ମୁକୁଳିଲେ ଭିଏଟ୍ନାମର ୬ ନାବିକ
ପାରାଦୀପ,୨୩।୧୨(ଶରତ ରାଉତ): ପାରାଦୀପରେ ୨୦୨୩ ନଭେମ୍ବର ୩୦ରୁ ଅଟକ ଥିବା ଏମ୍ଭି ଦେବୀ ଜାହାଜର୨୧ ଜଣ ଭିଏଟ୍ନାମ ନାବିକଙ୍କ ମଧ୍ୟରୁ ରବିବାର ସାରେ ମାତ୍ର ୬ ଜଣ ମୁକୁଳିଛନ୍ତି। ପ୍ରତି ବଦଳରେ ଅନ୍ୟ ୬ ଜଣ ନାବିକ ଜାହାଜରେ ପ୍ରବେଶ କରିଛନ୍ତି। ଅନ୍ୟ ୧୫ ଜଣଙ୍କୁ ପର୍ଯ୍ୟାୟକ୍ରମେ ଅଦଳବଦଳ କରାଯିବ ବୋଲି ଜଣାପଡିଛି। ବୈଦେଶିକ ନୀତି, ଆଇନଗତ କଟକଣା, ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଦି ପ୍ରସଙ୍ଗ ଥିବାରୁ କ୍ଲିୟରାନ୍ସ ପ୍ରକ୍ରିୟା ସମୟ ସାପେକ୍ଷ ହେଉଛି ବୋଲି ଜଣେ ସୁରକ୍ଷା […] The post ମୁକୁଳିଲେ ଭିଏଟ୍ନାମର ୬ ନାବିକ appeared first on Dharitri Odia News.
ପାରାଦୀପ,୨୩।୧୨(ଶରତ ରାଉତ): ପାରାଦୀପରେ ୨୦୨୩ ନଭେମ୍ବର ୩୦ରୁ ଅଟକ ଥିବା ଏମ୍ଭି ଦେବୀ ଜାହାଜର୨୧ ଜଣ ଭିଏଟ୍ନାମ ନାବିକଙ୍କ ମଧ୍ୟରୁ ରବିବାର ସାରେ ମାତ୍ର ୬ ଜଣ ମୁକୁଳିଛନ୍ତି। ପ୍ରତି ବଦଳରେ ଅନ୍ୟ ୬ ଜଣ ନାବିକ ଜାହାଜରେ ପ୍ରବେଶ କରିଛନ୍ତି। ଅନ୍ୟ ୧୫ ଜଣଙ୍କୁ ପର୍ଯ୍ୟାୟକ୍ରମେ ଅଦଳବଦଳ କରାଯିବ ବୋଲି ଜଣାପଡିଛି। ବୈଦେଶିକ ନୀତି, ଆଇନଗତ କଟକଣା, ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଦି ପ୍ରସଙ୍ଗ ଥିବାରୁ କ୍ଲିୟରାନ୍ସ ପ୍ରକ୍ରିୟା ସମୟ ସାପେକ୍ଷ ହେଉଛି ବୋଲି ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି। ଯେଉଁ ୬ ଜଣ ମୁକୁଳିଛନ୍ତି ସେମାନେ ଆଉ ୨ ଦିନ ଭାରତରେ ରହିବେ। ତା’ପରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି। ଉକ୍ତ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ଜବତ ହେବା ପରଠାରୁ ୨୧ ଜଣ ନାବିକଙ୍କ ସହ ଜାହାଜ ପାରାଦୀପର ଆଙ୍କରେଜ ଏରିଆରେ ରହିଛି। ମଝିରେ ମଝିରେ ଜାହାଜ ଖାଦ୍ୟ ପାଣି ତେଲ ନେବାପାଇଁ ଇକ୍ୟୁ ବର୍ଥକୁ ଆସିଥାଏ। ୨୦୨୪ ନଭେମ୍ବର ୨୯ରେ ଜାହାଜ ବର୍ଥ ପାଖକୁ ଆସିଥିବାବେଳେ ସେଥିରେ ଥିବା ୨୧ ନାବିକ ଘରକୁ ଫେରିବା ପାଇଁ ଜାହାଜ ଭିତରେ ଆନ୍ଦୋଳନ କରିଥିଲେ। ସେବେଠାରୁ ସମ୍ପୃକ୍ତ ନାବିକଙ୍କ ସହ ଜାହାଜ ଇକ୍ୟୁ ବର୍ଥରେ ରହିଛି। ଜାହାଜ ଓ ନାବିକମାନଙ୍କୁ ଛାଡ଼ିବା ପାଇଁ ଜାହାଜ ମାଲିକଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ସମ୍ପୃକ୍ତ ନାବିକଙ୍କ ବଦଳରେ ଅନ୍ୟ ୨୧ ଜଣ ନାବିକଙ୍କୁ ଜାହାଜରେ ରଖିବା ପାଇଁ ହାଇକୋର୍ଟଙ୍କ ପକ୍ଷରୁ ଅନୁମତି ଦିଆଯାଇଥିଲା। ଏହାପରେ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି।
The post ମୁକୁଳିଲେ ଭିଏଟ୍ନାମର ୬ ନାବିକ appeared first on Dharitri Odia News.