ମୁକ୍ତା ଯୋଜନାରେ ମୁକ୍ତ ଭାବରେ ହରିଲୁଟ: ଖାଲି ହୋଇଛି ସରକାରୀ ତହବିଲ୍
କନକ ବ୍ୟୁରୋ: ମୁକ୍ତା ଯୋଜନାରେ ମୁକ୍ତ ଭାବେ ହୋଇଛି ହରି ଲୁଟ। ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା ୨୦୨୨-୨୩ରେ କାମ ହୋଇନଥିବା ଖୋଦ୍ ମ୍ୟୁନିସିପାଲିଟି ଜଣାଇଛି। ସୂଚନା ଅଧିକାର ଆଇନ୍ ବଳରେ ଏହା ଜଣାପଡ଼ିବା ପରେ ପ୍ରଶ୍ନ ଉଠିଛି ସରକାରୀ ଅର୍ଥ ଆଦାୟ କରାଯିବ କି? ଯଦି କରାଯିବ କେବେ ଓ କେମିତି? ମୁକ୍ତା ଯୋଜନା ନାଁରେ ସରକାରୀ ଅର୍ଥ ହରିଲୁଟ୍ ଅଭିଯୋଗ। ବଲାଙ୍ଗୀର ସହର ପୌର ପରିଷଦର ୨୧ଟି ୱାର୍ଡରେ ୬୭୪ଟି ବର୍ଷା ଜଳ ଅମଳ ପ୍ରକଳ୍ପ ପାଇଁ ୧କୋଟି ୯୫ଲକ୍ଷ ୬୭ହଜାର ଟଙ୍କା ଖର୍ଚ୍ଚ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କର୍ମ ତତ୍ପର ଯୋଜନାରେ ୨୦୨୨-୨୩ରେ ପ୍ରକଳ୍ପ ଜରିଆରେ ଅର୍ଥ ହଡ଼ପ! ହୋଇଛି। ଅନେକ ୱାର୍ଡରେ ଅତିନିମ୍ନମାନର କାମ କରାଯାଇଛି। କେତେକ ସ୍ଥାନରେ କାମ ନକରି ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ବର୍ଷା ଜଳ ସଂରକ୍ଷଣ କରିବା ସହ ମହିଳାଙ୍କୁ ରୋଜଗାର ଦେବା ଉଦ୍ଦେଶ୍ୟରେ ଏସ୍ଏଚ୍ଜି ଗ୍ରୁପକୁ କାମ ଦିଆଯାଇଥିଲା। ହେଲେ କାମ ଆଳରେ ଅର୍ଥ ହରିଲୁଟ୍ ନେଇ ପୌର ପ୍ରଶାସନ ନିଜେ ଜଣାଇଛି। ଆରଟିଆଇରେ ବଲାଙ୍ଗୀର ୧୫ ନଂ ୱାର୍ଡର କେଉଁଠି ପ୍ରକଳ୍ପ କରାଯାଇଛି ତାହାର ତଥ୍ୟ ନାହିଁ। ଅର୍ଥାତ ବିନା କାମରେ ବିଲ୍ରେ ହୋଇଯାଇଛି। ଦୁର୍ନୀତି ସଂପର୍କରେ ଜଣାପଡ଼ିବା ପରେ ପ୍ରକଳ୍ପ ତତ୍ତ୍ବାବଧାନରେ ଥିବା ଯନ୍ତ୍ରୀଙ୍କୁ ଚାକିରିରୁ ହଟାଇ ଦିଆଯାଇଛି। ଘଟଣାର ତଦନ୍ତ କରାଯାଇ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛ

କନକ ବ୍ୟୁରୋ: ମୁକ୍ତା ଯୋଜନାରେ ମୁକ୍ତ ଭାବେ ହୋଇଛି ହରି ଲୁଟ। ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା ୨୦୨୨-୨୩ରେ କାମ ହୋଇନଥିବା ଖୋଦ୍ ମ୍ୟୁନିସିପାଲିଟି ଜଣାଇଛି। ସୂଚନା ଅଧିକାର ଆଇନ୍ ବଳରେ ଏହା ଜଣାପଡ଼ିବା ପରେ ପ୍ରଶ୍ନ ଉଠିଛି ସରକାରୀ ଅର୍ଥ ଆଦାୟ କରାଯିବ କି? ଯଦି କରାଯିବ କେବେ ଓ କେମିତି?
ମୁକ୍ତା ଯୋଜନା ନାଁରେ ସରକାରୀ ଅର୍ଥ ହରିଲୁଟ୍ ଅଭିଯୋଗ। ବଲାଙ୍ଗୀର ସହର ପୌର ପରିଷଦର ୨୧ଟି ୱାର୍ଡରେ ୬୭୪ଟି ବର୍ଷା ଜଳ ଅମଳ ପ୍ରକଳ୍ପ ପାଇଁ ୧କୋଟି ୯୫ଲକ୍ଷ ୬୭ହଜାର ଟଙ୍କା ଖର୍ଚ୍ଚ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କର୍ମ ତତ୍ପର ଯୋଜନାରେ ୨୦୨୨-୨୩ରେ ପ୍ରକଳ୍ପ ଜରିଆରେ ଅର୍ଥ ହଡ଼ପ! ହୋଇଛି। ଅନେକ ୱାର୍ଡରେ ଅତିନିମ୍ନମାନର କାମ କରାଯାଇଛି। କେତେକ ସ୍ଥାନରେ କାମ ନକରି ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ବର୍ଷା ଜଳ ସଂରକ୍ଷଣ କରିବା ସହ ମହିଳାଙ୍କୁ ରୋଜଗାର ଦେବା ଉଦ୍ଦେଶ୍ୟରେ ଏସ୍ଏଚ୍ଜି ଗ୍ରୁପକୁ କାମ ଦିଆଯାଇଥିଲା। ହେଲେ କାମ ଆଳରେ ଅର୍ଥ ହରିଲୁଟ୍ ନେଇ ପୌର ପ୍ରଶାସନ ନିଜେ ଜଣାଇଛି। ଆରଟିଆଇରେ ବଲାଙ୍ଗୀର ୧୫ ନଂ ୱାର୍ଡର କେଉଁଠି ପ୍ରକଳ୍ପ କରାଯାଇଛି ତାହାର ତଥ୍ୟ ନାହିଁ। ଅର୍ଥାତ ବିନା କାମରେ ବିଲ୍ରେ ହୋଇଯାଇଛି। ଦୁର୍ନୀତି ସଂପର୍କରେ ଜଣାପଡ଼ିବା ପରେ ପ୍ରକଳ୍ପ ତତ୍ତ୍ବାବଧାନରେ ଥିବା ଯନ୍ତ୍ରୀଙ୍କୁ ଚାକିରିରୁ ହଟାଇ ଦିଆଯାଇଛି। ଘଟଣାର ତଦନ୍ତ କରାଯାଇ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୌର ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ।
କିଛି ଦିନ ତଳେ ମୁକ୍ତା ଯୋଜନାକୁ ନେଇ ଭୁବନେଶ୍ୱର ମେୟର ବୈଠକରେ ତୁମ୍ବି ତୋଫାନ ହୋଇଥିଲା। ଏବେ ବଲାଙ୍ଗୀରରେ ବି ମୁକ୍ତା ଯୋଜନାରେ ର୍ଦୁନୀତି ସାମନାକୁ ଆସିଛି।