‘ମୁଁ ବଞ୍ଚିଛି, ସର୍ଭିକାଲ କ୍ୟାନ୍ସରରେ ମୋର ମୃତ୍ୟୁ ହୋଇନି’
ଜୀବିତ ଥିବା ନେଇ ପୁନମ ନିଜ ଇନଷ୍ଟାଗ୍ରାମରେ ଭିଡିଓ ଜାରି କଲେ।
ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେ ଜୀବିତ। ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତା ଦ୍ୱାରା ସେ ଜୀବିତ ଥିବା ସ୍ପଷ୍ଟ କରିଛନ୍ତି। ଜୀବିତ ଥିବା ନେଇ ଇନଷ୍ଟାଗ୍ରାମରେ ଭିଡିଓ ଜାରି କଲେ। ସର୍ଭିକାଲ କ୍ୟାନ୍ସର ସଚେତନତା ପାଇଁ ଏପରି କରିଥିବା କହିଲେ।
ଗତକାଲି ପୁନମ ପାଣ୍ଡେଙ୍କ ଦେହାନ୍ତ ସମ୍ପର୍କରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏପରିକି ସର୍ଭିକାଲ କ୍ୟାନସରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଖବର ଆସିଥିଲା। ପୁନମଙ୍କ ମ୍ୟାନେଜର ଓ ପରିବାର ପକ୍ଷରୁ ମଧ୍ୟ ପୁନମଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା। କିନ୍ତୁ ଆଜି ପୁନମ ନିଜେ ଏଭଳି ଖବରକୁ ଖଣ୍ଡନ କରିଛନ୍ତି ।