ମିଳୁନି ଆବାସ: ଭଙ୍ଗା ଚାଳଘରେ ବିତୁଛି ଭାଗୀରଥିଙ୍କ ଦିନ
ଆଳି, ୨୫ା୧(ବନମାଳୀ ସେନାପତି ): କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଶହଶହ ଯୋଜନା କରୁଛନ୍ତି। ତାହା ସମାଜର ଶେଷତମ ଲୋକ ପାଖରେ ପହଞ୍ଚିଲା କି ନାହିଁ ତାହା ଦେଖିବା ଯେଉଁମାନଙ୍କର ଦାୟିତ୍ୱ ସେମାନେ କିନ୍ତୁ ଉଦାସୀନ। ତେଣୁ କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ କଳସପୁର ପଞ୍ଚାୟତ ଜେନାଭଳି ଗ୍ରାମର ଭାଗୀରଥି ଦାସ(୭୦)ଙ୍କୁ ଆବାସ ଯୋଜନାରେ ପକ୍କା ଘର ଖଣ୍ଟିଏ ମିଳି ନ ଥିବାରୁ ସେ ଏବେ ଭଙ୍ଗା ଚଳ ଛପର ଘରେ ରହୁଛନ୍ତି। ତାଙ୍କ ପାଇଁ […] The post ମିଳୁନି ଆବାସ: ଭଙ୍ଗା ଚାଳଘରେ ବିତୁଛି ଭାଗୀରଥିଙ୍କ ଦିନ appeared first on Dharitri Odia News.
ଆଳି, ୨୫ା୧(ବନମାଳୀ ସେନାପତି ): କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଶହଶହ ଯୋଜନା କରୁଛନ୍ତି। ତାହା ସମାଜର ଶେଷତମ ଲୋକ ପାଖରେ ପହଞ୍ଚିଲା କି ନାହିଁ ତାହା ଦେଖିବା ଯେଉଁମାନଙ୍କର ଦାୟିତ୍ୱ ସେମାନେ କିନ୍ତୁ ଉଦାସୀନ। ତେଣୁ କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ କଳସପୁର ପଞ୍ଚାୟତ ଜେନାଭଳି ଗ୍ରାମର ଭାଗୀରଥି ଦାସ(୭୦)ଙ୍କୁ ଆବାସ ଯୋଜନାରେ ପକ୍କା ଘର ଖଣ୍ଟିଏ ମିଳି ନ ଥିବାରୁ ସେ ଏବେ ଭଙ୍ଗା ଚଳ ଛପର ଘରେ ରହୁଛନ୍ତି। ତାଙ୍କ ପାଇଁ ପକ୍କା ଘର ସାତସପନ ପାଲଟିଛି। ୨୦୧୧ ମସିହାର ସର୍ଭେ ଅନୁସାରେ ସେ କଚାଘରେ ବାସ କରୁଥିବା ଜଣାପଡିଥିଲା। ଭାଗୀରଥି ପୁଅ, ସ୍ତ୍ରୀଙ୍କୁ ହରାଇ ଏବେ ଏକାକୀ ବାସ କରୁଛନ୍ତି।
ଆବାସ ଖଣ୍ଡେ ପାଇଁ ବର୍ଷବର୍ଷ ଧରି ପଞ୍ଚାୟତରୁ ବ୍ଲକ ଦୌଡି ଦୌଡ଼ି ନୟାନ୍ତ ହୋଇ ପଡିଥିଲେ ସୁଦ୍ଧା ପ୍ରଶାସନର ନଜର ପଡୁନି। ଗୋଟିଏ ପଟେ ବୟସର ଅପରାହ୍ନରେ ପହଞ୍ଚିଥିବା ଭାଗୀରଥି ପୁଅ, ସ୍ତ୍ରୀଙ୍କୁ ହରାଇ ବାର ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ବେଳେ ମୁଣ୍ଡ ଗୁଞ୍ଜିବା ନିମନ୍ତେ ପକ୍କାଘର ଖଣ୍ଡେ ନାହିଁ। ନିଜ ଭାଗ୍ୟକୁ ଆଦରି ଭଙ୍ଗା ଚାଳ ଘରେ ଦିନ କାଟୁଛନ୍ତି। ଦିନ ଥିଲା ଭାଗୀରଥି ଦିନ ମଜୁରିଆ ଭାବେ କାମ କରି ନିଜ ପରିବାର ଚଳାଉ ଥିଲେ। ହସଖୁସିରେ ଚାଲିଥିବା ଭାଗୀରଥିଙ୍କ ପରିବାର ଉପରକୁ ଘୋଟି ଆସିଥିଲା ଦୁଃଖର କଳାବାଦଲ। ଏକ ଦୁର୍ଘଟଣାରେ ନିଜ ଭେଣ୍ଡିଆ ପୁଅ ଚିତ୍ତରଞ୍ଜନଙ୍କୁ ହରାଇବା ପରେ ପ୍ରାୟ ୧୦ ହେବ ସ୍ତ୍ରୀ ମଞ୍ଜୁଲତାଙ୍କ ପରଲୋକ ଘଟିଛି। ଯେଉଁ ବୟସରେ ବିଶ୍ରାମ ନେବା କଥା ସେହି ବୟସରେ ଭାଗୀରଥି ପେଟ ଚାଖଣ୍ଡକ ପାଇଁ ମୂଲ ଲାଗି ନିଜ ପେଟକୁ ଦାନା ଦେଉଛନ୍ତି। ଯେଉଁ ଘରେ ସେ ମୁଣ୍ଡ ଗୁଞ୍ଜିଛନ୍ତି ତାହାର କାନ୍ଥ ଫାଟି ଆଁ କରିଥିବା ବେଳେ ଚାଳ ଫୁଟି ବର୍ଷା ପାଣି ଝରୁଛି। କଳସପୁର ପଞ୍ଚାୟତରେ ଅନେକ ଥିଲା ବାଲା ଲୋକ ଆବାସ ଯୋଜନାରେ ଘର ପାଇଥିବା ବେଳେ ଭାଗୀରଥିଙ୍କୁ ମଳୁନାହିଁ ବୋଲି ସେ କ୍ଷୋଭର ସହ କହିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯେ ୨୦୧୧ ମସିହା ସର୍ଭେ ରିପୋର୍ଟ ଅନୁଯାୟୀ ପ୍ରଶାସନ ନିକଟରେ ଭାଗୀରଥି ଘର ପାଇବାକୁ ଯୋଗ୍ୟ ହୋଇଥିବା ବେଳେ କାହା ଅବହେଳା ଯୋଗୁଁ ସେ ଏଥିରୁ ବଞ୍ଚତ୍ତ ହୋଇଛନ୍ତି। ଏ ନେଇ ଆଳି ବ୍ଲକ ପ୍ରଶାସନ ଓ କେନ୍ଦ୍ରାପଡ଼ା ଜିଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ଭାଗୀରଥି ଗୁହାରି କରିଛନ୍ତି।
The post ମିଳୁନି ଆବାସ: ଭଙ୍ଗା ଚାଳଘରେ ବିତୁଛି ଭାଗୀରଥିଙ୍କ ଦିନ appeared first on Dharitri Odia News.