ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍ କଲେ କଂଗ୍ରେସ କର୍ମୀ
ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସର ନୀତି ଆଦର୍ଶକୁ ବିଚାର କରି ତଥା ବିଧାୟକ ପ୍ରାର୍ଥୀ ପ୍ରଭାସକର ମହାପାତ୍ରଙ୍କ କାର୍ଯ୍ୟଦକ୍ଷତା, ନୀତି ଆଦର୍ଶକୁ ଭିତ୍ତିକରି ଉକ୍ତ ମିଶ୍ରଣ ପର୍ବରେ ସମିତି ସଭ୍ୟା, ଓ୍ବାର୍ଡସଦସ୍ୟ ଓ ବିଜେଡି କର୍ମୀମାନେ ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତ। କୋଷ୍ଠା ପଞ୍ଚାୟତର ରଣଜିତ ସିଂଙ୍କ […] The post ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍ କଲେ କଂଗ୍ରେସ କର୍ମୀ appeared first on Dharitri Odia News.
ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସର ନୀତି ଆଦର୍ଶକୁ ବିଚାର କରି ତଥା ବିଧାୟକ ପ୍ରାର୍ଥୀ ପ୍ରଭାସକର ମହାପାତ୍ରଙ୍କ କାର୍ଯ୍ୟଦକ୍ଷତା, ନୀତି ଆଦର୍ଶକୁ ଭିତ୍ତିକରି ଉକ୍ତ ମିଶ୍ରଣ ପର୍ବରେ ସମିତି ସଭ୍ୟା, ଓ୍ବାର୍ଡସଦସ୍ୟ ଓ ବିଜେଡି କର୍ମୀମାନେ ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତ। କୋଷ୍ଠା ପଞ୍ଚାୟତର ରଣଜିତ ସିଂଙ୍କ ନେତୃତ୍ୱରେ ବର୍ତ୍ତମାନର ସମିତି ସଭ୍ୟା ନୟନା ପଲେଇ, ଅଭିମନ୍ୟୁ ନାଏକ, ଓ୍ବାର୍ଡ ସଭ୍ୟା ମିନତି ନାଏକ,ସଞ୍ଜୟ ବେହେରା,ଦୀପକ ସାଥୁଆ,ତରୁଣ ବେହେରା,ଚନ୍ଦ୍ରକାନ୍ତ ନାଏକ,ଅସୀମ ଦଳେଇ,ସଞ୍ଜୟ ନାଏକ, କାହ୍ନୁ ନାଏକ, ତପୁ ନାଏକ, ଲିଟୁ ଦେ, ସୁଶାନ୍ତ ବେରାଙ୍କ ସମେତ ୨୦ରୁ ଅଧିକ ନେତା ଓ କର୍ମୀ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଥିଲେ। ସେହିପରି ବଡ଼ଭାଲିଆ ପଞ୍ଚାୟତର ଅବସରପ୍ରାପ୍ତ ଶିକ୍ଷକ ପରେଶଚନ୍ଦ୍ର ସି ମଧ୍ୟ କଂଗ୍ରେସରେ ଯୋଗଦେଇଥିଲେ l ପଳାସମୁଣ୍ଡୁଳି ପଞ୍ଚାୟତର ଆଶୁତୋଷ ମିଶ୍ରଙ୍କ ନେତୃତ୍ୱରେ ପୂର୍ବତନ ସମିତି ସଭ୍ୟ ଈଶ୍ୱର ଚନ୍ଦ୍ର ପାତ୍ର ଯୋଗଦେଇଥିଲେ l ତେବେ ଆଜି ମିଶ୍ରଣ ପର୍ବରେ ସାମିଲ ହୋଇଥିବା ଦୀପକ ସାଥୁଆ ବିଜୁ ଜନତା ଦଳର କର୍ମୀମାନଙ୍କୁ ଟାର୍ଗେଟ୍ କରି କହିଥିଲେ ବିଜେଡି କର୍ମୀ ବର୍ତ୍ତମାନ ଗୁଣ୍ଡାରାଜ କରୁଛନ୍ତି ଏବଂ ଯେଉଁମାନେ ଦଳ ଛାଡୁଛନ୍ତି କି ଅନ୍ୟ ଦଳରେ ମିଶୁଛନ୍ତି ସେମାନଙ୍କୁ ଧମକ ଚମକ ଦେଉଛନ୍ତି l ମିଶ୍ରଣ ପର୍ବରେ ମହାପାତ୍ରଙ୍କ ସହିତ ନିର୍ବାଚନମଣ୍ଡଳୀର ଯୁବ ସଭାପତି ତାପସ ରଞ୍ଜନ ରାଉତ, ମହିଳା ସଭାପତି ମଞ୍ଜୁତା ବେହେରା, ବରିଷ୍ଠ କଂଗ୍ରେସ ନେତା ଶୋଭାକର ମୁଖୀ, ଧ୍ରୁବେନ୍ଦ୍ରନାଥ ସି, ରାଜେଶ ପଢ଼ିହାରୀ, ଶଶଧର ବେହେରା ପ୍ରମୁଖ ଉପସ୍ଥିତ ଥିବା ବେଳେ ଯୁବନେତା ଶୁଭ କୁମାର ମହାନ୍ତ, ଅସିତ କୁମାର ବେହେରା,ସିଲଟୁ ଜେନା, ତାପସ ସିଂ ପ୍ରମୁଖ ସହଯୋଗ କରିଥିଲେ।
The post ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍ କଲେ କଂଗ୍ରେସ କର୍ମୀ appeared first on Dharitri Odia News.