ମିର୍ଗାମୁଣ୍ଡା ରେ ଷୋହଳ ପ୍ରହରୀ ନାମଯଜ୍ଞ ସମାରୋହ

ଚିପିଲିମା,ସମ୍ବଲପୁର ମହାନଗର ଅଧିନସ୍ଥ ମିର୍ଗାମୁଣ୍ଡା ରେ ସମାରୋହ ମଧ୍ୟରେ ଷୋହଳ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ନାମଯଜ୍ଞ ରେ ଶୁକ୍ରବାର ପୂର୍ବାହ୍ନ ରେ ରୀତିନୀତିରେ କଳସ ବୁଡାଇଆଣି ଯଜ୍ଞ ମଣ୍ଡପରେ ସ୍ଥାପନ ହୋଇଥିବାବେଳେ, ରାଧାକୃଷ୍ଣଙ୍କ ପୂଜା, ଷଡ଼ବୈଷବ ପୂଜା, ହବନ, ଆରତୀ, ପୁଷ୍ପାଞ୍ଜଳି ପରେ “ମହାମନ୍ତ୍ର ହରେ କୃଷ୍ଣ ହରେ ରାମ “ଆରମ୍ଭ ହୋଇଥିଲା l କର୍ତ୍ତା ଭାବରେ ଯୋଗେଶ ଚନ୍ଦ୍ର ପୁରୋହିତ ସପତ୍ନୀକ ଦାୟିତ୍ୱ ସମ୍ପାଦନ କରିଥିବାବେଳେ, ସମଗ୍ର ପୂଜା କାର୍ଯ୍ୟକୁ […] The post ମିର୍ଗାମୁଣ୍ଡା ରେ ଷୋହଳ ପ୍ରହରୀ ନାମଯଜ୍ଞ ସମାରୋହ appeared first on Odisha.News.

ମିର୍ଗାମୁଣ୍ଡା ରେ ଷୋହଳ ପ୍ରହରୀ ନାମଯଜ୍ଞ ସମାରୋହ

ଚିପିଲିମା,ସମ୍ବଲପୁର ମହାନଗର ଅଧିନସ୍ଥ ମିର୍ଗାମୁଣ୍ଡା ରେ ସମାରୋହ ମଧ୍ୟରେ ଷୋହଳ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ନାମଯଜ୍ଞ ରେ ଶୁକ୍ରବାର ପୂର୍ବାହ୍ନ ରେ ରୀତିନୀତିରେ କଳସ ବୁଡାଇଆଣି ଯଜ୍ଞ ମଣ୍ଡପରେ ସ୍ଥାପନ ହୋଇଥିବାବେଳେ, ରାଧାକୃଷ୍ଣଙ୍କ ପୂଜା, ଷଡ଼ବୈଷବ ପୂଜା, ହବନ, ଆରତୀ, ପୁଷ୍ପାଞ୍ଜଳି ପରେ “ମହାମନ୍ତ୍ର ହରେ କୃଷ୍ଣ ହରେ ରାମ “ଆରମ୍ଭ ହୋଇଥିଲା l କର୍ତ୍ତା ଭାବରେ ଯୋଗେଶ ଚନ୍ଦ୍ର ପୁରୋହିତ ସପତ୍ନୀକ ଦାୟିତ୍ୱ ସମ୍ପାଦନ କରିଥିବାବେଳେ, ସମଗ୍ର ପୂଜା କାର୍ଯ୍ୟକୁ ପଣ୍ଡିତ ନିରଞ୍ଜନ ହୋତା ସମ୍ପାଦନ କରିଥିଲେ l ପୂଜା କାର୍ଯ୍ୟ ରେ ରବିନାରାୟଣ ପଣ୍ଡା ସହଯୋଗ କରିଥିଲେ l ନିମନ୍ତ୍ରିତ ଉଦଣ୍ଡ ସଂକୀର୍ତନ୍ୟ ଦଳ ମଧ୍ୟରେ ବରଗଡ଼ ଅଞ୍ଚଳରୁ ରିଜେଇ (ପପଙ୍ଗା ) ଓ ନଘାପାଲି ମହିଳା ସଂକୀର୍ତନ୍ୟ ଦଳ ଯୋଗଦାନ କରିଥିବାବେଳେ, ସମ୍ବଲପୁର ରୁ ବାଉସେନମୁରା (ଧମା )ମହିଳା ସଂକୀର୍ତନ୍ୟ ଦଳ ଯୋଗଦାନ କରି ବୈଠୁକି ପ୍ରଦର୍ଶନ କରିଥିଲେ l ମହିଳା ବୈଠୁକି ସଂକୀର୍ତନ୍ୟ ଦର୍ଶକମାନଙ୍କୁ ବେଶ ବୋମୋହିତ କରିଥିଲା l ଶେଷରେ ଉପସ୍ଥିତ ଦର୍ଶକ ତଥା ଗ୍ରାମବାସୀଙ୍କୁ ଅନ୍ନଭୋଗ ବଣ୍ଟନ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମ ରେ ସମସ୍ତ ଆବାଳ, ବୃଦ୍ଧବନିତା, ଯୁବକ ସମେତ ଗ୍ରାମବାସୀ ସହଯୋଗ କରିଥିଲେ l

The post ମିର୍ଗାମୁଣ୍ଡା ରେ ଷୋହଳ ପ୍ରହରୀ ନାମଯଜ୍ଞ ସମାରୋହ appeared first on Odisha.News.