ମିଶନ ଶକ୍ତି ମା’ଙ୍କୁ ବଡ଼ ଉପହାର; ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ

ଭୁବନେଶ୍ୱର: ଏଣିକି ଆଉ ୫ ଲକ୍ଷ ନୁହେଁ ୭୦ ଲକ୍ଷ ଏସଏଚଜିକୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ... The post ମିଶନ ଶକ୍ତି ମା’ଙ୍କୁ ବଡ଼ ଉପହାର; ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ appeared first on .

ମିଶନ ଶକ୍ତି ମା’ଙ୍କୁ ବଡ଼ ଉପହାର; ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ

ଭୁବନେଶ୍ୱର: ଏଣିକି ଆଉ ୫ ଲକ୍ଷ ନୁହେଁ ୭୦ ଲକ୍ଷ ଏସଏଚଜିକୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ଯମନ୍ତ୍ରୀ। ଆସନ୍ତା ୫ ବର୍ଷ ମଧ୍ୟରେ ୭୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ମା’ ମାନଙ୍କୁ ଯୋଗାଇ ଦିଆଯିବାକୁ ଲକ୍ଷ୍ଯ ରଖାଯାଇଛି। ଏହାଛଡ଼ା ୭୩୦ କୋଟି ଟଙ୍କା ଅଟକଳରେ ମିଶନ ଶକ୍ତି ମାଆଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ସହାୟତା ଏବଂ  ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ କରିଥିଲେ ନବୀନ।

ଏହି ଅବସରରେ ନବୀନ କହିଥିଲେ, ମିଶନ ଶକ୍ତି ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ବିଦେଶ ଯାଇ ମହିଳାମାନେ ଭିନ୍ନ ଅନୁଭୂତି ନେଇଥିବାରୁ ଖୁସି ପ୍ରକାଶ କରିଥିଲେ ମୁଖ୍ଯମନ୍ତ୍ରୀ।

ମିଶନ ଶକ୍ତି ମାଆମାନେ ହୋଇଛନ୍ତି ସରକାରଙ୍କ ପାର୍ଟନର। ସେମାନଙ୍କ ହାତ ତିଆରି ଜିନିଷର ବିକ୍ରି ପାଇଁ ହୋଇଛି ମିଶନ ଶକ୍ତି ବଜାର।  ଭୁବନେଶ୍ୱରରେ ଅତ୍ୟାଧୁନିକ ମିଶନ ଶକ୍ତି ବଜାର ଖୋଲାଯାଇଛି। ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଓ ରିଟେଲ ଆଉଟଲେଟ ଖୋଲାଯିବ। ମାଆଙ୍କୁ ୮ ହଜାର କୋଟି ଟଙ୍କାର ସରକାରୀ ବିଜିନେସ୍ ସହାୟତା ଯୋଗାଇ ଦିଆଯାଇଅଛି। ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ ଓ ଫେଡେରେସନ ଲିଡର ମାନେ ଖୁବଶୀଘ୍ର ଖୁସି ଖବର ପାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ ।

ମୁଖ୍ଯମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ ନୀତି ନାରୀ ଶକ୍ତିରେ ଆଣିଛି ଆନ୍ଦୋଳନ। ମାଆମାନଙ୍କୁ ଘରର ଚାରିକଣରୁ ନେଇ ଦୁବାଇ ଓ ସିଙ୍ଗାପୁରର ଅନୁଭୂତି ଦେଇଛନ୍ତି ରାଜ୍ଯ ସରକାର। ସ୍ବତନ୍ତ୍ର ପରିଚୟ ଦେଇଥିବାରୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ମିଶନ ଶକ୍ତି ସଦସ୍ଯା।

The post ମିଶନ ଶକ୍ତି ମା’ଙ୍କୁ ବଡ଼ ଉପହାର; ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ appeared first on .