ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ହାଇକୋର୍ଟରୁ ଝଟକା, ଗିରଫକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଖାରଜ
ନୂଆଦିଲ୍ଲୀ ୯।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ହାଇକୋର୍ଟ ଝଟକା ଦେଇଛନ୍ତି। କୋର୍ଟ ଇଡିଙ୍କ ଦ୍ୱାରା ଗିରଫ ଓ ରିମାଣ୍ଡକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା କହିଛନ୍ତି ଯେ ଏହା କେନ୍ଦ୍ର ସରକାର ଓ କେଜରିୱାଲଙ୍କ ମଧ୍ୟରେ ମାମଲା ନୁହେଁ, ଏହା ଇଡି ଓ କେଜରିୱାଲଙ୍କ ମଧ୍ୟରେ ମାମଲା ଓ ତାଙ୍କୁ ଏଜେନ୍ସୀ ମନିଲଣ୍ଡ୍ରିଂ ମାମଲାରେ ଗିରଫ କରିଛି। କୋର୍ଟ କହିଛନ୍ତି ଯେ କାହାରିକୁ କୌଣସି ବିଶେଷାଧିକାର ଦିଆଯାଇ ପାରିବ ନାହିଁ। ଇଡିଙ୍କ ନିକଟରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି ଏଣୁ ତଦନ୍ତ ଓ ପଚରା ଉଚରାରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡ କରାଯାଇ ପାରିବନି। ସେହିପରି ବିଚାରପତି ଆଇନରେ ବନ୍ଧା ଓ ରାଜନୀତିରେ ନୁହେଁ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟ ଅରବିନ୍ଦ କେଜରିୱାଲଙ୍କ ଗିରଫ ଉପରେ କହିଛନ୍ତି ଯେ ଇଡି ତାଙ୍କ ତର୍କରେ ଆବେଦନକାରୀ ପୁରା ମାମଲରେ ସମ୍ପୃକ୍ତ ବୋଲି କହିଛନ୍ତି । ଏଣୁ ମାମଲାରେ ଅନେକ ବୟାନ ରେକର୍ଡ କରାଯାଇଛି, ଯେପରିକି ରାଘବ ମୁଙ୍ଗଟା ଓ ଶରତ ରେଡ୍ଡୀଙ୍କ ବୟାନ ବୋଲି କହିଛନ୍ତି। ଅରବିନ୍ଦ କେଜରିୱାଲଙ୍କ ପକ୍ଷରୁ ତାଙ୍କ ଆବେଦନରେ ସରକାରୀ ସାକ୍ଷଙ୍କ ବୟାନ ଉପରେ ପ୍ରଶ୍ନ କରାଯାଇଥିଲା। ହାଇକୋର୍ଟ ଏହା ଉପରେ ଟିପ୍ପଣୀ କରି କହିଛନ୍ତି ଯେ ଆପ୍ରୁଭରଙ୍କ ବ
ନୂଆଦିଲ୍ଲୀ ୯।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ହାଇକୋର୍ଟ ଝଟକା ଦେଇଛନ୍ତି। କୋର୍ଟ ଇଡିଙ୍କ ଦ୍ୱାରା ଗିରଫ ଓ ରିମାଣ୍ଡକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା କହିଛନ୍ତି ଯେ ଏହା କେନ୍ଦ୍ର ସରକାର ଓ କେଜରିୱାଲଙ୍କ ମଧ୍ୟରେ ମାମଲା ନୁହେଁ, ଏହା ଇଡି ଓ କେଜରିୱାଲଙ୍କ ମଧ୍ୟରେ ମାମଲା ଓ ତାଙ୍କୁ ଏଜେନ୍ସୀ ମନିଲଣ୍ଡ୍ରିଂ ମାମଲାରେ ଗିରଫ କରିଛି।
କୋର୍ଟ କହିଛନ୍ତି ଯେ କାହାରିକୁ କୌଣସି ବିଶେଷାଧିକାର ଦିଆଯାଇ ପାରିବ ନାହିଁ। ଇଡିଙ୍କ ନିକଟରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି ଏଣୁ ତଦନ୍ତ ଓ ପଚରା ଉଚରାରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡ କରାଯାଇ ପାରିବନି। ସେହିପରି ବିଚାରପତି ଆଇନରେ ବନ୍ଧା ଓ ରାଜନୀତିରେ ନୁହେଁ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟ ଅରବିନ୍ଦ କେଜରିୱାଲଙ୍କ ଗିରଫ ଉପରେ କହିଛନ୍ତି ଯେ ଇଡି ତାଙ୍କ ତର୍କରେ ଆବେଦନକାରୀ ପୁରା ମାମଲରେ ସମ୍ପୃକ୍ତ ବୋଲି କହିଛନ୍ତି । ଏଣୁ ମାମଲାରେ ଅନେକ ବୟାନ ରେକର୍ଡ କରାଯାଇଛି, ଯେପରିକି ରାଘବ ମୁଙ୍ଗଟା ଓ ଶରତ ରେଡ୍ଡୀଙ୍କ ବୟାନ ବୋଲି କହିଛନ୍ତି।

ଅରବିନ୍ଦ କେଜରିୱାଲଙ୍କ ପକ୍ଷରୁ ତାଙ୍କ ଆବେଦନରେ ସରକାରୀ ସାକ୍ଷଙ୍କ ବୟାନ ଉପରେ ପ୍ରଶ୍ନ କରାଯାଇଥିଲା। ହାଇକୋର୍ଟ ଏହା ଉପରେ ଟିପ୍ପଣୀ କରି କହିଛନ୍ତି ଯେ ଆପ୍ରୁଭରଙ୍କ ବୟାନ ଇଡି ନୁହନ୍ତି କୋର୍ଟ ଲେଖିଥାନ୍ତି। ଯଦି ଆପଣ ଏହା ଉପରେ ପ୍ରଶ୍ନ କରୁଛନ୍ତି ତେବେ ସିଧାଶଳଖ ଜଜଙ୍କୁ ପ୍ରଶ୍ନ କରୁଥିବା କୋର୍ଟ କହିଛନ୍ତି।
ରେଡ୍ଡୀଙ୍କ ବୟାନକୁ ନେଇ ମଧ୍ୟ ପ୍ରଶ୍ନ କରାଯାଇଛି। କେଜରିୱାଲଙ୍କ ପକ୍ଷରେ ଏହି ଅଧିକାର ଅଛି ଯେ ସେ ସାକ୍ଷଙ୍କୁ କ୍ରସ୍ କରିପାରିବେ। ତେବେ ଏହା ନିମ୍ନ କୋର୍ଟରେ ହୋଇପାରିବ ଉଚ୍ଚ ନ୍ୟାୟାଳୟରେ ନୁହେଁ ବୋଲି କୋର୍ଟ କହିଛନ୍ତି। ସେହିପରି କୋର୍ଟ କହିଛନ୍ତି ଯେ ଯାଞ୍ଚ କୌଣସି ବ୍ୟକ୍ତିର ସୁବିଧା ଅନୁସାରେ ଚାଲି ପାରିବନି ଓ ଯାଞ୍ଚ କାଳରେ ଏଜେନ୍ସୀ କାହାର ଘରକୁ ମଧ୍ୟ ଯାଇପାରେ। ମଦ ଦୁର୍ନୀତି ମାମଲାରେ ଗିରଫ ଅରବିନ୍ଦ କେଜରିୱାଲ ତାଙ୍କ ପିଟିସନରେ ଗିରଫ ଓ ଇଡି ରିମାଣ୍ଡକୁ ଅସାମ୍ବିଧାନିକ କହିଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାର୍ଚ୍ଚ ୨୧ ତାରିଖ ଦିନ କେଜରିୱାଲଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା।