ମିଳିଲା ପ୍ରତିଶୃତି, ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର ୧୩।୦୩ : ସଫେଇ କର୍ମଚାରୀଙ୍କ ଝାଡୁ ବନ୍ଦ ଆନ୍ଦୋଳନ ପ୍ରସଙ୍ଗ । ମେୟର ବାସଭବନରେ ସଫେଇ କର୍ମଚାରୀଙ୍କ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ । ମେୟରଙ୍କ ବାସଭବନରେ ବସିଥିବା ବୈଠକରେ ମେୟର ସୁଲୋଚନା ଦାସ, ଅତିରିକ୍ତ କମିଶନର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଉପସ୍ଥିତ ରହିଥିଲେ । ଖବର ଅନୁଯାୟୀ, ବିଭିନ୍ନ ଦାବି ନେଇ ସଫେଇ କର୍ମଚାରୀମାନେ ଆନ୍ଦୋଳନ କରୁଥିଲେ । ଏପିରିକି କାର୍ଯ୍ୟବନ୍ଦ ଡାକରା ମଧ୍ୟ ଦେଇଥିଲେ । ହେଲେ ବୁଧବାର ଦିନ ସକାଳ ସମୟରେ ଆନ୍ଦୋଳନରତ ସଫେଇ କର୍ମଚାରୀଙ୍କ ପ୍ରତିନିଧି ଏବଂ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ । ଏହି ବୈଠକରେ ମେୟରଙ୍କ ସମେତ ଅତିରିକ୍ତ କମିଶନର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହିଥିଲେ । ତେବେ ବସିଥିବା ବୈଠକ ସଫଳ ହୋଇଛି । ଆଉ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି ସଫେଇ କର୍ମଚାରୀ । ତେବେ ଦରମା ବୃଦ୍ଧି ନେଇ ପ୍ରତିଶୃତି ପରେ ମେୟରଙ୍କୁ ମିଠା ଖୁଆଇଛନ୍ତି ସଫେଇ କର୍ମଚାରୀ I ସେପଟେ ଏହି ବୈଠକ ପରେ ସଫେଇ କର୍ମଚାରୀଙ୍କ ପ୍ରତିନିଧି କହିଛନ୍ତି ଯେ,  ବିଭିନ୍ନ ଦାବି ସହ ସଫେଇ କର୍ମଚାରୀଙ୍କ ଦରମ୍ ବୃଦ୍ଧି  ନେଇ ମିଳିଛି ଆଶ୍ଵାସନା। ଆଜିଠୁ କାମରେ  କରିବେ ଯୋଗ ଦେବେ ସଫେଇ କର୍ମଚାରୀ  I  ଅଳିଆ ପୃଥକିକରଣ ପାଇଁ  ୧୫ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ I 

ମିଳିଲା ପ୍ରତିଶୃତି, ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର ୧୩।୦୩ : ସଫେଇ କର୍ମଚାରୀଙ୍କ ଝାଡୁ ବନ୍ଦ ଆନ୍ଦୋଳନ ପ୍ରସଙ୍ଗ । ମେୟର ବାସଭବନରେ ସଫେଇ କର୍ମଚାରୀଙ୍କ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ । ମେୟରଙ୍କ ବାସଭବନରେ ବସିଥିବା ବୈଠକରେ ମେୟର ସୁଲୋଚନା ଦାସ, ଅତିରିକ୍ତ କମିଶନର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଉପସ୍ଥିତ ରହିଥିଲେ । 

ଖବର ଅନୁଯାୟୀ, ବିଭିନ୍ନ ଦାବି ନେଇ ସଫେଇ କର୍ମଚାରୀମାନେ ଆନ୍ଦୋଳନ କରୁଥିଲେ । ଏପିରିକି କାର୍ଯ୍ୟବନ୍ଦ ଡାକରା ମଧ୍ୟ ଦେଇଥିଲେ । ହେଲେ ବୁଧବାର ଦିନ ସକାଳ ସମୟରେ ଆନ୍ଦୋଳନରତ ସଫେଇ କର୍ମଚାରୀଙ୍କ ପ୍ରତିନିଧି ଏବଂ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ । ଏହି ବୈଠକରେ ମେୟରଙ୍କ ସମେତ ଅତିରିକ୍ତ କମିଶନର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହିଥିଲେ । ତେବେ ବସିଥିବା ବୈଠକ ସଫଳ ହୋଇଛି । ଆଉ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି ସଫେଇ କର୍ମଚାରୀ । ତେବେ ଦରମା ବୃଦ୍ଧି ନେଇ ପ୍ରତିଶୃତି ପରେ ମେୟରଙ୍କୁ ମିଠା ଖୁଆଇଛନ୍ତି ସଫେଇ କର୍ମଚାରୀ I 

ସେପଟେ ଏହି ବୈଠକ ପରେ ସଫେଇ କର୍ମଚାରୀଙ୍କ ପ୍ରତିନିଧି କହିଛନ୍ତି ଯେ,  ବିଭିନ୍ନ ଦାବି ସହ ସଫେଇ କର୍ମଚାରୀଙ୍କ ଦରମ୍ ବୃଦ୍ଧି  ନେଇ ମିଳିଛି ଆଶ୍ଵାସନା। ଆଜିଠୁ କାମରେ  କରିବେ ଯୋଗ ଦେବେ ସଫେଇ କର୍ମଚାରୀ  I  ଅଳିଆ ପୃଥକିକରଣ ପାଇଁ  ୧୫ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ I