ମୁଖ୍ୟ ସଚିବ ପିକେ ଜେନାଙ୍କ ମାତୃବିୟୋଗ
ମୁଖ୍ୟ ଶ୍ରୀ ଜେନାଙ୍କ ମା’ଙ୍କର ଆଜି ଦିନ ପ୍ରାୟ ୧ଟା ୪୦ମିନିଟ୍ ସମୟରେ ତାଙ୍କ ସରକାରୀ ବାସଭବନରେ ପରଲୋକ ହୋଇଯାଇଛି।
ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ମା’ ଶକୁନ୍ତଳା ଜେନାଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୧ବର୍ଷ ବୟସ ହୋଇଥିଲା ।
ସୂଚନା ଅନୁସାରେ, ମୁଖ୍ୟ ଶ୍ରୀ ଜେନାଙ୍କ ମା’ଙ୍କର ଆଜି ଦିନ ପ୍ରାୟ ୧ଟା ୪୦ମିନିଟ୍ ସମୟରେ ତାଙ୍କ ସରକାରୀ ବାସଭବନରେ ପରଲୋକ ହୋଇଯାଇଛି। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ଶୁଭେଚ୍ଛୁମାନେ ସ୍ୱର୍ଗୟା ଜେନାଙ୍କର ପାର୍ôଥବ ଶରୀରର ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆଜି ସନ୍ଧ୍ୟାରେ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଗତ ୩ବର୍ଷ ପୂର୍ବରୁ ଶ୍ରୀ ଜେନାଙ୍କ ପିତୃବିୟୋଗ ହୋଇଥିଲା ।