ମିଳିଲାନି ବେଲ୍, ଜେଲ ଗଲେ ଆଇଏଏସ ଧୀମାନ
ଧର୍ମଗଡ଼: କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିବା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ଜେଲ ପଠାଇ ଦିଆଯାଇଛି। ଲାଞ୍ଚ ନେଇ ଗିରଫ ହେବା ପରେ ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ବେଲ୍ ମିଳିନାହିଁ। ଯାହାପରେ ତାଙ୍କୁ ଭବାନୀପାଟଣା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ସୂଚନାଥାଉକି, ଜୟପାଟଣା ଅଞ୍ଚଳର ସମ୍ପୃକ୍ତ କ୍ରସର ମାଲିକଙ୍କୁ ଭୟଭୀତ କରାଇ ଉପଜିଲ୍ଲାପାଳ ଧୀମାନ ଚକ୍ମା ୨୦ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଆଉ ରବିବାର ଧର୍ମଗଡ଼ସ୍ଥିତ ସରକାରୀ ବାସଭବନକୁ ଡାକି ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲା। ଏମିତିରେ ପୂର୍ବ ଯୋଜନା ଅନୁଯାୟୀ, ଭିଜିଲାନ୍ସ ଟିମ୍ ଚଢ଼ାଉ କରି ୨୬ଟି ଶହେ ଟଙ୍କିଆ ବଣ୍ଡଲ ଜବତ କରିଥିଲେ। ଏହା ସହ ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ ଯାଞ୍ଚ କରିଥିଲା ଭିଜିଲାନ୍ସ। ଚଢ଼ାଉବେଳେ ଆହୁରି ୪୭ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା ।
ଧର୍ମଗଡ଼: କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିବା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ଜେଲ ପଠାଇ ଦିଆଯାଇଛି। ଲାଞ୍ଚ ନେଇ ଗିରଫ ହେବା ପରେ ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ବେଲ୍ ମିଳିନାହିଁ। ଯାହାପରେ ତାଙ୍କୁ ଭବାନୀପାଟଣା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।
ସୂଚନାଥାଉକି, ଜୟପାଟଣା ଅଞ୍ଚଳର ସମ୍ପୃକ୍ତ କ୍ରସର ମାଲିକଙ୍କୁ ଭୟଭୀତ କରାଇ ଉପଜିଲ୍ଲାପାଳ ଧୀମାନ ଚକ୍ମା ୨୦ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଆଉ ରବିବାର ଧର୍ମଗଡ଼ସ୍ଥିତ ସରକାରୀ ବାସଭବନକୁ ଡାକି ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲା।
ଏମିତିରେ ପୂର୍ବ ଯୋଜନା ଅନୁଯାୟୀ, ଭିଜିଲାନ୍ସ ଟିମ୍ ଚଢ଼ାଉ କରି ୨୬ଟି ଶହେ ଟଙ୍କିଆ ବଣ୍ଡଲ ଜବତ କରିଥିଲେ। ଏହା ସହ ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ ଯାଞ୍ଚ କରିଥିଲା ଭିଜିଲାନ୍ସ। ଚଢ଼ାଉବେଳେ ଆହୁରି ୪୭ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା ।