ମୁଁ ତଳେ ଥିବାବେଳେ ସେ ଆକାଶରେ ଉଡୁଥିଲେ…ବିଜେଡି ବିଧାୟକଙ୍କୁ ସାନ ଭାଇ ଏମିତି କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୨୯।୮(ଅନିଲ ଦାସ):ବିଜେଡି ସଭ୍ୟ ଦିବ୍ୟଶଙ୍କର ମିଶ୍ର ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମଧ୍ୟରେ ପ୍ରଶ୍ନୋତ୍ତରକୁ ନେଇ ଗୁରୁବାର ବିଧାନସଭା ପ୍ରଶ୍ନକାଳରେ ଏକ ରୋଚକ ପରିବେଶ ସୃଷ୍ଟି ହୋଇଥିଲା। ରାଜସ୍ବ ବିଭାଗ ସମ୍ପର୍କିତ ପ୍ରଶ୍ନରେ ଦିବ୍ୟଶଙ୍କର କହିଥିଲେ, ରାଜସ୍ବ ମନ୍ତ୍ରୀ ମୋର ଦାଦା ସମାନ ଲାଗିବେ। ରାଜ୍ୟରେ ବହୁ ଆର୍‌ଆଇ, ଅମିନ ପଦବୀ ଖାଲି ପଡ଼ିଛି। ଅବସର ନେଇଥିବା ପୁରୁଣା ଆରଆଇ ଓ ଅମିନଙ୍କୁ ଚୁକ୍ତିଭିତ୍ତିରେ ନିଯୁକ୍ତି ଦେବେ କି ବୋଲି ପ୍ରଶ୍ନ କରିଥିଲେ। ଉତ୍ତରରେ ମନ୍ତ୍ରୀ […] The post ମୁଁ ତଳେ ଥିବାବେଳେ ସେ ଆକାଶରେ ଉଡୁଥିଲେ…ବିଜେଡି ବିଧାୟକଙ୍କୁ ସାନ ଭାଇ ଏମିତି କହିଦେଲେ ମନ୍ତ୍ରୀ appeared first on Dharitri Odia News.

ମୁଁ ତଳେ ଥିବାବେଳେ ସେ ଆକାଶରେ ଉଡୁଥିଲେ…ବିଜେଡି ବିଧାୟକଙ୍କୁ ସାନ ଭାଇ ଏମିତି କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୨୯।୮(ଅନିଲ ଦାସ):ବିଜେଡି ସଭ୍ୟ ଦିବ୍ୟଶଙ୍କର ମିଶ୍ର ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମଧ୍ୟରେ ପ୍ରଶ୍ନୋତ୍ତରକୁ ନେଇ ଗୁରୁବାର ବିଧାନସଭା ପ୍ରଶ୍ନକାଳରେ ଏକ ରୋଚକ ପରିବେଶ ସୃଷ୍ଟି ହୋଇଥିଲା। ରାଜସ୍ବ ବିଭାଗ ସମ୍ପର୍କିତ ପ୍ରଶ୍ନରେ ଦିବ୍ୟଶଙ୍କର କହିଥିଲେ, ରାଜସ୍ବ ମନ୍ତ୍ରୀ ମୋର ଦାଦା ସମାନ ଲାଗିବେ। ରାଜ୍ୟରେ ବହୁ ଆର୍‌ଆଇ, ଅମିନ ପଦବୀ ଖାଲି ପଡ଼ିଛି। ଅବସର ନେଇଥିବା ପୁରୁଣା ଆରଆଇ ଓ ଅମିନଙ୍କୁ ଚୁକ୍ତିଭିତ୍ତିରେ ନିଯୁକ୍ତି ଦେବେ କି ବୋଲି ପ୍ରଶ୍ନ କରିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ, ଦିବ୍ୟଶଙ୍କର ମୋର ସାନ ଭାଇ। ମୁଁ ତଳେ ଥିବାବେଳେ ସେ ଆକାଶରେ ଉଡୁଥିଲେ। ଛତିଶଗଡ଼ର ରମଣ ସିଂଙ୍କ ସରକାର ଥିବା ବେଳେ ମୁଁ ଥରେ ତାଙ୍କ ଫ୍ଲାଇଟରେ ଯାଇଥିଲି। ସେ ତଳକୁ କି ଆଗକୁ ଦେଖି ଉଡୁଛନ୍ତି ତାହା ମୁଁ ଦେଖୁଥିଲି। ଏହାକୁ ନେଇ ଗୃହରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ମନ୍ତ୍ରୀ କହିଥିଲେ, ବିଜେଡି ସରକାର ଅମଳରେ ଗରିବଙ୍କୁ ଜମି ଦେଇପାରି ନାହାନ୍ତି। ସେହି ସମୟରେ ଯଦି ସେ ଏହି କଥା କହିଥାଆନ୍ତେ ଆଜି ମୋ ପାଖକୁ ଏହି ସମସ୍ୟା ଆସି ନ ଥାଆନ୍ତା। ରାଜସ୍ବ ବିଭାଗର ସବୁ ବିଭାଗ ସହ ସମ୍ପର୍କ ଅଛି। ଆମ ସରକାର ଗରିବଙ୍କୁ ଜମି ପଟ୍ଟା ଦେବ ଓ ଜମି ଚିହ୍ନଟ ମଧ୍ୟ କରିବ।

The post ମୁଁ ତଳେ ଥିବାବେଳେ ସେ ଆକାଶରେ ଉଡୁଥିଲେ…ବିଜେଡି ବିଧାୟକଙ୍କୁ ସାନ ଭାଇ ଏମିତି କହିଦେଲେ ମନ୍ତ୍ରୀ appeared first on Dharitri Odia News.