ମୁଖ୍ୟ ରାସ୍ତାକୁ ମାଡ଼ିବସିଛି ଦୋକାନ ଗୃହ: ବଢୁଛି ଟ୍ରାଫିକ ସମସ୍ୟା

ରିଷିଡା,୧୯।୫(ସୁଶାନ୍ତ ମଲ୍ଲିକ):କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବୃହତ ବ୍ୟବସାୟିକ ପେଣ୍ଠସ୍ଥଳୀ ରିଷିଡା ପଞ୍ଚାୟତ ତରଫରୁ ନିର୍ମିତ ଭଡ଼ା ଦୋକାନ ଗୃହରୁ ଭଡ଼ା ଟଙ୍କା ଆଦାୟ ହେଉ ନ ଥିବା ଜଣାଯାଇଛି। ଦୋକାନ କରିଥିବା ବେପାରୀ ମାନେ ଜାଣିଶୁଣି ନିଜ ଦଖଲରେ ଦୋକାନ ଗୃହ ରଖି ଭଡା ଦେଉନାହାନ୍ତି ଏବଂ ନିଜର ଫାଇଦା ଉଠାଉଛନ୍ତି। ଦୋକାନ ଭଡ଼ା ନେଇଥିବା କେତେଜଣ ଦୋକାନୀ ଦୀର୍ଘ ବର୍ଷ ହେଲା ଭଡ଼ା ଦେଉନାହାନ୍ତି। ଅପରପକ୍ଷରେ କେତେକ ଦୋକାନୀ ମୁଖ୍ୟରାସ୍ତାକୁ ମାଡ଼ି ଆଉ ଗୋଟିଏ […] The post ମୁଖ୍ୟ ରାସ୍ତାକୁ ମାଡ଼ିବସିଛି ଦୋକାନ ଗୃହ: ବଢୁଛି ଟ୍ରାଫିକ ସମସ୍ୟା appeared first on Dharitri Odia News.

ମୁଖ୍ୟ ରାସ୍ତାକୁ ମାଡ଼ିବସିଛି ଦୋକାନ ଗୃହ: ବଢୁଛି ଟ୍ରାଫିକ ସମସ୍ୟା

ରିଷିଡା,୧୯।୫(ସୁଶାନ୍ତ ମଲ୍ଲିକ):କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବୃହତ ବ୍ୟବସାୟିକ ପେଣ୍ଠସ୍ଥଳୀ ରିଷିଡା ପଞ୍ଚାୟତ ତରଫରୁ ନିର୍ମିତ ଭଡ଼ା ଦୋକାନ ଗୃହରୁ ଭଡ଼ା ଟଙ୍କା ଆଦାୟ ହେଉ ନ ଥିବା ଜଣାଯାଇଛି। ଦୋକାନ କରିଥିବା ବେପାରୀ ମାନେ ଜାଣିଶୁଣି ନିଜ ଦଖଲରେ ଦୋକାନ ଗୃହ ରଖି ଭଡା ଦେଉନାହାନ୍ତି ଏବଂ ନିଜର ଫାଇଦା ଉଠାଉଛନ୍ତି। ଦୋକାନ ଭଡ଼ା ନେଇଥିବା କେତେଜଣ ଦୋକାନୀ ଦୀର୍ଘ ବର୍ଷ ହେଲା ଭଡ଼ା ଦେଉନାହାନ୍ତି।

ଅପରପକ୍ଷରେ କେତେକ ଦୋକାନୀ ମୁଖ୍ୟରାସ୍ତାକୁ ମାଡ଼ି ଆଉ ଗୋଟିଏ ଲେଖାଏ ଦୋକାନ ଗୃହ ନିର୍ମାଣ କରି ମୁନାଫା ଉଠାଉଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ ଆଦୈl ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ରାସ୍ତା ଉପରକୁ ତିଆରି କରିଥିବା ଦୋକାନ ଘର ପାଇଁ କେବଳ ଗୋଟିଏ ଭଡ଼ା ଦେଉଥିବାବେଳେ ରାସ୍ତା ସଙ୍କୁଚିତ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି।ରିଷିଡା ପଞ୍ଚାୟତର ବସଷ୍ଟାଣ୍ଡ ନିକଟ ଏବଂ ପଞ୍ଚାୟତ ସମ୍ମୁଖରେ ବିପଣୀ ଗୃହ ନିର୍ମାଣ ହୋଇଛି। ଏଥିରେ ଭଡ଼ା ଦେବାରେ ଖିଲାଫି ହେଉଥିଲେ ବି ପଞ୍ଚାୟତ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ କି ଦୋକାନ ଅନ୍ୟ କାହାରିକୁ ଦିଆଯାଉନାହଁି। ଏବେ ମଧ୍ୟ ଅନେକ ଆଶାୟୀ ଦୋକାନ ଦେବା ପାଇଁ ବଞ୍ଚିତ ହୋଇଛନ୍ତି। ଦୋକାନ ଗୃହକୁ ଅନ୍ୟମାନଙ୍କୁ ଦେବାପାଇଁ ଅନେକ ଥର ପଞ୍ଚାୟତକୁ ଅଭିଯୋଗ କରାଯାଇଛି। ପଞ୍ଚାୟତ କର୍ତ୍ତୃପକ୍ଷ ଅସହାୟ ମଣୁଥିବାବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି।

The post ମୁଖ୍ୟ ରାସ୍ତାକୁ ମାଡ଼ିବସିଛି ଦୋକାନ ଗୃହ: ବଢୁଛି ଟ୍ରାଫିକ ସମସ୍ୟା appeared first on Dharitri Odia News.