ମୁକୁନ୍ଦପୁରୁ ଘାଟିରେ ଓଲଟିଲା ବସ, ୩ ଗୁରୁତର

ରାୟଗଡା:  ରାୟଗଡା ଜିଲ୍ଲା କୋଲନରା ବ୍ଳକ ମୁକୁନ୍ଦୁପୁରୁ ଘାଟିରେ ଓଲଟିଲା ବସ। (ଓଡି-୨୧-ଏ-୩୭୭୭) ତୁଫାନ ବା ମା ବାଙ୍ଗାରାମା ବସରେ ୪୫ଜଣ ଯାତ୍ରୀ ଧରି ବସଟି ବ୍ରହ୍ମପୁରରୁ ରାୟଗଡା ଅଭିମୁଖେ ଆସୁଥିବା ସମୟରେ ଭାରଷମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ୨୩ ଜଣ ସାମନ୍ୟ ଆହତ ଥିବା ବେଳେ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ସେଥି ମଧରୁ ୩ ଜଣ ଯାତ୍ରୀ ଗୁରୁତ୍ୱର ଥିବା ଜଣାପଡିଛି। ସମସ୍ତ ଗୁରୁତ୍ୱରଙ୍କୁ ଅମ୍ବୁଲାନ୍ସ ଯୋଗେ […]

ମୁକୁନ୍ଦପୁରୁ ଘାଟିରେ ଓଲଟିଲା ବସ, ୩ ଗୁରୁତର
road accident

ରାୟଗଡା:  ରାୟଗଡା ଜିଲ୍ଲା କୋଲନରା ବ୍ଳକ ମୁକୁନ୍ଦୁପୁରୁ ଘାଟିରେ ଓଲଟିଲା ବସ। (ଓଡି-୨୧-ଏ-୩୭୭୭) ତୁଫାନ ବା ମା ବାଙ୍ଗାରାମା ବସରେ ୪୫ଜଣ ଯାତ୍ରୀ ଧରି ବସଟି ବ୍ରହ୍ମପୁରରୁ ରାୟଗଡା ଅଭିମୁଖେ ଆସୁଥିବା ସମୟରେ ଭାରଷମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ୨୩ ଜଣ ସାମନ୍ୟ ଆହତ ଥିବା ବେଳେ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ସେଥି ମଧରୁ ୩ ଜଣ ଯାତ୍ରୀ ଗୁରୁତ୍ୱର ଥିବା ଜଣାପଡିଛି। ସମସ୍ତ ଗୁରୁତ୍ୱରଙ୍କୁ ଅମ୍ବୁଲାନ୍ସ ଯୋଗେ
ଜିଲ୍ଲା ମୁଖ୍ୟ ଚିକିତ୍ସାୟରେ ଭର୍ତ୍ତି କରାଯାଇଥିବା ସମୟରେ ବସର ସମସ୍ତ ଯାତ୍ରୀ ଅଳ୍ପ ବହୁତ ଆହତ ହୋଇଥିବା ନେଇ ଯାତ୍ରୀ କହିଛନ୍ତି। ଏବଂ ଏହି ଦୁର୍ଘଟଣାରେ କେହି ମୃତ୍ୟୁ ବରଣ କରିନଥିବାର ସୂଚନା ମିଳିଛି। ପରେ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।