ଢେଙ୍କାନାଳରେ ମଦ ନେଲା ୨ ଜୀବନ

ଢେଙ୍କାନାଳ,୧୨ା୭(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ଥାନା ବମ୍ପା ଗ୍ରାମରେ ମଦ ପିଇ ଗତ ୨୪ଘଣ୍ଟା ମଧ୍ୟରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ମନ୍ମଥ ସାମଲ ଓ ପ୍ରଫୁଲ ସାମଲ। ଗୁରୁତର ଥିବା ୨ଜଣଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ସେହିପରି ସପ୍ତାହକ ମଧ୍ୟରେ ପ୍ରାୟ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଆଲୋଚନା ହେଉଛି। ମଦ ପିଇବା […] The post ଢେଙ୍କାନାଳରେ ମଦ ନେଲା ୨ ଜୀବନ appeared first on Dharitri Odia News.

ଢେଙ୍କାନାଳରେ ମଦ ନେଲା ୨ ଜୀବନ

ଢେଙ୍କାନାଳ,୧୨ା୭(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ଥାନା ବମ୍ପା ଗ୍ରାମରେ ମଦ ପିଇ ଗତ ୨୪ଘଣ୍ଟା ମଧ୍ୟରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ମନ୍ମଥ ସାମଲ ଓ ପ୍ରଫୁଲ ସାମଲ। ଗୁରୁତର ଥିବା ୨ଜଣଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ସେହିପରି ସପ୍ତାହକ ମଧ୍ୟରେ ପ୍ରାୟ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଆଲୋଚନା ହେଉଛି। ମଦ ପିଇବା ପରେ ଛାତିରେ ଯନ୍ତ୍ରଣା ହେବା ସହିତ ଅଣନିଶ୍ୱାସୀ ହୋଇ ପ୍ରବଳ ବାନ୍ତି ହେଉଥିବା ଅସୁସ୍ଥ ସୁଶାନ୍ତ ମାଝୀ କହିଛନ୍ତି।

ମୃତକଙ୍କ ବୟସ ୪୫ରୁ ୫୫ ବର୍ଷ ମଧ୍ୟରେ ହେବ ବୋଲି ସ୍ଥାନୀୟ ଅଞ୍ଚବାସୀଙ୍କ ସୂତ୍ରରୁ ପ୍ରକାଶ । ଦେଶୀ ମଦ ପିଇବା ପରେ ଏହି ଘଟଣା ଘଟିଥିବା ଜଣାପଡିଥିବା ବେଳେ କୌଣସି ମଦ ବିଷାକ୍ତ ହୋଇଥିବା ଅଭିଯୋଗ ହୋଇଛି। ଯାହାକି ତଦନ୍ତ ସାପେକ୍ଷ ।

ବମ୍ପା ଗ୍ରାମରେ ଏହି ଘଟଣା ଦିନକୁ ଦିନ ବଢୁଥିବା ବେଳେ ଅବକାରୀ ବିଭାଗର ନୀରବତା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି । ଏହାକୁ ନେଇ ଗାଁରେ ଆତଙ୍କ ଖେଳି ଯାଇଛି । ଏପରିକି ଅବକାରୀ ବିଭାଗର ଏସ୍‌ଆଇଙ୍କ ଠାରୁ ଆରମ୍ଭ କରି ଇନ୍ସପେକ୍ଟର ଏବଂ ଉପ ଅଧିକ୍ଷକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରୁ ନାହିଁ।

ଏ ସଂକ୍ରାନ୍ତରେ ଜିଲା ଅବକାରୀ ବିଭାଗ ଉପ ଅଧିକ୍ଷକ ଦାୟିତ୍ୱରେ ଥିବା ଆରିୟା ରାୟଙ୍କୁ ତାଙ୍କ ମୋବାଇଲ ନଂ-୭୮୪୬୮୮୫୮୯୯ରେ ଯୋଗାଯୋଗ କଲେ କୌଣସି ଉତ୍ତର ମିଳି ନ ଥିଲା। ଏହି ଘଟଣାକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି।

The post ଢେଙ୍କାନାଳରେ ମଦ ନେଲା ୨ ଜୀବନ appeared first on Dharitri Odia News.