ହାତ ମିଶାଇଲେ ରୁଷିଆ-ପାକିସ୍ତାନ: ଟେନସନରେ ଭାରତ
ଇସଲାମାବାଦ୍,୩୦/୧୦:ପାକିସ୍ତାନ ଆଜିକାଲି ରୁଷିଆ ସହ ନିଜର ସମ୍ପର୍କକୁ ସୁଦୃଢ଼ କରିବାରେ ଲାଗିପଡିଛି । ଉପ ପ୍ରତିରକ୍ଷା ମନ୍ତ୍ରୀ କର୍ଣ୍ଣେଲ ଜେନେରାଲ ଆଲେକଜାଣ୍ଡର ଭି ଫୋମିନଙ୍କ ନେତୃତ୍ୱରେ ରୁଷିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପାକିସ୍ତାନ ଗସ୍ତରେ ଅଛନ୍ତି । ରୁଷିଆର ଉପସୁରକ୍ଷା ମନ୍ତ୍ରୀ କର୍ଣ୍ଣେଲ ଜେନେରାଲ ଆଲେକଜାଣ୍ଡର ଭି ଫୋମିନ୍ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ପାକିସ୍ତାନର ତିନି ସେନା ମୁଖ୍ୟଙ୍କ ସହ ପୃଥକ ଭାବେ ସାକ୍ଷାତ କରିଥିଲେ। ଏହି ବୈଠକରେ ଋଷିଆ ଓ ପାକିସ୍ତାନ ପ୍ରତିରକ୍ଷା ଓ […] The post ହାତ ମିଶାଇଲେ ରୁଷିଆ-ପାକିସ୍ତାନ: ଟେନସନରେ ଭାରତ appeared first on Dharitri Odia News.
ଇସଲାମାବାଦ୍,୩୦/୧୦:ପାକିସ୍ତାନ ଆଜିକାଲି ରୁଷିଆ ସହ ନିଜର ସମ୍ପର୍କକୁ ସୁଦୃଢ଼ କରିବାରେ ଲାଗିପଡିଛି । ଉପ ପ୍ରତିରକ୍ଷା ମନ୍ତ୍ରୀ କର୍ଣ୍ଣେଲ ଜେନେରାଲ ଆଲେକଜାଣ୍ଡର ଭି ଫୋମିନଙ୍କ ନେତୃତ୍ୱରେ ରୁଷିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପାକିସ୍ତାନ ଗସ୍ତରେ ଅଛନ୍ତି । ରୁଷିଆର ଉପସୁରକ୍ଷା ମନ୍ତ୍ରୀ କର୍ଣ୍ଣେଲ ଜେନେରାଲ ଆଲେକଜାଣ୍ଡର ଭି ଫୋମିନ୍ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ପାକିସ୍ତାନର ତିନି ସେନା ମୁଖ୍ୟଙ୍କ ସହ ପୃଥକ ଭାବେ ସାକ୍ଷାତ କରିଥିଲେ।
ଏହି ବୈଠକରେ ଋଷିଆ ଓ ପାକିସ୍ତାନ ପ୍ରତିରକ୍ଷା ଓ ନିରାପତ୍ତା କ୍ଷେତ୍ରରେ ପରସ୍ପର ସହ ସହଯୋଗ ବଢ଼ାଇବାକୁ ସଂକଳ୍ପ ନେଇଛନ୍ତି। ସୂଚନାଯୋଗ୍ୟ, କିଛି ଦିନ ତଳେ ପାକିସ୍ତାନକୁ ଏକ ବଡ଼ ଝଟକା ଲାଗିଥିଲା। ଋଷିଆର କଜାନରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୪ପାଇଁ ପାକିସ୍ତାନକୁ ନିମନ୍ତ୍ରଣ ମଧ୍ୟ ମିଳିନଥିଲା । ତେବେ ବ୍ରିକ୍ସ ଶିଖର ସମ୍ମିଳନୀର ମାତ୍ର କିଛି ଦିନ ପରେ ରୁଷୀୟ ପ୍ରତିନିଧି ମଣ୍ଡଳର ପାକିସ୍ତାନ ଗସ୍ତ ଚର୍ଚ୍ଚାର ବିଷୟ ପାଲଟିଛି।
ରୁଷିଆ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ବୈଠକ କୁ ନେଇ ଏକ ବିବୃତି ଜାରି କରିଛି। ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ନେତୃତ୍ୱରେ ଋଷୀୟ ପ୍ରତିନିଧି ଦଳ ସହ ହୋଇଥିବା ବୈଠକରେ ଉଭୟ ପକ୍ଷ ଆଞ୍ଚଳିକ ନିରାପତ୍ତା ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗଉପରେ ଗଭୀର ମତ ବିନିମୟ କରିଥିଲେ । ଏଥିରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ଓ ନିରାପତ୍ତା ସହଯୋଗ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହୋଇଛି।
ଅନ୍ୟପକ୍ଷରେ ଜେନେରାଲ ଅସୀମ ମୁନିର ରୁଷିଆ ସହ ପାରମ୍ପରିକ ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ପାକିସ୍ତାନର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ମିଳିତ ସାମରିକ ଅଭ୍ୟାସ ଏବଂ ପିଏଏଫ୍ ଉପକରଣ ପାଇଁ ବୈଷୟିକ ସହାୟତା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ର ନୂତନ ଉପାୟ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।
ନିକଟ ଅତୀତରେ ଋଷିଆ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବ୍ୟାପକ ଭାବେ ବୃଦ୍ଧି ପାଇଛି। ଗତ ବର୍ଷ ୨୦୨୩ରେ ରୁଷିଆ ଓ ପାକିସ୍ତାନ ମଧ୍ୟରେ ବାର୍ଷିକ ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି। ଯାହା କି ୧ ବିଲିୟନ ଡଲାର ଅତିକ୍ରମ କରିଛି ।
ଋଷିଆ-ୟୁକ୍ରେନ ଯୁଦ୍ଧର ଏକ ବର୍ଷରୁ ଅଧିକ ସମୟ ପରେ ରୁଷ୍ ଆର୍ଥିକ ସଙ୍କଟରେ ପଡ଼ିଥିଲା। ପାଶ୍ଚାତ୍ୟ ଦେଶଗୁଡ଼ିକ ଦ୍ୱାରା ଲାଗୁ କରାଯାଇଥିବା ଧାରା ଯୋଗୁଁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ରୁଷିଆ ଏବେ ଏହି ସମସ୍ୟାର ମୁକାବିଲା ପାଇଁ ନୂଆ ସହଯୋଗୀ ଖୋଜୁଛି।
୨୦୨୩ ଶେଷ ସୁଦ୍ଧା ପାକିସ୍ତାନକୁ ଋଷିଆର ରପ୍ତାନିରେ ଏହାର ଅଂଶ ୨୦ ପ୍ରତିଶତରୁ ଅଧିକ ହୋଇଛି। ଉଲ୍ଲେଖଯୋଗ୍ୟ, ଭାରତ ଓ ଋଷିଆ ମଧ୍ୟରେ ବନ୍ଧୁତା ଦଶନ୍ଧି ପୁରୁଣା ଏବଂ ଋଷିଆ ପାକିସ୍ତାନ ସହ ଏଭଳି କୌଣସି ପ୍ରତିରକ୍ଷା ଚୁକ୍ତି କରିନାହିଁ, ଯାହା କି ଭାରତ ପାଇଁ ଚିନ୍ତାର ବିଷୟ ହୋଇପାରେ।
The post ହାତ ମିଶାଇଲେ ରୁଷିଆ-ପାକିସ୍ତାନ: ଟେନସନରେ ଭାରତ appeared first on Dharitri Odia News.