ମୁଖ୍ୟମନ୍ତ୍ରୀ ବି ହୋଇଛନ୍ତି ଚିଟଫଣ୍ଡ୍ ଠକେଇର ଶିକାର
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ହୋଇଛନ୍ତି ଚିଟଫଣ୍ଡ୍ ଠକେଇର ଶିକାର। ଏମିତି କି କଂଜ୍ୟୁମର କୋର୍ଟରେ ଅପିଲ୍ ପରେ ବି ମିଳିନଥିଲା ପଇସା। ଜାତୀୟ ଉପଭୋକ୍ତା ଦିବସ ଅବସରରେ କିଛି ଏମିତି କହି ଠକେଇରୁ ବଞ୍ଚିବାକୁ ସଚେତନ କରିଛନ୍ତି ମୋହନ। କିନ୍ତୁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଚିଟ୍ଫଣ୍ଡ ଠକେଇ କାହାଣୀ ଆସିବା ପରେ ପୁଣି ଚର୍ଚ୍ଚାକୁ ଫେରିଛି ଚିଟଫଣ୍ଡ ପ୍ରସଙ୍ଗ।