ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟସେବା ମୁଖା ଖୋଲିଲେ ଜନସଂଗଠନ, ଅବ୍ୟବସ୍ଥାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ

ଭୁବନେଶ୍ୱର : ରାଜ୍ୟରେ ନୂଆ ସରକାର ଆସିବା ପରେ ବିଗିଡି ଯାଇଛି ସ୍ୱାସ୍ଥ୍ୟ ବ୍ୟବସ୍ଥା। ଏଭଳି ଅଭିଯୋଗ କରିଛନ୍ତି ବିଭିନ୍ନ... The post ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟସେବା ମୁଖା ଖୋଲିଲେ ଜନସଂଗଠନ, ଅବ୍ୟବସ୍ଥାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ appeared first on .

ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟସେବା ମୁଖା ଖୋଲିଲେ ଜନସଂଗଠନ, ଅବ୍ୟବସ୍ଥାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ

ଭୁବନେଶ୍ୱର : ରାଜ୍ୟରେ ନୂଆ ସରକାର ଆସିବା ପରେ ବିଗିଡି ଯାଇଛି ସ୍ୱାସ୍ଥ୍ୟ ବ୍ୟବସ୍ଥା। ଏଭଳି ଅଭିଯୋଗ କରିଛନ୍ତି ବିଭିନ୍ନ ଜନ ସଂଗଠନ। ଅବ୍ୟବସ୍ଥାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି।ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ଡାକ୍ତର ନିଶିଦ୍ଧ ଔଷଧ ଦେଉଥିବା ଭଳି ବଡ଼ ଅଭିଯୋଗ ହୋଇଛି। ଏସସିବି ମେଡ଼ିକାଲରେ ଚାଲିଥିବା ଅଭିଯୋଗ କରିଛି ଜନସ୍ୱାସ୍ଥ୍ୟ ଅଭିଯାନ ଓ ଅନ୍ୟ ପ୍ରମୁଖ ଜନ ସଂଗଠନ।ଏହି ବ୍ୟାନ ମେଡ଼ିସିନ ଖାଇ ୨୭ ଜଣ କିଡନୀ ରୋଗୀଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି।ସରକାରଙ୍କ ଛତ୍ରଛାୟାରେ ଚାଲିଛି କିଡନି ରାକେଟ। ଯନ୍ତ୍ରଣାରେ ଡାକ୍ତରଙ୍କ ସହଯୋଗ  ନପାଇ ରୋଗୀ ଆତ୍ମହତ୍ୟା କରୁଛନ୍ତି। ଆଗକୁ ଯାହା କହୁଥିଲେ ସରକାର ଆସିବା ପରେ ଓଲଟା କାମ କରୁଛନ୍ତି। ଦୂଷିତପାନୀୟ ଜଳ ପିଇ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି।ଡାକ୍ତର ଚିକିତ୍ସାର ବିଧିବ୍ୟବସ୍ଥା ମାନୁନାହାନ୍ତି। କିଡନୀ ପ୍ରତିରୋପଣ ପରେ ମିଳୁନି ଆବଶ୍ୟକ ସେବା ଓ ଚିକିତ୍ସା। ତେଣୁ ରୋଗୀ ଭୟରେ ମେଡ଼ିକାଲ ଆସୁ ନାହାନ୍ତି।ସରକାରଙ୍କ ପାଖରେ ବାରମ୍ବାର ଦାବି ପରେ ସମସ୍ୟାର ସମାଧାନ ହେଉନି ବୋଲି କହିଛନ୍ତି ଜନ ସଂଗଠନ ।

ଯେଉଁ ଡାକ୍ତରଙ୍କ ବିରୋଧରେ ଅଭିଯୋଗ ଥିଲା ସେମାନଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି।ରୋଗୀଙ୍କ ପାଇଁ ବାରମ୍ବାର ଔଷଧ ପରିବର୍ତ୍ତନ କରାଯାଉଛି। ଗତ ୬ ମାସରେ ଏସସିବିରେ ମାତ୍ର ଗୋଟିଏ କିଡନୀ ପ୍ରତିରୋପଣ ହୋଇଛି।ପ୍ରତିରୋପଣ ସଂଖ୍ୟା ବଢିବା ତୁଳନାରେ କମିଛି।ଦାନ ହେଉଥିବା କିଡନୀ କୁଆଡେ ଯାଉଛି ବୋଲି ପ୍ରଶ୍ନ ଉଠୁଛି।ଗରିବଙ୍କ ଉପରେ ପରୀକ୍ଷା କରାଯାଉଛି। ଯାହା ଫଳରେ ଅନେକ ଜୀବନ ଯାଉଛି। SCB ନେଫ୍ରୋଲୋଜି ବିଭାଗରେ ୩ ପ୍ରଫେସର ଓ ୩ ଆସିଷ୍ଟାଣ୍ଟ ପ୍ରଫେସର ରହିବା କଥା। କିନ୍ତୁ ଜଣେବି ପ୍ରଫେସର ନାହାନ୍ତି। କିଡନୀ ରୋଗୀଙ୍କ ପାଇଁ ୩୦ ଜିଲ୍ଲାରେ ଡାୟାଲିସିସ ଵ୍ୟଵସ୍ଥା ରହିଛି।କିନ୍ତୁ ମେସିନ ଚଳାଇବାକୁ କେହି ନାହାନ୍ତି। ରାଜ୍ୟରେ  କିଡନୀ ରୋଗୀ ଚିହ୍ନଟ ସହ ଅଭିଯୋଗ ପ୍ରକୋଷ୍ଠ ପାଇଁ ଦାବି ହୋଇଛି। ଘରୋଇ ହସ୍ପିଟାଲକୁ ଅନୁକମ୍ପା ଦେଖାଇ ସରକାରୀ ମେଡିକାଲକୁ ମାରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି ଜନସଂଗଠନ ସମୂହ। ରାଜ୍ୟରେ ନୂଆ ସରକାର ଆସିବା ପରେ ଅନେକ ଜିଲ୍ଲାରେ ସିଡିଏମଓ ନାହାନ୍ତି। ପଦବୀ ସୃଷ୍ଟି ହୋଇଥିଲେ ମଧ୍ୟ ନିଯୁକ୍ତି ଦିଆଯାଉ ନାହିଁ।ଏହାକୁ ନେଇ ଅସନ୍ତୋଷ ବ୍ୟାପକ ହେବାରେ ଲାଗିଛି।

The post ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟସେବା ମୁଖା ଖୋଲିଲେ ଜନସଂଗଠନ, ଅବ୍ୟବସ୍ଥାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ appeared first on .