ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଥଲାପତି ବିଜୟ: ଟିଭିକେର ବଡ଼ ଘୋଷଣା

ଚେନ୍ନାଇ,୪।୭: ଅଭିନେତାରୁ ରାଜନେତା ପାଲଟିଥିବା ଥଲାପତି ବିଜୟ ତାମିଲନାଡୁ ନିର୍ବାଚନ ପାଇଁ ତାମିଲଗା ଭେଟ୍ଟ୍ରି କାଝାଗମ (ଟିଭିକେ)ର ମୁଖ୍ୟମନ୍ତ୍ରୀ ମୁହଁ ହେବେ। ତାଙ୍କ ଦଳ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଟିଭିକେ ଦଳର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଗୃହୀତ ଏକ ସ୍ବତନ୍ତ୍ର ପ୍ରସ୍ତାବ ପାସ କରିଛି। ଏଥିରେ ଏହାର ପ୍ରତିଷ୍ଠାତା ବିଜୟଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ନାମିତ କରାଯାଇଛି। ବିଜୟ କହିଛନ୍ତି, ତାଙ୍କ ଦଳ ୨୦୨୬ ତାମିଲନାଡୁ ନିର୍ବାଚନ ପାଇଁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ […] The post ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଥଲାପତି ବିଜୟ: ଟିଭିକେର ବଡ଼ ଘୋଷଣା appeared first on Dharitri Odia News.

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଥଲାପତି ବିଜୟ: ଟିଭିକେର ବଡ଼ ଘୋଷଣା

ଚେନ୍ନାଇ,୪।୭: ଅଭିନେତାରୁ ରାଜନେତା ପାଲଟିଥିବା ଥଲାପତି ବିଜୟ ତାମିଲନାଡୁ ନିର୍ବାଚନ ପାଇଁ ତାମିଲଗା ଭେଟ୍ଟ୍ରି କାଝାଗମ (ଟିଭିକେ)ର ମୁଖ୍ୟମନ୍ତ୍ରୀ ମୁହଁ ହେବେ। ତାଙ୍କ ଦଳ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି।
ଟିଭିକେ ଦଳର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଗୃହୀତ ଏକ ସ୍ବତନ୍ତ୍ର ପ୍ରସ୍ତାବ ପାସ କରିଛି। ଏଥିରେ ଏହାର ପ୍ରତିଷ୍ଠାତା ବିଜୟଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ନାମିତ କରାଯାଇଛି।

ବିଜୟ କହିଛନ୍ତି, ତାଙ୍କ ଦଳ ୨୦୨୬ ତାମିଲନାଡୁ ନିର୍ବାଚନ ପାଇଁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଡିଏମକେ ଏବଂ ଭାଜପା ସହିତ ମେଣ୍ଟ କରିବ ନାହିଁ। ଭାଜପା ତାମିଲନାଡୁରେ କେବେ ବି ଆଗକୁ ବଢିବ ନାହିଁ। ଆମେ ଡିଏମକେ କିମ୍ବା ଏଆଇଏଡିଏମକେ ପରି ନୁହେଁ ଯେ ରାଜନୈତିକ ଲାଭ ପାଇଁ ଭାଜପା ସହିତ ମେଣ୍ଟ କରିବୁ କାରଣ ଆମେ ଟିଭିକେ। ସଂକଳ୍ପ ଅନୁଯାୟୀ, ଦଳ ଡିଏମକେ, ଏଆଇଏଡିଏମକେ ଏବଂ ବିଜେପିର ଶିବିରରେ ନଥିବା ଦଳଗୁଡ଼ିକର ମେଣ୍ଟର ନେତୃତ୍ୱ ନେବ।

ଭାଜପାକୁ ଟାର୍ଗେଟ୍‌ କରି ବିଜୟ କହିଛନ୍ତି, କେନ୍ଦ୍ରର ଶାସକ ଦଳ ‘ଶସ୍ତା ରାଜନୀତି’ ଏବଂ ‘ରାଜନୈତିକ ଲାଭ’ ପାଇଁ ‘ସାମ୍ପ୍ରଦାୟିକ ଆଧାରରେ ଲୋକଙ୍କୁ ବିଭାଜିତ’ କରିବାକୁ ଚେଷ୍ଟା କରୁଛି। ସେମାନଙ୍କର ଏହି କାର୍ଯ୍ୟ ଅନ୍ୟତ୍ର କାମ କରିପାରେ, କିନ୍ତୁ ତାମିଲନାଡୁରେ ନୁହେଁ। ତାମିଲନାଡୁ ଏପରି ଏକ ଭୂମି ଯେଉଁଠାରେ ସାମାଜିକ ନ୍ୟାୟ, ସଦ୍ଭାବନା ଏବଂ ଭାଇଚାରା ଗଭୀର ଭାବରେ ଜଡିତ।

The post ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଥଲାପତି ବିଜୟ: ଟିଭିକେର ବଡ଼ ଘୋଷଣା appeared first on Dharitri Odia News.