ମୁଖ୍ୟମନ୍ତ୍ରୀ ପରେ ବିଧାୟକ ପଦରୁ ଇସ୍ତଫା ଦେଲେ ଖଟ୍ଟର, ପରବର୍ତ୍ତୀ ପଦକ୍ଷେପକୁ ନେଇ ଚର୍ଚ୍ଚା ଜୋର ?
ନୂଆଦିଲ୍ଲୀ: ହରିୟାଣାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ମନୋହର ଲାଲ ଖଟ୍ଟର ବୁଧବାର ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟର କରନାଲ ଆସନରୁ ବିଧାୟକ ଥିଲେ। ଏବେ ତାଙ୍କର ଆଗାମୀ ପଦକ୍ଷେପ କଣ ହେବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଖଟ୍ଟର ଲୋକସଭା ନିର୍ବାଚନ ଲଢିବେ ବୋଲି କୁହାଯାଉଛି। ଉଲ୍ଲେଖନୀୟ ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମନୋହର ଲାଲ ଖଟ୍ଟର। ନାୟବ ସିଂ ସୈନୀ ଗତକାଲି ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବା ସହ ଆଜି ବିଧାନସଭାରେ ବହୁମତ ସାବ୍ୟସ୍ତ କରିଛନ୍ତି। ଏବେ ସେ ହରିୟାଣାର କୁରୁକ୍ଷେତ୍ର ସିଟରୁ ସାଂସଦ ଅଛନ୍ତି। ତେବେ ଆଗାମୀ ଛଅ ମାସ ଭିତରେ ତାଙ୍କୁ କୌଣସି ଉପନିର୍ବାଚନ ଜରିଆରେ ବିଧାନସଭା ସଦସ୍ୟ ହେବାକୁ ପଡ଼ିବ। ତେବେ ଖାଲି ରହିଥିବା କରନାଲ ବିଧାନସଭା ସିଟ୍ରୁ ସୈନୀ ନିର୍ବାଚନ ଲଢି ପାରନ୍ତି ବୋଲି କୁହାଯାଉଛି। ଏହା ମଧ୍ୟ ଆକଳନ କରାଯାଉଛି ଯେ ମନୋହରଲାଲ ଖଟ୍ଟର ଆଗାମୀ ଲୋକସଭା ନିର୍ବାଚନ କରନାଲ ସଂସଦୀୟ କ୍ଷେତ୍ରରୁ ଲଢି ପାରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହରିୟାଣା ଯାତ୍ରା କରିବାର ଗୋଟିଏ ଦିନ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ଘଟିଛି। ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା ହୋଇଗଲା। ଖଟ୍ଟର ଦୁଇ
ନୂଆଦିଲ୍ଲୀ: ହରିୟାଣାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ମନୋହର ଲାଲ ଖଟ୍ଟର ବୁଧବାର ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟର କରନାଲ ଆସନରୁ ବିଧାୟକ ଥିଲେ। ଏବେ ତାଙ୍କର ଆଗାମୀ ପଦକ୍ଷେପ କଣ ହେବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଖଟ୍ଟର ଲୋକସଭା ନିର୍ବାଚନ ଲଢିବେ ବୋଲି କୁହାଯାଉଛି। ଉଲ୍ଲେଖନୀୟ ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମନୋହର ଲାଲ ଖଟ୍ଟର।
ନାୟବ ସିଂ ସୈନୀ ଗତକାଲି ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବା ସହ ଆଜି ବିଧାନସଭାରେ ବହୁମତ ସାବ୍ୟସ୍ତ କରିଛନ୍ତି। ଏବେ ସେ ହରିୟାଣାର କୁରୁକ୍ଷେତ୍ର ସିଟରୁ ସାଂସଦ ଅଛନ୍ତି। ତେବେ ଆଗାମୀ ଛଅ ମାସ ଭିତରେ ତାଙ୍କୁ କୌଣସି ଉପନିର୍ବାଚନ ଜରିଆରେ ବିଧାନସଭା ସଦସ୍ୟ ହେବାକୁ ପଡ଼ିବ। ତେବେ ଖାଲି ରହିଥିବା କରନାଲ ବିଧାନସଭା ସିଟ୍ରୁ ସୈନୀ ନିର୍ବାଚନ ଲଢି ପାରନ୍ତି ବୋଲି କୁହାଯାଉଛି। ଏହା ମଧ୍ୟ ଆକଳନ କରାଯାଉଛି ଯେ ମନୋହରଲାଲ ଖଟ୍ଟର ଆଗାମୀ ଲୋକସଭା ନିର୍ବାଚନ କରନାଲ ସଂସଦୀୟ କ୍ଷେତ୍ରରୁ ଲଢି ପାରନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହରିୟାଣା ଯାତ୍ରା କରିବାର ଗୋଟିଏ ଦିନ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ଘଟିଛି। ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା ହୋଇଗଲା। ଖଟ୍ଟର ଦୁଇ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ। ସୋମବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୁବ୍ ପ୍ରଶଂସା କରିଥିଲେ ଏବଂ କହିଥିଲେ ଉଭୟ ମୋଟର ସାଇକେଲ୍ରେ ହରିୟାଣା ବୁଲୁଥିଲେ। କିନ୍ତୁ ମଙ୍ଗଳବାର ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଛି।