ମୁଁ ଦୁର୍ନୀତି ବିରୋଧରେ ଲଢ଼ୁଛି ବିରୋଧୀ ଦୁର୍ନୀତିକୁ ସୁରକ୍ଷା ଦେଉଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆରମ୍ଭରୁ ବିରୋଧୀ ଦଳ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ। ବିଜେପି ଦୁର୍ନୀତି ରୋକୁଛି ହେଲେ ବିରୋଧୀ ଏହାକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି ବୋଲି ମୋଦୀ କହିଛନ୍ତି। ଉତ୍ତର ପ୍ରଦେଶ ମୀରଠରୁ ପ୍ରଚାର ଆରମ୍ଭ କରି କହିଛନ୍ତି ଆସନ୍ତା ନିର୍ବାଚନ ସରକାର ଗଠନର ନୁହେଁ ବିକଶିତ ଭାରତ ଗଢ଼ିବାର ବୋଲି ମୋଦୀ କହିଛନ୍ତି। ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କିଛି ଲୋକ ରାଗିଛନ୍ତି ବୋଲି ମୋଦୀ କହିଛନ୍ତି।  ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୧୦ ବର୍ଷ ହେଲା ମୁଁ ଦୁର୍ନୀତି ବିରୋଧରେ ଲଢ଼ୁଛି। ଯେଉଁମାନେ ଦୁର୍ନୀତି କରିଛନ୍ତି ସେମାନେ ଜେଲ୍‌ରେ ଅଛନ୍ତି। ଆସନ୍ତା ନିର୍ବାଚନ ଦୁର୍ନୀତିକୁ ବିରୋଧରେ ଲଢ଼େଇ କରୁଥିବା ଏନ୍‌ଡିଏ ଓ ଦୁର୍ନୀତି ସୁରକ୍ଷା ଦେଉଥିବା ଗ୍ରୁପ୍ ମଧ୍ୟରେ ହେବ। ମୋଦୀ ମନ୍ତ୍ରୀ ଦୁର୍ନୀତି ହଟାଅ ସୋନଙ୍କ ସ୍ଲୋଗାନ ଦୁର୍ନତି ବଞ୍ଚାଅ ବୋଲି ମୋଦୀ କହିଛନ୍ତି।ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ କୃଷକଙ୍କୁ ଘୃଣା କରୁଥିବା ଇଣ୍ଡି ମେଣ୍ଟ ଚୌଧୁରୀ ଚରଣ ସିଂହଙ୍କୁ ସମ୍ମାନ ଦେଇ ନାହିଁ। ମୁଁ କେବଳ ଦୁର୍ନୀତି ବିରୋଧରେ ତଦନ୍ତ କରାଉ ନାହିଁ ବରଂ ଲୋକଙ୍କୁ ତାଙ୍କ ସମ୍ପତ୍ତି ଫେରାଇ ଦେଉଛି ବୋଲି ମୋଦୀ କହିଛନ୍ତି। ତୃତୀୟ ପାଳି ପାଇଁ ଆମ ସରକାର ସମସ୍ତ ରୋଡ୍‌ ମ୍ୟାପ୍ ପ୍ରସ୍ତୁତ

ମୁଁ ଦୁର୍ନୀତି ବିରୋଧରେ ଲଢ଼ୁଛି ବିରୋଧୀ ଦୁର୍ନୀତିକୁ ସୁରକ୍ଷା ଦେଉଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆରମ୍ଭରୁ ବିରୋଧୀ ଦଳ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ। ବିଜେପି ଦୁର୍ନୀତି ରୋକୁଛି ହେଲେ ବିରୋଧୀ ଏହାକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି ବୋଲି ମୋଦୀ କହିଛନ୍ତି। 

ଉତ୍ତର ପ୍ରଦେଶ ମୀରଠରୁ ପ୍ରଚାର ଆରମ୍ଭ କରି କହିଛନ୍ତି ଆସନ୍ତା ନିର୍ବାଚନ ସରକାର ଗଠନର ନୁହେଁ ବିକଶିତ ଭାରତ ଗଢ଼ିବାର ବୋଲି ମୋଦୀ କହିଛନ୍ତି। ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କିଛି ଲୋକ ରାଗିଛନ୍ତି ବୋଲି ମୋଦୀ କହିଛନ୍ତି।  

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୧୦ ବର୍ଷ ହେଲା ମୁଁ ଦୁର୍ନୀତି ବିରୋଧରେ ଲଢ଼ୁଛି। ଯେଉଁମାନେ ଦୁର୍ନୀତି କରିଛନ୍ତି ସେମାନେ ଜେଲ୍‌ରେ ଅଛନ୍ତି। ଆସନ୍ତା ନିର୍ବାଚନ ଦୁର୍ନୀତିକୁ ବିରୋଧରେ ଲଢ଼େଇ କରୁଥିବା ଏନ୍‌ଡିଏ ଓ ଦୁର୍ନୀତି ସୁରକ୍ଷା ଦେଉଥିବା ଗ୍ରୁପ୍ ମଧ୍ୟରେ ହେବ। ମୋଦୀ ମନ୍ତ୍ରୀ ଦୁର୍ନୀତି ହଟାଅ ସୋନଙ୍କ ସ୍ଲୋଗାନ ଦୁର୍ନତି ବଞ୍ଚାଅ ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ କୃଷକଙ୍କୁ ଘୃଣା କରୁଥିବା ଇଣ୍ଡି ମେଣ୍ଟ ଚୌଧୁରୀ ଚରଣ ସିଂହଙ୍କୁ ସମ୍ମାନ ଦେଇ ନାହିଁ। ମୁଁ କେବଳ ଦୁର୍ନୀତି ବିରୋଧରେ ତଦନ୍ତ କରାଉ ନାହିଁ ବରଂ ଲୋକଙ୍କୁ ତାଙ୍କ ସମ୍ପତ୍ତି ଫେରାଇ ଦେଉଛି ବୋଲି ମୋଦୀ କହିଛନ୍ତି। ତୃତୀୟ ପାଳି ପାଇଁ ଆମ ସରକାର ସମସ୍ତ ରୋଡ୍‌ ମ୍ୟାପ୍ ପ୍ରସ୍ତୁତ କରି ସାରିଛି। ଆମେ ପ୍ରଥମ ୧୦୦ ଦିନର କାମ ସ୍ଥିର କରିସାରିଛୁ ବୋଲି ମୋଦୀ କହିଛନ୍ତି।  ଗତ ୧୦ ବର୍ଷରେ ଆପମାନେ ବିକାଶର ଟ୍ରେଲର ଦେଖିଛନ୍ତି ପରବର୍ତ୍ତି ପର୍ଯ୍ୟାୟରେ ଆମେ ଏହାକୁ ଆହୁରି ତ୍ୱାରାନ୍ନିତ କରିବୁ ବୋଲି ମୋଦୀ କହିଛନ୍ତି।