ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନୂତନ ୱେବ୍‌ସାଇଟ୍‌ ଲୋକାର୍ପିତ

ଭୁବନେଶ୍ୱର : ନୂତନ ରୂପରେ ଲୋକାର୍ପିତ ହେଲା ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍‌ସାଇଟ୍‌ । ଏହି ୱେବ୍‌ସାଇଟ୍‌କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଲୋକାର୍ପଣ କରିଛନ୍ତି। ceoodisha.nic.in ଓଡ଼ିଶା ଲିଙ୍କରେ ଏହି ୱେବ୍‌ସାଇଟ୍‌ଟି ଉପଲବ୍ଧ ହେଉଛି । ନୂତନ ରୂପରେ ଏହି ୱେବ୍‌ସାଇଟ୍‌ ‘ମୁକ୍ତ, ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ’ ଲକ୍ଷ୍ୟରେ ଆଉ ଏକ ମାଇଲଖୁଣ୍ଟ ହେବା ସହ ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଜନସାଧାରଣଙ୍କଠାରେ ପହଞ୍ଚାଇବାରେ ବିଶେଷ ସହାୟକ ହେବ […]

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନୂତନ ୱେବ୍‌ସାଇଟ୍‌ ଲୋକାର୍ପିତ
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନୂତନ ୱେବ୍‌ସାଇଟ୍‌ ଲୋକାର୍ପିତ

ଭୁବନେଶ୍ୱର : ନୂତନ ରୂପରେ ଲୋକାର୍ପିତ ହେଲା ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍‌ସାଇଟ୍‌ । ଏହି ୱେବ୍‌ସାଇଟ୍‌କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଲୋକାର୍ପଣ କରିଛନ୍ତି। ceoodisha.nic.in ଓଡ଼ିଶା ଲିଙ୍କରେ ଏହି ୱେବ୍‌ସାଇଟ୍‌ଟି ଉପଲବ୍ଧ ହେଉଛି । ନୂତନ ରୂପରେ ଏହି ୱେବ୍‌ସାଇଟ୍‌ ‘ମୁକ୍ତ, ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ’ ଲକ୍ଷ୍ୟରେ ଆଉ ଏକ ମାଇଲଖୁଣ୍ଟ ହେବା ସହ ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଜନସାଧାରଣଙ୍କଠାରେ ପହଞ୍ଚାଇବାରେ ବିଶେଷ ସହାୟକ ହେବ ।

ଏହି ୱେବସାଇଟର ପ୍ରାରମ୍ଭିକ ପୃଷ୍ଠାରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା,ତଥା ନିର୍ବାଚନ-୨୦୨୪ ସଂପର୍କିତ ତଥ୍ୟ ସହିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବାର୍ତ୍ତା ରହିଛି । ଫେସ୍‌ବୁକ୍‌, ଏକ୍ସ, ଟ୍ୟୁବ, ଇନ୍‌ଷ୍ଟାଗ୍ରାମ୍‌ ଆଦି ଭଳି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମାଜିକ ଗଣମାଧ୍ୟମ ପୃଷ୍ଠାର ଲିଙ୍କ୍‌ ରହିବା ସହ ନିର୍ବାଚନ ସଂପର୍କିତ ହେଲପ୍‌ଲାଇନ୍‌-୧୯୫୦ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମୋବାଇଲ୍‌ ଆପ୍‌ ଓ ପୋର୍ଟାଲର ମଧ୍ୟ ଲିଙ୍କ୍‌ ରହିଛି ।

ୱେବ୍‌ସାଇଟ୍‌ରେ ଭୋଟରମାନଙ୍କ ସଂପର୍କିତ ସମସ୍ତ ତଥ୍ୟ ଯେପରି ଭୋଟର ତାଲିକା, ଅନ୍‌ଲାଇନ୍‌ ଆବେଦନ, ଭୋଟର ତାଲିକାରେ ନାମ ଖୋଜିବା, ବୁଥ୍‌ ତାଲିକା, ଲୋକସଭା ଓ ବିଧାନସଭା କ୍ଷେତ୍ର ମ୍ୟାପ୍‌ ଆଦି ଦିଆଯାଇଛି । ଏହାସହ ଆଦର୍ଶ ଆଚରଣ ବିଧି, ଇଭିଏମ୍‌-ଭିଭିପାଟ୍‌, ପୂର୍ବ ନିର୍ବାଚନଗୁଡ଼ିକର ଫଳାଫଳ, ମତଦାନ ହାର, ରାଜନୈତିକ ଦଳ, ପ୍ରାର୍ଥୀଙ୍କ ବିଭିନ୍ନ ଫର୍ମ, ଗାଇଡ଼୍‌ଲାଇନ୍‌ ଆଦି ବିଷୟରେ ସବିଶେଷ ତଥ୍ୟ ଦିଆଯାଇଛି । ଭାରତ ନିର୍ବାଚନ କମିଶନ ନିର୍ବାଚନ ସଂପର୍କିତ ସମସ୍ତ ତଥ୍ୟ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଇବା ନିର୍ବାଚନ ସୁପରିଚାଳନାର ଏକ ପ୍ରମୁଖ ଦିଗ ବୋଲି ଧଳ କହିଛନ୍ତି ।