ମୁଁ ଧୋନୀଙ୍କୁ ପଚାରିବାକୁ ଚାହେଁ, ଶତକ ମାରିବା ପରେ ବି ମୋତେ କାହିଁକି ବାଦ୍ ଦିଆଗଲା:ମନୋଜ ତିଓ୍ବାରୀ
ନୂଆଦିଲ୍ଲୀ,୨୦।୨: ଭାରତୀୟ କ୍ରିକେଟ ଦଳର କ୍ୟାପ ପାଇବା ଦେଶର ଯେକୌଣସି ଖେଳାଳିଙ୍କ ପାଇଁ ସବୁଠାରୁ ବଡ ସ୍ବପ୍ନ। ତେବେ ଭାରତୀୟ ଦଳ ପାଇଁ ଖେଳିବା ଯେତିକି କଷ୍ଟସାଧ୍ୟ, ଦଳରେ ସ୍ଥାନ ବଜାୟ ରଖିବା ମଧ୍ୟ କଷ୍ଟସାଧ୍ୟ। ଅନେକ କ୍ରିକେଟର ଏହା କରିଛନ୍ତି ଏବଂ ଦୀର୍ଘ ସମୟ ଧରି ଦଳରେ ସ୍ଥାନ ପାଇବାରେ ସଫଳ ହୋଇଥିଲେ ମଧ୍ୟ କିଛି ଦୁର୍ଭାଗ୍ୟଜନକ କ୍ରିକେଟର ଅଛନ୍ତି ଯେଉଁମାନେ ନିଜକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରମାଣ କରିଥିଲେ, କିନ୍ତୁ ଦୀର୍ଘ ଦିନ ଧରି ଭାରତୀୟ […] The post ମୁଁ ଧୋନୀଙ୍କୁ ପଚାରିବାକୁ ଚାହେଁ, ଶତକ ମାରିବା ପରେ ବି ମୋତେ କାହିଁକି ବାଦ୍ ଦିଆଗଲା:ମନୋଜ ତିଓ୍ବାରୀ appeared first on Dharitri Odia News.
ନୂଆଦିଲ୍ଲୀ,୨୦।୨: ଭାରତୀୟ କ୍ରିକେଟ ଦଳର କ୍ୟାପ ପାଇବା ଦେଶର ଯେକୌଣସି ଖେଳାଳିଙ୍କ ପାଇଁ ସବୁଠାରୁ ବଡ ସ୍ବପ୍ନ। ତେବେ ଭାରତୀୟ ଦଳ ପାଇଁ ଖେଳିବା ଯେତିକି କଷ୍ଟସାଧ୍ୟ, ଦଳରେ ସ୍ଥାନ ବଜାୟ ରଖିବା ମଧ୍ୟ କଷ୍ଟସାଧ୍ୟ। ଅନେକ କ୍ରିକେଟର ଏହା କରିଛନ୍ତି ଏବଂ ଦୀର୍ଘ ସମୟ ଧରି ଦଳରେ ସ୍ଥାନ ପାଇବାରେ ସଫଳ ହୋଇଥିଲେ ମଧ୍ୟ କିଛି ଦୁର୍ଭାଗ୍ୟଜନକ କ୍ରିକେଟର ଅଛନ୍ତି ଯେଉଁମାନେ ନିଜକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରମାଣ କରିଥିଲେ, କିନ୍ତୁ ଦୀର୍ଘ ଦିନ ଧରି ଭାରତୀୟ ଦଳରେ ଖେଳି ପାରିନଥିଲେ। ସେମାନଙ୍କ କ୍ୟାରିଅର୍ କିଛି ଦିନ ପରେ ସମାପ୍ତ ହେଲା।ମନୋଜ ତିୱାରୀ ମଧ୍ୟ ସେହି କ୍ରିକେଟରମାନଙ୍କ ମଧ୍ୟରୁ ଅନ୍ୟତମ। ସେପ୍ରାୟ ଦୁଇ ଦଶନ୍ଧି ଧରି ବଙ୍ଗଳା ପାଇଁ ଖେଳିଥିଲେ ଏବଂ ଭାରତ ପାଇଁ ୧୨ଟି ଦିନିକିଆ ଏବଂ ତିନୋଟି ଟି-୨୦ ମ୍ୟାଚ ଖେଳିଥିଲେ।
ଅବସର ଗ୍ରହଣ କରିବାର ଗୋଟିଏ ଦିନ ପରେ ମନୋଜ ଦଳରୁ ବାଦ୍ ପଡ଼ିବା ଏବଂ କ୍ୟାରିୟରର ସମାପ୍ତି ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ସେ ଦିନିକିଆ ଏବଂ ଅନ୍ତର୍ଜାତୀୟ ଟି-୨୦ରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ହେଁ ଟେଷ୍ଟ କ୍ୟାପ ପାଇପାରି ନ ଥିବାରୁ ସେ ଦୁଃଖିତ।
ଏକ ସାକ୍ଷାତକାରରେ ମନୋଜ କହିଛନ୍ତି,- ମୁଁ ୬୫ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିବାବେଳେ, ମୋର ବ୍ୟାଟିଂ ହାରାହାରି ୬୫ ଥିଲା। ତା’ପରେ ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତ କଲା ଏବଂ ମୁଁ ଚେନ୍ନାଇରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ୧୩୦ ସ୍କୋର କରିଥିଲି। ତା’ପରେ ମୁଁ ଇଂଲଣ୍ଡ ବିପକ୍ଷ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ୯୩ ରନ ସଂଗ୍ରହ କରିଥିଲି। ମୁଁ ଟେଷ୍ଟ କ୍ୟାପ ପାଇବାକୁ ବହୁତ ନିକଟତର ଥିଲି, କିନ୍ତୁ ସେମାନେ ମୋ ବଦଳରେ ଯୁବରାଜ ସିଂଙ୍କୁ ବାଛିଲେ। ତେଣୁ ଟେଷ୍ଟ କ୍ୟାପ ମିଳିଲା ନାହିଁ। କେବଳ ଏତିକି ନୁହେଁ, ଦିନିକିଆରେ ଏକ ଶତକ ହାସଲ କରିବା ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ପାଇବା ପରେ ମୋତେ ଅଣଦେଖା କରାଯାଇଥିଲା। କ୍ରମାଗତ ୧୪ଟି ମ୍ୟାଚ ପାଇଁ ମୋତେ ଅଣଦେଖା କରାଯାଇଥିଲା। ଯଦି ମୁଁ ଧୋନୀଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ପାଏ ତା’ହେଲେ ମୁଁ ନିଶ୍ଚିତ ଭାବେ ତାଙ୍କୁ ପଚାରିବି ଶତକ ସ୍କୋର କରିବା ପରେ ମୋତେ ଦଳରୁ କାହିଁକି ବାଦ୍ ଦିଆଗଲା, ବିଶେଷ କରି ଅଷ୍ଟ୍ରେଲିଆ ଗସ୍ତରେ ଯେଉଁଠାରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ସୁରେଶ ରାଇନା ଭଳି ଖେଲାଳି କେହି ରନ ସ୍କୋର କରୁ ନ ଥିଲେ ତାଙ୍କୁ ନିଆଗଲା କିନ୍ତୁ ମୋତେ ବାଦ୍ ଦିଆଗଲା।
ମନୋଜ ତିୱାରୀ ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ। ସେ ୧୧ ଡିସେମ୍ବର ୨୦୧୧ରେ ଚେନ୍ନାଇରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ। ତାଙ୍କ ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଭାବେ ମନୋନୀତ କରାଯାଇଥିଲା। ତେବେ ଜୁଲାଇ ୨୦୧୨ରେ ସେ ଶ୍ରୀଲଙ୍କା ବିପକ୍ଷ ଦଳର ଅଂଶ ହୋଇ ନ ଥିଲେ ଏବଂ ପ୍ଲେ-୧୧ରୁ ବାଦ୍ ପଡିଥିଲେ।
The post ମୁଁ ଧୋନୀଙ୍କୁ ପଚାରିବାକୁ ଚାହେଁ, ଶତକ ମାରିବା ପରେ ବି ମୋତେ କାହିଁକି ବାଦ୍ ଦିଆଗଲା:ମନୋଜ ତିଓ୍ବାରୀ appeared first on Dharitri Odia News.