ମୁଖ୍ୟମନ୍ତ୍ରୀ ପଦ ସସପେନ୍ସ ମଧ୍ୟରେ ଏକନାଥ ସିନ୍ଦେଙ୍କୁ ଭେଟିଲେ ଫଡ଼ଣବିସ
ମୁମ୍ବାଇ: ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀକୁ ନେଇ ଲାଗି ରହିଥିବା ସସପେନ୍ସ ମଧ୍ୟରେ କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଛନ୍ତି ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡଣବିସ। ମଙ୍ଗଳବାର ସିନ୍ଦେଙ୍କ ବର୍ଷା ବଙ୍ଗଳା ଯାଇ ଭେଟିଛନ୍ତି ଫଡଣବିସ। ସୂତ୍ର ମୁତାବକ ଦୁଇ ନେତାଙ୍କ ମଧ୍ୟରେ ସରକାର ଗଠନର ଫର୍ମୁଲା ଓ ଶପଥ ଗ୍ରହଣର ପ୍ରସ୍ତୁତି ଉପରେ ଆଲୋଚନା ହୋଇଛି। ଏହା ସହିତ ଫଡଣବିସ ଏକନାଥ ସିନ୍ଦେଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବା ଯୋଗୁଁ ସିନ୍ଦେ ଆଜି ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ଏକନାଥ ସିନ୍ଦେଙ୍କ ସ୍ଵାସ୍ଥ୍ୟ ଖରାପ ହେବା ପରେ ପ୍ରଥମ ଥର ତାଙ୍କୁ ଭେଟିଛନ୍ତି ଦେବେନ୍ଦ୍ର ଫଡ଼ଣବିସ। ସରକାରରେ ମନ୍ତ୍ରିମଣ୍ଡଳର ଫର୍ମୁଲାକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି। ଏକନାଥ ସିନ୍ଦେ ଶୁକ୍ରବାର ସତାରା ଜିଲ୍ଲା ସ୍ଥିତ ନିଜ ଗାଁକୁ ଚାଲି ଯାଇଥିଲେ। ଏହା ପରେ ଚର୍ଚ୍ଚା ଜୋର ଧରିଥିଲା ଯେ, ମହାୟୁତି ସରକାର ଗଠନର ଫର୍ମୁଲାକୁ ନେଇ ଏକନାଥ ସିନ୍ଦେ ଅସନ୍ତୁଷ୍ଟ ଅଛନ୍ତି। କିନ୍ତୁ ତାଙ୍କ ସହଯୋଗୀ ଜଣାଇଥିଲେ ଯେ, ତାଙ୍କ ସ୍ଵାସ୍ଥ୍ୟ ଠିକ୍ ନ ଥିବାରୁ ସେ ବିଶ୍ରାମ ନେଇଛନ୍ତି। ସିନ୍ଦେଙ୍କ ଖରାପ ସ୍ଵାସ୍ଥ୍ୟାବସ୍ଥା କାରଣରୁ ମୁମ୍ବାଇରେ ମହାୟୁତିର ଗୁରୁତ୍ଵପୂର୍ଣ୍ଣ ବୈଠକ ମଧ୍ୟ ବସି ପାରି ନାହିଁ। ଆଜି ଠାଣେ ହସ୍ପିଟାଲରେ ସ୍ଵାସ୍ଥ୍ୟ ପରୀକ୍ଷା କରାଇଛନ୍
ମୁମ୍ବାଇ: ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀକୁ ନେଇ ଲାଗି ରହିଥିବା ସସପେନ୍ସ ମଧ୍ୟରେ କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଛନ୍ତି ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡଣବିସ। ମଙ୍ଗଳବାର ସିନ୍ଦେଙ୍କ ବର୍ଷା ବଙ୍ଗଳା ଯାଇ ଭେଟିଛନ୍ତି ଫଡଣବିସ। ସୂତ୍ର ମୁତାବକ ଦୁଇ ନେତାଙ୍କ ମଧ୍ୟରେ ସରକାର ଗଠନର ଫର୍ମୁଲା ଓ ଶପଥ ଗ୍ରହଣର ପ୍ରସ୍ତୁତି ଉପରେ ଆଲୋଚନା ହୋଇଛି। ଏହା ସହିତ ଫଡଣବିସ ଏକନାଥ ସିନ୍ଦେଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବା ଯୋଗୁଁ ସିନ୍ଦେ ଆଜି ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ।
ଏକନାଥ ସିନ୍ଦେଙ୍କ ସ୍ଵାସ୍ଥ୍ୟ ଖରାପ ହେବା ପରେ ପ୍ରଥମ ଥର ତାଙ୍କୁ ଭେଟିଛନ୍ତି ଦେବେନ୍ଦ୍ର ଫଡ଼ଣବିସ। ସରକାରରେ ମନ୍ତ୍ରିମଣ୍ଡଳର ଫର୍ମୁଲାକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି। ଏକନାଥ ସିନ୍ଦେ ଶୁକ୍ରବାର ସତାରା ଜିଲ୍ଲା ସ୍ଥିତ ନିଜ ଗାଁକୁ ଚାଲି ଯାଇଥିଲେ। ଏହା ପରେ ଚର୍ଚ୍ଚା ଜୋର ଧରିଥିଲା ଯେ, ମହାୟୁତି ସରକାର ଗଠନର ଫର୍ମୁଲାକୁ ନେଇ ଏକନାଥ ସିନ୍ଦେ ଅସନ୍ତୁଷ୍ଟ ଅଛନ୍ତି। କିନ୍ତୁ ତାଙ୍କ ସହଯୋଗୀ ଜଣାଇଥିଲେ ଯେ, ତାଙ୍କ ସ୍ଵାସ୍ଥ୍ୟ ଠିକ୍ ନ ଥିବାରୁ ସେ ବିଶ୍ରାମ ନେଇଛନ୍ତି। ସିନ୍ଦେଙ୍କ ଖରାପ ସ୍ଵାସ୍ଥ୍ୟାବସ୍ଥା କାରଣରୁ ମୁମ୍ବାଇରେ ମହାୟୁତିର ଗୁରୁତ୍ଵପୂର୍ଣ୍ଣ ବୈଠକ ମଧ୍ୟ ବସି ପାରି ନାହିଁ।
ଆଜି ଠାଣେ ହସ୍ପିଟାଲରେ ସ୍ଵାସ୍ଥ୍ୟ ପରୀକ୍ଷା କରାଇଛନ୍ତି ଏକନାଥ ସିନ୍ଦେ। ତେବେ ଆଜି ସନ୍ଧ୍ୟାରେ ଫଡ଼ଣବିସଙ୍କ ପୂର୍ବରୁ ବିଜେପିର ବରିଷ୍ଠ ନେତା ଗିରିଶ ମହାଜନ ସିନ୍ଦେଙ୍କୁ ଭେଟିଛନ୍ତି। ୨୪ ଘଣ୍ଟା ବ୍ୟବଧାନରେ ସେ ଦୁଇ ଥର ତାଙ୍କୁ ଭେଟିଛନ୍ତି।ଏହା ପୂର୍ବରୁ ସିନ୍ଦେ ଗୋଷ୍ଠୀର ନେତା ଉଦୟ ସାମନ୍ତ ଫଡ଼ଣବିସଙ୍କୁ ଭେଟିଥିଲେ। ଏହିପରି ମହାରାଷ୍ଟ୍ରରେ ସରକାର ଗଠନ ନେଇ ନେତାମାନଙ୍କ ସାକ୍ଷାତ ଓ ଆଲୋଚନା ପର୍ବ ଜାରି ରହିଛି।
ଅଧିକ ପଢନ୍ତୁ- କେବଳ ଦେଖାଇବା ପାଇଁ ୫୭ ବିଧାୟକ, ବାସ୍ତବରେ ସିନ୍ଦେଙ୍କ ଅସଲୀ ତାକତ ତାଙ୍କ ସାଂସଦ, ଏଣୁ ଆଗପଛ ହେଉଛି ବିଜେପି
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଡିସେମ୍ବର ୫ରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ। ଆଜାଦ ମଇଦାନରେ ଜୋରସୋରେ ଏହାର ପ୍ରସ୍ତୁତି ଚାଲିଛି। ମଙ୍ଗଳବାର ମହାୟୁତିର ନେତା ପ୍ରସ୍ତୁତିର ସମୀକ୍ଷା ପାଇଁ ସେଠାରେ ପହଞ୍ଚିଥିଲେ। ନଭେମ୍ବର ୨୩ରେ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା। ଏଥିରେ ମହାୟୁତି ପ୍ରଚଣ୍ଡ ବହୁମତ ସହ ଐତିହାସିକ ବିଜୟ ହାସଲ କରିଛି। ତଥାପି ସରକାର ଗଠନରେ ବିଳମ୍ବ ଘଟିଛି। ମହାୟୁତିରେ ତିନି ଦଳ ମଧ୍ୟରେ ମନ୍ତ୍ରଣାଳୟ ବଣ୍ଟନ ଓ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଏ ପର୍ଯ୍ୟନ୍ତ ବି ଚିତ୍ର ସଂପୂର୍ଣ୍ଣ ସ୍ପଷ୍ଟ ହୋଇ ନାହିଁ। ବୁଧବାର ବିଜେପି ବିଧାୟକ ଦଳ ବୈଠକ ପରେ ଚିତ୍ର ସ୍ପଷ୍ଟ ହେବ ଯେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ।