ମିଶନ ଚନ୍ଦ୍ରୟାନ-୪କୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ, ୧୯।୯: କେନ୍ଦ୍ର କ୍ୟାବିନେଟ ବୁଧବାର ମହାକାଶ କ୍ଷେତ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୪ ମିଶନକୁ ବୁଧବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିବା ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏହି ମିଶନ ଅନୁଯାୟୀ, ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ରରେ ଅବତରଣ କରାଇ ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବ। ସେହିପରି ଏହି ମିଶନରେ ଚନ୍ଦ୍ରରୁ ଚଟାଣ ଓ ମାଟି ପରି ନମୁନା ସଂଗ୍ରହ କରି ଭାରତ ଅଣାଯିବ, ଯାହାକୁ ନେଇ ଭାରତୀୟ […] The post ମିଶନ ଚନ୍ଦ୍ରୟାନ-୪କୁ କ୍ୟାବିନେଟ୍‌ ମଞ୍ଜୁରୀ appeared first on Dharitri Odia News.

ମିଶନ ଚନ୍ଦ୍ରୟାନ-୪କୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ, ୧୯।୯: କେନ୍ଦ୍ର କ୍ୟାବିନେଟ ବୁଧବାର ମହାକାଶ କ୍ଷେତ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୪ ମିଶନକୁ ବୁଧବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିବା ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏହି ମିଶନ ଅନୁଯାୟୀ, ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ରରେ ଅବତରଣ କରାଇ ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବ। ସେହିପରି ଏହି ମିଶନରେ ଚନ୍ଦ୍ରରୁ ଚଟାଣ ଓ ମାଟି ପରି ନମୁନା ସଂଗ୍ରହ କରି ଭାରତ ଅଣାଯିବ, ଯାହାକୁ ନେଇ
ଭାରତୀୟ ମହାକାଶ ଗବେଶଣା ସଂଗଠନ(ଇସ୍ରୋ) ପକ୍ଷରୁ ବିଭିନ୍ନ ପରୀକ୍ଷାନିରୀକ୍ଷା ଓ ଗବେଷଣା କରାଯିବ। ୩୬ ମାସର ସମୟସୀମା ସସ୍କୃତ ଚନ୍ଦ୍ରୟାନ-୪ ମିଶନ ପାଇଁ ମୋଦି ସରକାର ୨,୧୦୪ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଇସ୍ରୋ ଚନ୍ଦ୍ରୟାନ-୪ର ବିକାଶ ଏବଂ ଉତ୍‌କ୍ଷେପଣକୁ ପରିଚାଳନା କରିବ। ଅନ୍ୟପକ୍ଷରେ ଭେନସ ଅର୍ବିଟର ମିଶନର ସମ୍ପ୍ରସାରଣକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି। ସେହିପରି ୨୦୩୫ ସୁଦ୍ଧା ଭାରତୀୟ ଅନ୍ତରୀକ୍ଷ ଷ୍ଟେଶନ (ବିଏଏସ୍‌)ର ପ୍ରତିଷ୍ଠା ପାଇଁ ମଧ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି।

The post ମିଶନ ଚନ୍ଦ୍ରୟାନ-୪କୁ କ୍ୟାବିନେଟ୍‌ ମଞ୍ଜୁରୀ appeared first on Dharitri Odia News.