ମୁକ୍ତିକାନ୍ତ-ଅଭିମନ୍ୟୁ କଥା କଟାକଟି
ଭଦ୍ରକ,୨୭।୨(ସନାତନ ରାଉତ):ଅମୃତ ଭାରତ ଷ୍ଟେଶନ ଯୋଜନାରେ ରେଳ ଷ୍ଟେଶନଗୁଡ଼ିକର ପୁନର୍ବିକାଶ ପାଇଁ ସୋମବାର ଭର୍ଚୁଆଲରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ଭଦ୍ରକ ରେଳଷ୍ଟେଶନରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ହଟହଟା ହେବାକୁ ପଡ଼ିଛି। କାର୍ଯ୍ୟକ୍ରମ ଆରମ୍ଭରୁ ଏମ୍ପି ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଓ ପୂର୍ବତନ ବିଧାୟକ ମଣ୍ଡଳ ମଞ୍ଚରେ ବସିଥିଲେ। କିଛି ସମୟ ପରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ମଞ୍ଚ ଉପରକୁ ଯାଇଥିଲେ। ମୁକ୍ତିକାନ୍ତ […] The post ମୁକ୍ତିକାନ୍ତ-ଅଭିମନ୍ୟୁ କଥା କଟାକଟି appeared first on Dharitri Odia News.
ଭଦ୍ରକ,୨୭।୨(ସନାତନ ରାଉତ):ଅମୃତ ଭାରତ ଷ୍ଟେଶନ ଯୋଜନାରେ ରେଳ ଷ୍ଟେଶନଗୁଡ଼ିକର ପୁନର୍ବିକାଶ ପାଇଁ ସୋମବାର ଭର୍ଚୁଆଲରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ଭଦ୍ରକ ରେଳଷ୍ଟେଶନରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ହଟହଟା ହେବାକୁ ପଡ଼ିଛି। କାର୍ଯ୍ୟକ୍ରମ ଆରମ୍ଭରୁ ଏମ୍ପି ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଓ ପୂର୍ବତନ ବିଧାୟକ ମଣ୍ଡଳ ମଞ୍ଚରେ ବସିଥିଲେ। କିଛି ସମୟ ପରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ମଞ୍ଚ ଉପରକୁ ଯାଇଥିଲେ। ମୁକ୍ତିକାନ୍ତ ମଞ୍ଚ ଉପରେ ବସିଥିବା ବେଳେ କେତେଜଣ ଲୋକ ତାଙ୍କୁ ବିରୋଧ କରିଥିଲେ। ଏପରିକି ଭାଜପା ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ ଓ ମୁକ୍ତିକାନ୍ତଙ୍କ ମଧ୍ୟରେ ମଞ୍ଚ ଉପରେ କଥା କଟାକଟି ହୋଇଥିଲା। ଅଭିମନ୍ୟୁ ତାଙ୍କୁ ବିରୋଧ କରିବା ସହ ଏହା ପାରିବାରିକ ନୁହେଁ ସରକାରୀ କାର୍ଯ୍ୟକ୍ରମ, ପ୍ରୋଟୋକଲ ଅନୁସାରେ କେବଳ ଅତିଥିମାନେ ହିଁ ମଞ୍ଚରେ ରହିପାରିବେ ବୋଲି ରେଳ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ। ଶେଷରେ ମୁକ୍ତିକାନ୍ତ ମଞ୍ଚରୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ।
ନେଇ ବିଜେଡି ଓ ଭାଜପା ମଧ୍ୟରେ କଥା କଟାକଟି ହେବା ସହ କିଛି ସମୟ ଧରି ଜୟ ଶ୍ରୀରାମ ଓ ଜୟ ଜଗନ୍ନାଥ ନାରାବାଜି ଚାଲିଥିଲା। ପରେ ରେଳ କର୍ତ୍ତୃପକ୍ଷଙ୍କ ଦ୍ୱାରା କାର୍ଯ୍ୟକ୍ରମ ଆଗକୁ ବଢ଼ିଥିଲା। ଷ୍ଟେଶନର ଉନ୍ନତୀକରଣ ପାଇଁ ରେଳମନ୍ତ୍ରୀଙ୍କୁ ଏକାଧିକବାର ଦାବି ଜଣାଇବା ପରେ ଆଜି ତାହା ସଫଳ ହୋଇଛି ବୋଲି ଏମ୍ପି କହିଥିବା ବେଳେ ମଞ୍ଚାସୀନ ଅତିଥିମାନେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।
The post ମୁକ୍ତିକାନ୍ତ-ଅଭିମନ୍ୟୁ କଥା କଟାକଟି appeared first on Dharitri Odia News.