'ଫ୍ଲାଅର ନେହିଁ ଫାୟାର ହେଁ ପୁଷ୍ପା ୨’ର ଟିଜର, ବର୍ଥଡେରେ ପ୍ରଶଂସକଙ୍କୁ ସରପ୍ରାଇଜ୍ ଦେଲେ ଅଲ୍ଲୁ ଅର୍ଜୁନ
ମୁମ୍ଵାଇ ୦୮।୦୪: ତେଲୁଗୁ ଇଣ୍ଡଷ୍ଟ୍ରି ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ତାଙ୍କ ଜନ୍ମଦିନରେ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ଅଲ୍ଲୁ ତାଙ୍କର ଆଇକନିକ୍ ଚରିତ୍ର ପୁଷ୍ପରାଜ ଭୂମିକାରେ ଫେରିଛନ୍ତି । ଚଳଚ୍ଚିତ୍ର 'ପୁଷ୍ପା : ଦି ରୁଲ୍'ର ଟିଜର ସାମ୍ନାକୁ ଆସିଛି। 'ପୁଷ୍ପା : ଦି ରାଇଜ୍'ରେ ତାଙ୍କର ଦମ୍ଦାର ଅବତାର ସହିତ ପ୍ରଶଂସକଙ୍କୁ ମନୋରଞ୍ଜନ କରିବା ପରେ ଏବେ ଅଲ୍ଲୁ ଅର୍ଜୁନ ସିକ୍ୱେଲ ସହିତ ପୁଣିଥରେ ଧମାଲ କରିବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କର ୪୨ ତମ ଜନ୍ମଦିନ ପାଳନ କରୁଥିବା ଅଲ୍ଲୁ ପ୍ରଶଂସକମାନଙ୍କୁ ଏହି ଉପହାର ଦେଇଛନ୍ତି। ଯାହାକୁ ଦୀର୍ଘ ଦିନ ଧରି ଫ୍ୟାନ୍ସମାନେ ଅପେକ୍ଷା କରିରହିଥିଲେ। ଟିଜର ରିଲିଜ ହେବା ମାତ୍ରେ ଇଣ୍ଟରନେଟରେ ହଇଚଇ ସୃଷ୍ଟି ହୋଇଛି । ଟିଜରରେ କ’ଣ ରହିଛି ବିଶେଷ?'ପୁଷ୍ପା ୨'ର ଟିଜରରେ ଅଲ୍ଲୁ ଅର୍ଜୁନଙ୍କ ଅବତାର ସମସ୍ତଙ୍କୁ ଆକର୍ଷିତ କରୁଛି। ଏଥର ଅଲ୍ଲୁ ଟିଜରରେ ମା କାଳୀଙ୍କ ଗେଟଅପରେ ନଜର ଆସିଛନ୍ତି। ୬୮ ସେକେଣ୍ଡର ଟିଜରରେ ତାଙ୍କ ଚରିତ୍ର ପୂର୍ବ ଅପେକ୍ଷା ଅଧିକ ଭୟଙ୍କର ଦେଖାଯାଉଛି। ଏଥିରୁ ଜଣାପଡୁଛି ଯେ ଏଥର ପୁଷ୍ପରାଜ ଶତୃମାନଙ୍କୁ ଧ୍ୱଂସ କରିବାକୁ ଶପଥ ନେଇ ଫେରିଛନ୍ତି। କହିବାକୁ ଗଲେ ଟିଜରରେ ଅଲ୍ଲୁ ଏକ ଶାଢୀ ପିନ୍ଧିଛନ୍ତି, ତାଙ୍କ ପାଦରେ ଘୁଙ୍ଗୁର ଅଛି ଏବଂ କାନରେ କାନଫୁୁଲ ସହ ହାତରେ ତ୍ରିଶୁଳ ଧରି ଭୟଙ୍କର ଲୁକ୍ରେ ଶତ୍ରୁମାନଙ୍କ ଉପରେ ଆକ୍ରମଣ କରିବାକୁ
ମୁମ୍ଵାଇ ୦୮।୦୪: ତେଲୁଗୁ ଇଣ୍ଡଷ୍ଟ୍ରି ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ତାଙ୍କ ଜନ୍ମଦିନରେ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ଅଲ୍ଲୁ ତାଙ୍କର ଆଇକନିକ୍ ଚରିତ୍ର ପୁଷ୍ପରାଜ ଭୂମିକାରେ ଫେରିଛନ୍ତି । ଚଳଚ୍ଚିତ୍ର 'ପୁଷ୍ପା : ଦି ରୁଲ୍'ର ଟିଜର ସାମ୍ନାକୁ ଆସିଛି। 'ପୁଷ୍ପା : ଦି ରାଇଜ୍'ରେ ତାଙ୍କର ଦମ୍ଦାର ଅବତାର ସହିତ ପ୍ରଶଂସକଙ୍କୁ ମନୋରଞ୍ଜନ କରିବା ପରେ ଏବେ ଅଲ୍ଲୁ ଅର୍ଜୁନ ସିକ୍ୱେଲ ସହିତ ପୁଣିଥରେ ଧମାଲ କରିବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କର ୪୨ ତମ ଜନ୍ମଦିନ ପାଳନ କରୁଥିବା ଅଲ୍ଲୁ ପ୍ରଶଂସକମାନଙ୍କୁ ଏହି ଉପହାର ଦେଇଛନ୍ତି। ଯାହାକୁ ଦୀର୍ଘ ଦିନ ଧରି ଫ୍ୟାନ୍ସମାନେ ଅପେକ୍ଷା କରିରହିଥିଲେ। ଟିଜର ରିଲିଜ ହେବା ମାତ୍ରେ ଇଣ୍ଟରନେଟରେ ହଇଚଇ ସୃଷ୍ଟି ହୋଇଛି ।
ଟିଜରରେ କ’ଣ ରହିଛି ବିଶେଷ?
'ପୁଷ୍ପା ୨'ର ଟିଜରରେ ଅଲ୍ଲୁ ଅର୍ଜୁନଙ୍କ ଅବତାର ସମସ୍ତଙ୍କୁ ଆକର୍ଷିତ କରୁଛି। ଏଥର ଅଲ୍ଲୁ ଟିଜରରେ ମା କାଳୀଙ୍କ ଗେଟଅପରେ ନଜର ଆସିଛନ୍ତି। ୬୮ ସେକେଣ୍ଡର ଟିଜରରେ ତାଙ୍କ ଚରିତ୍ର ପୂର୍ବ ଅପେକ୍ଷା ଅଧିକ ଭୟଙ୍କର ଦେଖାଯାଉଛି। ଏଥିରୁ ଜଣାପଡୁଛି ଯେ ଏଥର ପୁଷ୍ପରାଜ ଶତୃମାନଙ୍କୁ ଧ୍ୱଂସ କରିବାକୁ ଶପଥ ନେଇ ଫେରିଛନ୍ତି। କହିବାକୁ ଗଲେ ଟିଜରରେ ଅଲ୍ଲୁ ଏକ ଶାଢୀ ପିନ୍ଧିଛନ୍ତି, ତାଙ୍କ ପାଦରେ ଘୁଙ୍ଗୁର ଅଛି ଏବଂ କାନରେ କାନଫୁୁଲ ସହ ହାତରେ ତ୍ରିଶୁଳ ଧରି ଭୟଙ୍କର ଲୁକ୍ରେ ଶତ୍ରୁମାନଙ୍କ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି। ୧ ମିନିଟ୍ ୮ ସେକେଣ୍ଡ୍ ଟିଜର ଦେଖିବା ପରେ ପ୍ରଶଂସକମାନେ ଖୁସିରେ ଝୁମିଛନ୍ତି।
'ପୁଷ୍ପା- ୧'ରେ ଅଲ୍ଲୁ ଅର୍ଜୁନ ଏକ ଗ୍ୟାଙ୍ଗଷ୍ଟର ତଥା ପୁଷ୍ପରାଜଙ୍କ ଚରିତ୍ରରେ ଅଭିନୟ କରିଥିଲେ। ବର୍ତ୍ତମାନ ଅର୍ଜୁନଙ୍କ ଏହି ଚରିତ୍ର 'ପୁଷ୍ପା ୨'ରେ ରାଜ୍ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପ୍ରାୟ ଏକ ବର୍ଷ ପୂର୍ବେ 'ପୁଷ୍ପା ୨'ର ପ୍ରଥମ ଲୁକ୍ ଭିଡିଓ ସେୟାର କରାଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ପୁଷ୍ପରାଜର ଚରିତ୍ର କାହାଣୀରୁ ଗାଏଵ ହୋଇଯାଇଛି। ଏହି ଭିଡିଓରେ ପ୍ରକାଶ ପାଇଛି ଯେ ପୁଷ୍ପରାଜ ତିରୁପତି ଜେଲରୁ ପଳାଇ ଆସିଛି। ତାଙ୍କୁ ଅଟକାଇବା ପାଇଁ ପୋଲିସ ତାଙ୍କ ଉପରକୁ ଖୁବ୍ ଗୁଳି ଚଳାଇଥିଲା। ଭିଡିଓରେ କୁହାଯାଇଛି ଯେ ପୁଷ୍ପରାଜ ପୋଲିସ ଗୁଳିରେ ଗୁରୁତର ଆହତ ହୋଇଛନ୍ତି। ପୋଲିସର ସ୍ୱତନ୍ତ୍ର ୟୁନିଟ୍ ତାଙ୍କୁ ଜଙ୍ଗଲରେ ଖୋଜୁଛି । ତେଣୁ ପ୍ରଶ୍ନ ଥିଲା ପୁଷ୍ପରାଜ କେଉଁଠାରେ ଅଛନ୍ତି ଏବଂ ସେ କଣ କରୁଛନ୍ତି ... ଏବେ ତାହାର ଉତ୍ତର ହେଉଛି 'ପୁଷ୍ପା ୨: ଦି ରୁଲର ଟିଜରରେ।