ମୁକୁଳା ଡ୍ରେନ୍‌ରେ ଭାସୁଥିଲା ମୃତଦେହ : ମିଳିନି ପରିଚୟ, ଜଣାପଡିନି ମୃତ୍ୟୁର କାରଣ

ପୁରୀ ୧୬।୫: ପୁଣି ମୁକୁଳା ଡ୍ରେନ୍‌ରେ ଗଲା ଜୀବନ । ପୁରୀ ରେଳ ଷ୍ଟେସନ ସମ୍ମୁଖରେ ଥିବା ମୁକୁଳା ଡ୍ରେନ୍‌ରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡା ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । କୁମ୍ଭାରପଡ଼ା ଥାନା ପୋଲିସ ସହିତ ସିଟି ଡିଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଡ୍ରେନ୍ ନିକଟରେ ଏକ ମଦ ଦୋକାନ ଥିବାରୁ ମୃତକ ଜଣକ ଅତ୍ୟଧିକ ନିଶା ସେବନ କରି ଡ୍ରେନ୍ ଭିତରେ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ତେବେ ମୃତକଙ୍କ ଘର କେଉଁଠି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତଦେହ ଡ୍ରେନ୍ ଭିତରେ ଭାସୁଥିଲା ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି । ସେପଟେ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକରେ ସହରରେ ଥିବା ଅନେକ ମୁକୁଳା ଡ୍ରେନ୍‌ରେ ସ୍ଲାବ୍ ପକାଯିବା ନେଇ ପ୍ରଶାସନିକ ଅଧିକାରୀ ମାନେ ଆରଡିସିଙ୍କ ସମ୍ମୁଖରେ କହିଥିଲେ ମଧ୍ୟ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ।‌ ପୂର୍ବରୁ ମୁକୁଳା ଡ୍ରେନ୍‌ରେ ପଡ଼ି ଅନେକ ନୀରିହ ଲୋକ ପ୍ରାଣ ହରାଇଛନ୍ତି । ଆଗକୁ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆସୁଥିବାରୁ ମୁକୁଳା ଡ୍ରେନ୍‌ରେ କେବେ ସ୍ଲାବ୍ ପଡିବ ସେନେଇ ସାଧାରଣରେ‌ ପ୍ରଶ୍ନ ଉଠିଛ

ମୁକୁଳା ଡ୍ରେନ୍‌ରେ ଭାସୁଥିଲା ମୃତଦେହ : ମିଳିନି ପରିଚୟ, ଜଣାପଡିନି ମୃତ୍ୟୁର କାରଣ

ପୁରୀ ୧୬।୫: ପୁଣି ମୁକୁଳା ଡ୍ରେନ୍‌ରେ ଗଲା ଜୀବନ । ପୁରୀ ରେଳ ଷ୍ଟେସନ ସମ୍ମୁଖରେ ଥିବା ମୁକୁଳା ଡ୍ରେନ୍‌ରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡା ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । କୁମ୍ଭାରପଡ଼ା ଥାନା ପୋଲିସ ସହିତ ସିଟି ଡିଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । 



ଡ୍ରେନ୍ ନିକଟରେ ଏକ ମଦ ଦୋକାନ ଥିବାରୁ ମୃତକ ଜଣକ ଅତ୍ୟଧିକ ନିଶା ସେବନ କରି ଡ୍ରେନ୍ ଭିତରେ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ତେବେ ମୃତକଙ୍କ ଘର କେଉଁଠି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତଦେହ ଡ୍ରେନ୍ ଭିତରେ ଭାସୁଥିଲା ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି । 

ସେପଟେ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକରେ ସହରରେ ଥିବା ଅନେକ ମୁକୁଳା ଡ୍ରେନ୍‌ରେ ସ୍ଲାବ୍ ପକାଯିବା ନେଇ ପ୍ରଶାସନିକ ଅଧିକାରୀ ମାନେ ଆରଡିସିଙ୍କ ସମ୍ମୁଖରେ କହିଥିଲେ ମଧ୍ୟ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ।‌ ପୂର୍ବରୁ ମୁକୁଳା ଡ୍ରେନ୍‌ରେ ପଡ଼ି ଅନେକ ନୀରିହ ଲୋକ ପ୍ରାଣ ହରାଇଛନ୍ତି । ଆଗକୁ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆସୁଥିବାରୁ ମୁକୁଳା ଡ୍ରେନ୍‌ରେ କେବେ ସ୍ଲାବ୍ ପଡିବ ସେନେଇ ସାଧାରଣରେ‌ ପ୍ରଶ୍ନ ଉଠିଛି ।

You Can Read:

ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା, ନବଜାତକକୁ ପୋଖରୀ ହୁଡ଼ାରେ ଶୁଆଇ ଦେଇ ଚାଲିଗଲେ