟ୍‌ରେ ହରାଇ ବାଜି ମାରିଛି ଦକ୍ଷିଣ ଆଫ୍ରିକା । 

ତ୍ରିନିଦାଦର ତୌରବାରେ ହୋଇଥିବା ମ୍ୟାଚ୍‌ରେ ଆଫଗାନ୍ ଟିମ୍ ପ୍ରଥମେ ବ୍ୟାଟିଂ କରି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ମାତ୍ର ୫୬ ରନ୍ ଅଟକି ଥିଲା ଆଫଗାନ୍ ଟିମ୍ । ଯାହାକି ଟି-୨୦ ବିଶ୍ୱକପ୍‌ର ସେମି ମୁକାବିଲାର ଥିଲା ଇତିହାସ । କାରଣ ସେମି ମୁକାବିଲାରେ ଏତେ କମ୍ ରନ୍ କେହି କରିନାହାଁନ୍ତି । ତେବେ ଏହି ଟାର୍ଗେଟ୍‌କୁ ଅତି ସହଜରେ ଅର୍ଥାତ୍ ୮.୫ ଓଭରରେ ୬୦ ରନ୍‌ କରି ଅତି ସହଜରେ ବିଜୟ ହାସଲ କରିଥିଲା ଆଫ୍ରିକା । 

ତେବେ ଏହି ମ୍ୟାଚ୍ ଜିତି ୨୯ ଜୁନ୍‌ରେ ହେବାକୁ ଥିବା ଫାଇନାଲ୍ ଟିକେଟ ପକ୍କା କରିଛି ଦଳ । ଏହି ମ୍ୟାଚ୍‌ରେ ଧରାଶାୟୀ ହୋଇପଡିଥିଲେ ଆଫଗାନ୍ ବୋଲର । କେବଳ ଅଜମତୁଲ୍ଲାହ ଉମରଜାଇ କରିଥିଲେ ସବୁଠୁ ଅଧିକ ସ୍କୋର ୧୦ ରନ୍ । ସେହିଭଳି ଦକ୍ଷିଣ ଆଫ୍ରିକା ତରଫରୁ ଏଡେନ୍ ମାକର୍ମ ଶେଷ ଯାଏଁ ଖେଳି ଦଲକୁ ଦେଇଥିଲେ ବିଜୟ । 


ଦୁଇ ଜଣ ନଟ୍‌ ଆଉଟ୍ ରହି ଏହି ରେକର୍ଡ କରିଥିଲେ । ଆଫ୍ରିକା ଟିମ୍‌ରେ ଏକମାତ୍ର ବୋଲର କ୍ୱିଣ୍ଟନ ଡି-କକ୍ ପ୍ରଥମ ଖେଳାଳି ଭାବେ ଆଉଟ୍ ହୋଇଥିଲେ । ତେବେ ମ୍ୟାଚ୍ ହାରିବା ପରେ ଆଫଗାନ ଖେଳାଳି ବହୁତ ଭାଙ୍ଗିପଡିଥିବା ଦେଖିବାକୁ ମିଳିଥିଲା । ତାଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇପଡିଥିଲା ପରାଜୟର ଦୁଃଖ । 

କ୍ୟାପଟେନ୍ ରସିଦ୍ ଖାନ୍‌ଙ୍କ ଏମିତି ଗୋଟେ ଫଟୋ ଭାଇରାଲ୍ ହେଉଛି, ଯାହାକୁ ଦେଖିବା ପରେ ଜମାପଡୁଛି କି, ସେ ତାଙ୍କ ଲୁହକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଆଉ ତାଙ୍କ ପାଖରେ ହେଡ୍ କୋର୍ଚ ଜୋନାଥନ୍ ଟ୍ରୋଟ୍ ବି ଉପସ୍ଥିତ ଥିଲେ । ମୋଟାମୋଟି ଭାବେ କହିବାକୁ ଗଲେ ପରାଜୟ ପରେ ସେ ପୁରା ପୁରି ଭାବେ ଭାଙ୍ଗିପଡିଥିଲେ । କାରଣ ପୁରା ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍ ଭଳି ଖେଳିଥିଲା ।