ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟାମାନଙ୍କର କେବଳ ଜାତୀୟ ସ୍ତରରେ ନୁହେଁ, ଅନ୍ତର୍ଜାତୀୟ ସ୍ତରୀୟ ବ୍ୟବସାୟ ପରିଦର୍ଶନ ଓ ଦୂରଦୃଷ୍ଟି ରହିବା ଆବଶ୍ୟକ ବୋଲି ଅନୁଭବ କରିଥିବା ବିଜେଡି ରାଜ୍ୟ ସଭା ସଦସ୍ୟ ସୁଲତା ଦେଓ କହିଛନ୍ତି। ଗଣମାଧ୍ୟମକୁ ସୂଚନା […] The post ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି appeared first on Dharitri Odia News.

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟାମାନଙ୍କର କେବଳ ଜାତୀୟ ସ୍ତରରେ ନୁହେଁ, ଅନ୍ତର୍ଜାତୀୟ ସ୍ତରୀୟ ବ୍ୟବସାୟ ପରିଦର୍ଶନ ଓ ଦୂରଦୃଷ୍ଟି ରହିବା ଆବଶ୍ୟକ ବୋଲି ଅନୁଭବ କରିଥିବା ବିଜେଡି ରାଜ୍ୟ ସଭା ସଦସ୍ୟ ସୁଲତା ଦେଓ କହିଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ମିଶନ ଶକ୍ତିର ବିଶ୍ୱସ୍ତରୀୟ ସଫଳତା ଏବଂ ଏହା ମାଧ୍ୟମରେ ଓଡ଼ିଶାର ଅନେକ ଲକ୍ଷ ମହିଳାଙ୍କ ସଶକ୍ତୀକରଣରେ ଅସହିଷ୍ଣୁ ଓ ଈର୍ଷା ପରାୟଣ ହୋଇପଡ଼ିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିଶନଶକ୍ତିର ଏହି ମହିଳା ସଦସ୍ୟାମାନେ ୨୦୨୪ ଏପ୍ରିଲରେ କିଭଳି ଦୁବାଇକୁ ଯାଇ ନ ପାରିବେ ସେଥିପାଇଁ ଷଡ଼ଯନ୍ତ୍ର କରିଥିବା ସୁଲତା ଅଭିଯୋଗ କରିଛନ୍ତି। ଏବେ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ମିଶନ ଶକ୍ତିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବା, ଯିଏ କି ୭୦ ଲକ୍ଷ ମହିଳାଙ୍କ ଜୀବନକୁ ପରିବର୍ତ୍ତନ କରିବାରେ ବିପ୍ଳବ ସାଜିଛନ୍ତି। ସେ ମହିଳାଙ୍କ ସଶକ୍ତୀକରଣକୁ ବରଦାସ୍ତ କରିପାରିବେ ନାହିଁ ବୋଲି ସୁଲତା କହିଛନ୍ତି।

The post ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି appeared first on Dharitri Odia News.