ମିଳୁନି ବସୁଧା ଜଳ, ପାଣି ପାଇଁ ଲୋକେ ଡହଳବିକଳ
ଦାରିଙ୍ଗବାଡି, ୧୧।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଝିଞ୍ଜିରୀଗୁଡା ପଞ୍ଚାୟତ କିରାମାହା ଗ୍ରାମରେ ଜଳ ଅଭାବ ଦେଖାଯାଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ବସୁଧା ଯୋଜନାରେ କିରାମାହାକୁ ପାଇପ ଯୋଗେ ଜଳ ଯୋଗାଣ କରାଯାଇଥିଲେ ମଧ୍ୟ ନିମ୍ମ ମାନର କାର୍ଯ୍ୟ ଯୋଗୁ ବାରମ୍ବାର ଅଚଳ ହେଉଥିବା ଗ୍ରାମର ଲୋକମାନେ ଅଭିଯୋଗ କରିଛନ୍ତି। ଉକ୍ତ ପଞ୍ଚାୟତର କିରାମାହା ସବୁଠାରୁ ବଡ଼ ଗ୍ରାମ ହୋଇଥିବା ବେଳେ ଉକ୍ତ […] The post ମିଳୁନି ବସୁଧା ଜଳ, ପାଣି ପାଇଁ ଲୋକେ ଡହଳବିକଳ appeared first on Dharitri Odia News.
ଦାରିଙ୍ଗବାଡି, ୧୧।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଝିଞ୍ଜିରୀଗୁଡା ପଞ୍ଚାୟତ କିରାମାହା ଗ୍ରାମରେ ଜଳ ଅଭାବ ଦେଖାଯାଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ବସୁଧା ଯୋଜନାରେ କିରାମାହାକୁ ପାଇପ ଯୋଗେ ଜଳ ଯୋଗାଣ କରାଯାଇଥିଲେ ମଧ୍ୟ ନିମ୍ମ ମାନର କାର୍ଯ୍ୟ ଯୋଗୁ ବାରମ୍ବାର ଅଚଳ ହେଉଥିବା ଗ୍ରାମର ଲୋକମାନେ ଅଭିଯୋଗ କରିଛନ୍ତି। ଉକ୍ତ ପଞ୍ଚାୟତର କିରାମାହା ସବୁଠାରୁ ବଡ଼ ଗ୍ରାମ ହୋଇଥିବା ବେଳେ ଉକ୍ତ ଗ୍ରାମରେ ପ୍ରାୟ ୪ ଶହ ପରିବାର ବସବାସ କରୁଛନ୍ତି। ଗ୍ରାମରେ ପାଇପ ଯୋଗେ ଜଳାଯୋଗଣ ବନ୍ଦ ଯୋଗୁ ଗ୍ରାମବାସୀ ଗାଁ ନିକଟ ନାଳରୁ ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି। କିଛି ଲୋକ ଚୁଆ ଓ ପୋଖରୀ ଜଳ ବ୍ୟବହାର କରି ବିଭିନ୍ନ ଭୁତାଣୁ ଜନିତ ରୋଗର ଶିକାର ମଧ୍ୟ ହେଉଛନ୍ତି ବୋଲି ଗ୍ରାମର ସୁଶୀଲ ନାୟକଙ୍କ ସମେତ ଅନ୍ୟମାନେ କହିଛନ୍ତି । ଗ୍ରାମବାସୀ ଏନେଇ ବିଭାଗୀୟ ଅଧିକାରଙ୍କୁ ଫୋନ କଲେ କେହି ଫୋନ ଉଠାଉ ନଥିବା ବେଳେ ଟୋଲ ଫ୍ରି ନମ୍ବର ୧୯୧୬ କୁ ଫୋନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଶୀଘ୍ର ଜଳ ଯୋଗାଣ ବ୍ୟବସ୍ଥା କରାନଗଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ।
The post ମିଳୁନି ବସୁଧା ଜଳ, ପାଣି ପାଇଁ ଲୋକେ ଡହଳବିକଳ appeared first on Dharitri Odia News.