ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନାରେ ୬ଟି ପୋଖରର ହେବ ପୁନରୁଦ୍ଧାର

ଭୁବନ: ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନାରେ ୬ଟି ପୋଖରୀ ପୁନରୁଦ୍ଧାର ହେବ। ଦୀର୍ଘ ୧୭ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ... The post ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନାରେ ୬ଟି ପୋଖରର ହେବ ପୁନରୁଦ୍ଧାର appeared first on .

ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନାରେ ୬ଟି ପୋଖରର ହେବ ପୁନରୁଦ୍ଧାର

ଭୁବନ: ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନାରେ ୬ଟି ପୋଖରୀ ପୁନରୁଦ୍ଧାର ହେବ। ଦୀର୍ଘ ୧୭ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଚିନରା ପୋଖରୀ ସମେତ ଆଉ ୫ ପୋଖରୀ ପାଇଁ ପାଖାପାଖି ଅଢେଇ କୋଟି ଟଙ୍କାରୁ ଊର୍ଦ୍ଧ୍ବ ବ୍ୟୟ  ଅଟକଳ କରାଯାଇଥିବା ବେଳେ ୨୦ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ କାର୍ଯ୍ଯାଦେଶ ବଣ୍ଟନ କରାଯାଇଛି ।

ଦୀର୍ଘ ଦିନର ଦାବି ହୋଇଛି ପୂରଣ।  ଢେଙ୍କାନାଳ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ଓ୍ବାର୍ଡରେ ୬ଟି ପୋଖରୀ ପୁନରୁଦ୍ଧାର ପାଇଁ ଅର୍ଥ ମଞ୍ଜୁର ହୋଇଛି। ମୁକ୍ତା ଯୋଜନାରେ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏହାର ଶିଳାନ୍ଯାସ କରିଛନ୍ତି । ପୋଖରୀ ପାଇଁ ଭୁବନ NACର ମହିଳାମାନଙ୍କର ବହୁ ଦିନର ଦାବି ରହିଆସିଥିଲା।

ପୋଖରୀ ପୁନରୁଦ୍ଧାର ପାଇଁ ଅଢେଇ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମଞ୍ଜୁର ହୋଇଛି। ୨୦ ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ଏଥିରେ ନିୟୋଜିତ କରାଯିବ। ଚିନରା ପୋଖରୀ , ଗୋଡି ପୋଖରୀ , ଝରଣ ପୋଖରୀ , ଦୁର୍ଗାସାଗର ପୋଖରୀ , ନୂଆ ପୋଖରୀ ପାଇଁ  ଏବଂ ପୃଷ୍ଟି ପୋଖରୀ ର ପୁନରୁଦ୍ଧାର ହେବ। ଏଥିପାଇଁ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଛନ୍ତି ଅଞ୍ଚଳବାସୀ। ତୁରନ୍ତ ପୋଖରୀ କାମ ହେବ ବୋଲି ଆଶା ରଖାଯାଇଛି। ମୁକ୍ତା ଯୋଜନାରେ ୬ଟି ପୋଖରୀର ପୁନଃରୁଦ୍ଧାର ପାଇଁ ନିର୍ବାହୀ ଅଧିକାରୀ, ନଗରପାଳ ସମେତ ସମସ୍ତ କାଉନସିଲରଙ୍କ ସହଯୋଗରେ ଭଲ କାମ ହୋଇପାରିବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ।

 

The post ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନାରେ ୬ଟି ପୋଖରର ହେବ ପୁନରୁଦ୍ଧାର appeared first on .