ମିଳିଲା ସଫଳତା, ଚକ୍‌ମା ଦେଇ ବୁଲୁଥିବା ସରୋଜକୁ ବାନ୍ଧିଲା ବାଙ୍କୀ ପୋଲିସ

ବାଙ୍କୀ ୨୪।୦୩ : ବିଚ୍‌ ରାସ୍ତାରେ ପୋଲିସ କର୍ମଚାରୀଙ୍କୁ ଧକ୍କା ମାରିବା ସହିତ ଆକ୍ରମଣ ଘଟଣା । ପୋଲିସକୁ ଚକ୍‌ମା ଦେଖାଇ ଫେରାର ଥିବା ଅବସର ସେନା କର୍ମଚାରୀ ସରୋଜ ଦାସଙ୍କୁ ଗିରଫ କରିଛି ବାଙ୍କୀ ପୋଲିସ । ଶନିବାର ରାତିରେ ତାଳବସ୍ତ ଫାଣ୍ଡି ନିକଟସ୍ଥ ପଦନପୁର ବାଲିସାହିରେ ଲୁଚି ଶୋଇଥିବା ଅବସ୍ଥାରେ ମାଡିବସିଲା ପୋଲିସ । ଖବର ଅନୁଯାୟୀ, ସରୋଜ ଦାସ ପ୍ରଥମେ ବାଙ୍କୀ ବଜାରରେ ଖଣ୍ଡା ବୁଲାଉଥିଲେ । ଏହି ସମୟରେ ପୋଲିସକୁ ଏହାକୁ ବାରଣ କରିବା ବେଳେ ବାଙ୍କୀ ଥାନାର କାର୍ଯ୍ୟରତ ସବ୍‌ ଇନ୍‌ସେପକ୍ଟରଙ୍କୁ ଜୀବନରୁ ମାରିଦେବାକୁ ଗୋଡାଇଥିଲେ । ପରେ ସେପ୍ଟେମ୍ବର ୫ ତାରିଖରେ ହରିରାଜପୁର ପଡିଆରେ ସଭା କରୁଥିବା ବେଳେ ଗିରଫ କରିବାକୁ ଯାଇଥିଲେ ମହିଳା ସବ୍‌ ଇନ୍‌ସେପେକ୍ଟର ମଧୁସ୍ମିତା ବେହେରାଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସେ ଗୁରୁତର ହୋଇଥିଲେ । ଏହାର କିଛି ଦିନ ପରେ ମାନେ ଅକ୍ଟୋବର ୨୨ ତାରିଖରେ ପୁଣି ବାଙ୍କୀ ଆଦିମାତା ଛକ ନିକଟରେ ଧରିବାକୁ ଯାଇଥିବା ବେଳେ ସବ୍‌ ଇନସପେକ୍ଟର ସମ୍ବିତ ବିଶ୍ୱାଳ ଏବଂ କନେଷ୍ଟବଳ ରଜତ କରଙ୍କୁ ବି ଆକ୍ରମଣ କରିଥିଲେ । ସେବେଠାରୁ ପୋଲିସକୁ ଚକ୍‌ମା ଦେଇ ବୁଲିଥିଲେ ସରୋଜ ଦାସ । ଆଉ ଶେଷରେ ପୋଲିସ ହାବୁଡ଼ରେ ପଡିଛି ସରୋଜ । ବାଙ୍କି ଏସ୍‌ଡିପିଓ ଏହି ସୂଚନା ଦେଇଛନ୍ତି ।  

ମିଳିଲା ସଫଳତା, ଚକ୍‌ମା ଦେଇ ବୁଲୁଥିବା ସରୋଜକୁ ବାନ୍ଧିଲା ବାଙ୍କୀ ପୋଲିସ

ବାଙ୍କୀ ୨୪।୦୩ : ବିଚ୍‌ ରାସ୍ତାରେ ପୋଲିସ କର୍ମଚାରୀଙ୍କୁ ଧକ୍କା ମାରିବା ସହିତ ଆକ୍ରମଣ ଘଟଣା । ପୋଲିସକୁ ଚକ୍‌ମା ଦେଖାଇ ଫେରାର ଥିବା ଅବସର ସେନା କର୍ମଚାରୀ ସରୋଜ ଦାସଙ୍କୁ ଗିରଫ କରିଛି ବାଙ୍କୀ ପୋଲିସ । ଶନିବାର ରାତିରେ ତାଳବସ୍ତ ଫାଣ୍ଡି ନିକଟସ୍ଥ ପଦନପୁର ବାଲିସାହିରେ ଲୁଚି ଶୋଇଥିବା ଅବସ୍ଥାରେ ମାଡିବସିଲା ପୋଲିସ । 

ଖବର ଅନୁଯାୟୀ, ସରୋଜ ଦାସ ପ୍ରଥମେ ବାଙ୍କୀ ବଜାରରେ ଖଣ୍ଡା ବୁଲାଉଥିଲେ । ଏହି ସମୟରେ ପୋଲିସକୁ ଏହାକୁ ବାରଣ କରିବା ବେଳେ ବାଙ୍କୀ ଥାନାର କାର୍ଯ୍ୟରତ ସବ୍‌ ଇନ୍‌ସେପକ୍ଟରଙ୍କୁ ଜୀବନରୁ ମାରିଦେବାକୁ ଗୋଡାଇଥିଲେ । ପରେ ସେପ୍ଟେମ୍ବର ୫ ତାରିଖରେ ହରିରାଜପୁର ପଡିଆରେ ସଭା କରୁଥିବା ବେଳେ ଗିରଫ କରିବାକୁ ଯାଇଥିଲେ ମହିଳା ସବ୍‌ ଇନ୍‌ସେପେକ୍ଟର ମଧୁସ୍ମିତା ବେହେରାଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସେ ଗୁରୁତର ହୋଇଥିଲେ ।

 ଏହାର କିଛି ଦିନ ପରେ ମାନେ ଅକ୍ଟୋବର ୨୨ ତାରିଖରେ ପୁଣି ବାଙ୍କୀ ଆଦିମାତା ଛକ ନିକଟରେ ଧରିବାକୁ ଯାଇଥିବା ବେଳେ ସବ୍‌ ଇନସପେକ୍ଟର ସମ୍ବିତ ବିଶ୍ୱାଳ ଏବଂ କନେଷ୍ଟବଳ ରଜତ କରଙ୍କୁ ବି ଆକ୍ରମଣ କରିଥିଲେ । ସେବେଠାରୁ ପୋଲିସକୁ ଚକ୍‌ମା ଦେଇ ବୁଲିଥିଲେ ସରୋଜ ଦାସ । ଆଉ ଶେଷରେ ପୋଲିସ ହାବୁଡ଼ରେ ପଡିଛି ସରୋଜ । ବାଙ୍କି ଏସ୍‌ଡିପିଓ ଏହି ସୂଚନା ଦେଇଛନ୍ତି ।