ଶଙ୍ଖ ଛାଡି ପଦ୍ମ ଧରିଲେ ଶର୍ମିଷ୍ଠା
ଭବାନୀପାଟଣା,୧୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ସିଂଝରଣଠାରେ ରବିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି, କଂଗ୍ରେସର ଅନେକ କାର୍ଯ୍ୟକର୍ତ୍ତା ସାମିଲ ହୋଇଛନ୍ତି। କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳ ସମ୍ପାଦିକା ଶର୍ମିଷ୍ଠା ନାୟକ ଓ ଓବିସି ସେଲ ସମ୍ପାଦକ ରୋହିତ ଭୋଇ ଶଙ୍ଖ ଛାଡି ପଦ୍ମ ଧରିଛନ୍ତି। ସେହିପରି କଂଗ୍ରେସ ଏସସି ସେଲର ବ୍ଲକ ସଭାପତି ଦୟାନିଧି ନାଏକ,ଗାଇଗାଁ ସରପଞ୍ଚ ପ୍ରମୋଦ କୁମାର ସାହୁ, କିକିଆ ସମିତିସଭ୍ୟ ଯୁଗେଶ୍ୱର […] The post ଶଙ୍ଖ ଛାଡି ପଦ୍ମ ଧରିଲେ ଶର୍ମିଷ୍ଠା appeared first on Dharitri Odia News.
ଭବାନୀପାଟଣା,୧୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ସିଂଝରଣଠାରେ ରବିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି, କଂଗ୍ରେସର ଅନେକ କାର୍ଯ୍ୟକର୍ତ୍ତା ସାମିଲ ହୋଇଛନ୍ତି। କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳ ସମ୍ପାଦିକା ଶର୍ମିଷ୍ଠା ନାୟକ ଓ ଓବିସି ସେଲ ସମ୍ପାଦକ ରୋହିତ ଭୋଇ ଶଙ୍ଖ ଛାଡି ପଦ୍ମ ଧରିଛନ୍ତି।
ସେହିପରି କଂଗ୍ରେସ ଏସସି ସେଲର ବ୍ଲକ ସଭାପତି ଦୟାନିଧି ନାଏକ,ଗାଇଗାଁ ସରପଞ୍ଚ ପ୍ରମୋଦ କୁମାର ସାହୁ, କିକିଆ ସମିତିସଭ୍ୟ ଯୁଗେଶ୍ୱର ମାଝି, ଲଇତରା ସମିତିସଭ୍ୟ ଥବିର ଗଉଡ, ଅଧମୁଣ୍ଡା ସମିତିସଭ୍ୟ କିଶୋର ଯାନୀ ପ୍ରମୁଖ ଭାଜପାରେ ସାମିଲ ହୋଇଛନ୍ତି।
ମିଶ୍ରଣ ପର୍ବରେ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାଲ, ସଙ୍ଗଠାନିକ ସମ୍ପାଦକ ମାନସ ମହାନ୍ତି, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ, ଜିଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ପୂର୍ବତନ ଏମ୍ପି ଅର୍କକେଶରୀ ଦେଓ, କଳାହାଣ୍ଡି ଲୋକ ସଭା ଏମ୍ପି ପ୍ରାର୍ଥିନୀ ମାଲବିକା କେଶରୀ ଦେଓଙ୍କ ଉପସ୍ଥିତିଥିଲେ।
The post ଶଙ୍ଖ ଛାଡି ପଦ୍ମ ଧରିଲେ ଶର୍ମିଷ୍ଠା appeared first on Dharitri Odia News.