ମିନି ଟ୍ରକ ସହ ୨୮୦ କିଲୋ ଗଞ୍ଜେଇ ଜବତ, ଚମ୍ପଟ ମାରିଲା ଚାଲାଣକାରୀ

ଦାରିଙ୍ଗବାଡ଼ି: ବ୍ରାହ୍ମଣୀ ଗାଁ ଥାନା ପୋଲିସକୁ ବଡ଼ ସଫଳତା । ଶନିବାର ବ୍ରାହ୍ମଣୀ ଗାଁ ଥାନା ପୋଲିସ ପକ୍ଷରୁ ଚଢ଼ଉ କରି ଉଲିପଦର ଗାଁ ନିକଟରୁ ଜଣେ ଚୋରାଚାଲାଣକାରୀଠାରୁ ୨୮୦ କେଜି ଗଞ୍ଜେଇ ସହ ମିନି ଟ୍ରକ୍ ଜବତ କରିଛି ପୋଲିସ। ଅବଶ୍ୟ ଅଭିଯୁକ୍ତ ଜଣକ ଫେରାର ମାରିଛି । ରବିବାର ଦାରିଙ୍ଗବାଡ଼ି ତହସିଲଦାର ଶରତ ସବରଙ୍କ ଉପସ୍ଥିତିରେ ବ୍ରାହ୍ମଣିଗାଁ ଥାନା ପରିସରରେ ଉକ୍ତ ଜବତ ଗଞ୍ଜେଇ ଗୁଡ଼ିକର ଓଜନ କରାଯିବାରୁ ଏହା ୨୮୦ କିଲୋର ଗଞ୍ଜେଇ ବୋଲି ଜଣାପଡ଼ିଛି। ଏନେଇ ବ୍ରାହ୍ମଣିଗାଁ ଥାନାରେ ଏନଡିପିଏସ ଆକ୍ଟ ୧୬/୨୫ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଚମ୍ପଟ ମାରିଥିବା ଗଞ୍ଜେଇ ଚୋରା ଚାଲାଣକାରୀକୁ ପୋଲିସ ଖୋଜ ଜାରି ରହିଛି। 

ମିନି ଟ୍ରକ ସହ ୨୮୦ କିଲୋ ଗଞ୍ଜେଇ ଜବତ, ଚମ୍ପଟ ମାରିଲା ଚାଲାଣକାରୀ

ଦାରିଙ୍ଗବାଡ଼ି: ବ୍ରାହ୍ମଣୀ ଗାଁ ଥାନା ପୋଲିସକୁ ବଡ଼ ସଫଳତା । ଶନିବାର ବ୍ରାହ୍ମଣୀ ଗାଁ ଥାନା ପୋଲିସ ପକ୍ଷରୁ ଚଢ଼ଉ କରି ଉଲିପଦର ଗାଁ ନିକଟରୁ ଜଣେ ଚୋରାଚାଲାଣକାରୀଠାରୁ ୨୮୦ କେଜି ଗଞ୍ଜେଇ ସହ ମିନି ଟ୍ରକ୍ ଜବତ କରିଛି ପୋଲିସ। ଅବଶ୍ୟ ଅଭିଯୁକ୍ତ ଜଣକ ଫେରାର ମାରିଛି । 

ରବିବାର ଦାରିଙ୍ଗବାଡ଼ି ତହସିଲଦାର ଶରତ ସବରଙ୍କ ଉପସ୍ଥିତିରେ ବ୍ରାହ୍ମଣିଗାଁ ଥାନା ପରିସରରେ ଉକ୍ତ ଜବତ ଗଞ୍ଜେଇ ଗୁଡ଼ିକର ଓଜନ କରାଯିବାରୁ ଏହା ୨୮୦ କିଲୋର ଗଞ୍ଜେଇ ବୋଲି ଜଣାପଡ଼ିଛି। ଏନେଇ ବ୍ରାହ୍ମଣିଗାଁ ଥାନାରେ ଏନଡିପିଏସ ଆକ୍ଟ ୧୬/୨୫ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଚମ୍ପଟ ମାରିଥିବା ଗଞ୍ଜେଇ ଚୋରା ଚାଲାଣକାରୀକୁ ପୋଲିସ ଖୋଜ ଜାରି ରହିଛି।