ମିରଟରେ ଏନକାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ନଇମ୍ ମୃତ, ମୁଣ୍ଡରେ ଥିଲା ୫୦ ହଜାର ପୁରସ୍କାର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମିରଟରେ ଏନକାଉଣ୍ଟର । ୫୦ ହାଜର ପୁରସ୍କାର ରାଶି ଘୋଷଣା ହୋଇଥିବା ଅପରାଧୀ ନଇମ୍‌କୁ ପୋଲିସ ଏନକାଉଣ୍ଟର କରିଛି । ଅଭିଯୁକ୍ତ ନଇମ୍ ନିଜ ସାବତ ଭାଇ ପରିବାର ୫ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ମୃତକଙ୍କ ମଧ୍ୟରେ ଦମ୍ପତ୍ତି ଏବଂ  ତାଙ୍କର ଏକ ବର୍ଷାୟୀ ଶିଶୁ କନ୍ୟା ସମେତ ୩ଜଣ ଛୋଟ ପିଲା ମଧ୍ୟ ସାମିଲ୍ ଥିଲେ । ସାବତ ଭାଇର ପରିବାରକୁ ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା । ସୂଚନା ଅନୁଯାୟୀ, ଏହି ଜଘନ୍ୟ ହତ୍ୟାକାଣ୍ଡ ଜାନୁଆରୀ ୯ ତାରିଖରେ ସାମ୍ନାକୁ ଆସିଥିଲା ।  ପୋଲିସକୁ ହତ୍ୟା ସୂଚନା ମିଳିବା ପରେ ତୁରନ୍ତ ସେଠାରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ । ପରେ ତଦନ୍ତଙ୍କୁ ପୋଲିସ ଜାଣିବାକୁ ପାଇଲା ଯେ, ଅଭିଯୁକ୍ତ ନାଇମ୍ ଷଡ଼ଯନ୍ତ୍ର ରଚି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଭିଆଇଛି । ଅଭିଯୁକ୍ତ ଫେରାର୍ ହେବା ପରେ ବାରମ୍ବାର ବେଶ ବଦଳାଇ ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଲୁଚି କରି ରହୁଥିଲା । ଉଭୟ ରାଜ୍ୟରେ ମଧ୍ୟ ନଇମ୍ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି । ପୋଲିସ ଅଭିଯୁକ୍ତ ନଇମକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ କ୍ୟାମ୍ପେନ ଚଲାଇଥିଲା । ଲଗାତାର ଛାନଭିନ୍ ପରେ ମିରଟ୍ ପୋଲିସ ଅଭିଯୁକ୍ତକୁ ଘେରାବନ୍ଦୀ କରି ଏନକାଉଣ୍ଟର କରିଛି । ଏଥିରେ ନଇମ୍ ପ୍ରାଣ ହରାଇଛି । ମୃତ ନଇମ୍ ନାଁରେ ହତ୍ୟା, ଧୋକାଦାରୀ ଏବଂ ଅନେକ ଗମ୍ଭୀର ଅପରାଧିକ ମାମଲା ରୁଜୁ ହୋଇଛି ।...  

ମିରଟରେ ଏନକାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ନଇମ୍ ମୃତ, ମୁଣ୍ଡରେ ଥିଲା ୫୦ ହଜାର ପୁରସ୍କାର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମିରଟରେ ଏନକାଉଣ୍ଟର । ୫୦ ହାଜର ପୁରସ୍କାର ରାଶି ଘୋଷଣା ହୋଇଥିବା ଅପରାଧୀ ନଇମ୍‌କୁ ପୋଲିସ ଏନକାଉଣ୍ଟର କରିଛି । ଅଭିଯୁକ୍ତ ନଇମ୍ ନିଜ ସାବତ ଭାଇ ପରିବାର ୫ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ମୃତକଙ୍କ ମଧ୍ୟରେ ଦମ୍ପତ୍ତି ଏବଂ  ତାଙ୍କର ଏକ ବର୍ଷାୟୀ ଶିଶୁ କନ୍ୟା ସମେତ ୩ଜଣ ଛୋଟ ପିଲା ମଧ୍ୟ ସାମିଲ୍ ଥିଲେ । ସାବତ ଭାଇର ପରିବାରକୁ ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା । 

ସୂଚନା ଅନୁଯାୟୀ, ଏହି ଜଘନ୍ୟ ହତ୍ୟାକାଣ୍ଡ ଜାନୁଆରୀ ୯ ତାରିଖରେ ସାମ୍ନାକୁ ଆସିଥିଲା ।  ପୋଲିସକୁ ହତ୍ୟା ସୂଚନା ମିଳିବା ପରେ ତୁରନ୍ତ ସେଠାରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ । ପରେ ତଦନ୍ତଙ୍କୁ ପୋଲିସ ଜାଣିବାକୁ ପାଇଲା ଯେ, ଅଭିଯୁକ୍ତ ନାଇମ୍ ଷଡ଼ଯନ୍ତ୍ର ରଚି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଭିଆଇଛି । ଅଭିଯୁକ୍ତ ଫେରାର୍ ହେବା ପରେ ବାରମ୍ବାର ବେଶ ବଦଳାଇ ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଲୁଚି କରି ରହୁଥିଲା । ଉଭୟ ରାଜ୍ୟରେ ମଧ୍ୟ ନଇମ୍ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି । 

ପୋଲିସ ଅଭିଯୁକ୍ତ ନଇମକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ କ୍ୟାମ୍ପେନ ଚଲାଇଥିଲା । ଲଗାତାର ଛାନଭିନ୍ ପରେ ମିରଟ୍ ପୋଲିସ ଅଭିଯୁକ୍ତକୁ ଘେରାବନ୍ଦୀ କରି ଏନକାଉଣ୍ଟର କରିଛି । ଏଥିରେ ନଇମ୍ ପ୍ରାଣ ହରାଇଛି । ମୃତ ନଇମ୍ ନାଁରେ ହତ୍ୟା, ଧୋକାଦାରୀ ଏବଂ ଅନେକ ଗମ୍ଭୀର ଅପରାଧିକ ମାମଲା ରୁଜୁ ହୋଇଛି ।...