ମିଶନ ଶକ୍ତି ବଜାର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮ା୨(ଅନିଲ ଦାସ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ବରରେ ମିଶନ ଶକ୍ତି ବଜାରକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ରାଜ୍ୟର ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ ବାସ କରୁଥିବା ମହିଳାମାନଙ୍କ ପାଇଁ ଦୀର୍ଘମିଆଦୀ ଜୀବିକାର୍ଜନ ଲାଗି ମିଶନ ଶକ୍ତି ବଜାର ବଡ଼ ପ୍ଲାଟ୍ଫର୍ମ ଭାବେ କାର୍ଯ୍ୟ କରିବ। ମହିଳା ଉଦ୍ୟୋଗୀ ସୃଷ୍ଟି ଦିଗରେ ୫-ଟି କ୍ରମରେ ଏହାର ବିକାଶ କରାଯାଇଛି। ମିଶନ ଶକ୍ତି ବଜାର ଉଦ୍ଘାଟନ ହେବା ପୂର୍ବରୁ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ […] The post ମିଶନ ଶକ୍ତି ବଜାର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୨୮ା୨(ଅନିଲ ଦାସ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ବରରେ ମିଶନ ଶକ୍ତି ବଜାରକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ରାଜ୍ୟର ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ ବାସ କରୁଥିବା ମହିଳାମାନଙ୍କ ପାଇଁ ଦୀର୍ଘମିଆଦୀ ଜୀବିକାର୍ଜନ ଲାଗି ମିଶନ ଶକ୍ତି ବଜାର ବଡ଼ ପ୍ଲାଟ୍ଫର୍ମ ଭାବେ କାର୍ଯ୍ୟ କରିବ। ମହିଳା ଉଦ୍ୟୋଗୀ ସୃଷ୍ଟି ଦିଗରେ ୫-ଟି କ୍ରମରେ ଏହାର ବିକାଶ କରାଯାଇଛି। ମିଶନ ଶକ୍ତି ବଜାର ଉଦ୍ଘାଟନ ହେବା ପୂର୍ବରୁ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଫେବୃୟାରୀ ୧୯ ତାରିଖରେ ପରିଦର୍ଶନ କରି ଏହାର ଚୂଡ଼ାନ୍ତ ପ୍ରସ୍ତୁତିର ସମୀକ୍ଷା କରିଥିଲେ।
ଏହାଦ୍ବାରା ଏଣିକି ଘରେ ଘରେ ପହଞ୍ଚିବ ମିଶନ ଶକ୍ତି ମହିଳାଙ୍କ ଉତ୍ପାଦ। ଗ୍ରାହକଙ୍କୁ ଉଭୟ ଅନ୍ଲାଇନ ଓ ଅଫ୍ଲାଇନ କିଣିବା ସୁବିଧା ମିଳିପାରିବ। ଏଥିରେ ସମଗ୍ର ରାଜ୍ୟର ମିଶନ ଶକ୍ତି ଗ୍ରୁପ୍ର ଉତ୍ପାଦଗୁଡ଼ିକ ବିକ୍ରି ପାଇଁ ପ୍ରଦର୍ଶନ କରାଯିବ। ଏହା ଖୋର୍ଦ୍ଧା ମାତୃଶକ୍ତି ଫାର୍ମର୍ସ ପ୍ରଡ୍ୟୁସର (କେଏମ୍ଏଫ୍ପି) କମ୍ପାନୀ ଦ୍ୱାରା ପରିଚାଳିତ ହେବ। ଏଥିରେ ୨୦୦ରୁ ଊର୍ଦ୍ଧ୍ୱ ଏସ୍ଏଚ୍ଜି ଅଂଶୀଦାର ଭାବେ ରହିଛନ୍ତି। ରାଜ୍ୟର ଲକ୍ଷ ଲକ୍ଷ ମହିଳା ଏଥିରେ ସାମିଲ ହୋଇ ସେମାନଙ୍କ ଉତ୍ପାଦ ବିକ୍ରି କରିପାରିବ। ରାଜ୍ୟରେ ମହିଳାମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ପ୍ରୋତ୍ସାହିତ ଓ ବିକ୍ରି କରିବା ପାଇଁ କେଏମ୍ଏଫ୍ପି ଓ ମିଶନ ଶକ୍ତି ବିଭାଗର ମୂଳ ଲକ୍ଷ୍ୟ। ପ୍ରଡ୍ୟୁସର କମ୍ପାନୀଗୁଡ଼ିକ ବୈଷୟିକ ସେବା ଏଜେନ୍ସି ଭାବେ କାର୍ଯ୍ୟ କରିବ। ଏହି ବଜାରରେ ଲୋକେ ଝାଡ଼ୁଠାରୁ ପାଟଶାଢ଼ି, ବେତ ସୋଫା, ଘରକରଣା ଜିନିଷ, ମିଲେଟ୍ସ ଉତ୍ପାଦ, ପଟ୍ଟଚିତ୍ର, ପେଣ୍ଟିଂ, କନ୍ଧମାଳ ହଳଦୀ ସମେତ ପ୍ରାୟ ୧ ହଜାର ପ୍ରକାର ଉତ୍ପାଦ କିଣିବାର ସୁବିଧା ପାଇବେ।
The post ମିଶନ ଶକ୍ତି ବଜାର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.