ମିଠା ତିଆରି ବେଳେ ଗ୍ୟାସ୍ ଟାଙ୍କିରୁ ଲାଗିଲା ନିଆଁ, ୩ ଜଣ ଗୁରୁତର

ନୀଳଗିରି ୧୯।୧: ମିଠା ଦୋକାନରେ ମିଠା ତିଆରି କରୁଥିବା ବେଳେ ଅଘଟଣ । ଗ୍ୟାସ ଟାଙ୍କିରୁ ନିଆଁ ଲାଗି ତିନି ଜଣ ଗୁରୁତର । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଘଟିଛି । ନୀଳଗିରି ବ୍ଲକ ନିକଟ ଗଜାନନ ନାମକ ମିଠା ଦୋକାନରେ ମିଠା ତିଆରି କରୁଥିବା ବେଳେ ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ ହୋଇଥିଲା । ଫଳରେ ପାଖରେ ଥିବା ଦୋକାନ ମାଲିକ ଯଦୁନାଥ ସାହୁ, ରାଧାକିଶୋରପୁର ଅଞ୍ଚଳର ରାଜେଶ କୁମାର ସିଂହ ଓ ନରେଶ ସିଂହଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଦମକଳ ଆସି ନିଆଁକୁ ଆୟତ୍ତ କରିଛି ।You Can Read:ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଗର୍ଭଗୃହ ଭିଡିଓ

ମିଠା ତିଆରି ବେଳେ ଗ୍ୟାସ୍ ଟାଙ୍କିରୁ ଲାଗିଲା ନିଆଁ, ୩ ଜଣ ଗୁରୁତର

ନୀଳଗିରି ୧୯।୧: ମିଠା ଦୋକାନରେ ମିଠା ତିଆରି କରୁଥିବା ବେଳେ ଅଘଟଣ । ଗ୍ୟାସ ଟାଙ୍କିରୁ ନିଆଁ ଲାଗି ତିନି ଜଣ ଗୁରୁତର । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଘଟିଛି । 

ନୀଳଗିରି ବ୍ଲକ ନିକଟ ଗଜାନନ ନାମକ ମିଠା ଦୋକାନରେ ମିଠା ତିଆରି କରୁଥିବା ବେଳେ ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ ହୋଇଥିଲା । ଫଳରେ ପାଖରେ ଥିବା ଦୋକାନ ମାଲିକ ଯଦୁନାଥ ସାହୁ, ରାଧାକିଶୋରପୁର ଅଞ୍ଚଳର ରାଜେଶ କୁମାର ସିଂହ ଓ ନରେଶ ସିଂହଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଦମକଳ ଆସି ନିଆଁକୁ ଆୟତ୍ତ କରିଛି ।

You Can Read:

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଗର୍ଭଗୃହ ଭିଡିଓ