ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଇଡ଼ୁ, ବଦଳିଲା ଶପଥ ଉତ୍ସବ ତାରିଖ
ନୂଆଦିଲ୍ଲୀ, ୬।୬: ବିଧାନସଭା ନିର୍ବାଚନ ଜିତିବା ପରେ ଆନ୍ଧ୍ରପ୍ରଦେଶରେ ସରକାର ଗଢ଼ିବ ଟିଡିପି ବା ତେଲୁଗୁ ଦେଶମ୍ ପାର୍ଟି। ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଡିପି ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ। ଏଥିପାଇଁ ଆସନ୍ତା ୯ ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବା ନେଇ ଦଳ ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ଏବେ ଏହି ଉତ୍ସବ ୧୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏନ୍ଡିଏ ଲୋକସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ […] The post ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଇଡ଼ୁ, ବଦଳିଲା ଶପଥ ଉତ୍ସବ ତାରିଖ appeared first on Dharitri Odia News.
ନୂଆଦିଲ୍ଲୀ, ୬।୬: ବିଧାନସଭା ନିର୍ବାଚନ ଜିତିବା ପରେ ଆନ୍ଧ୍ରପ୍ରଦେଶରେ ସରକାର ଗଢ଼ିବ ଟିଡିପି ବା ତେଲୁଗୁ ଦେଶମ୍ ପାର୍ଟି। ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଡିପି ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ। ଏଥିପାଇଁ ଆସନ୍ତା ୯ ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବା ନେଇ ଦଳ ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ଏବେ ଏହି ଉତ୍ସବ ୧୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
ଏନ୍ଡିଏ ଲୋକସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ଦେଶରେ ପୁଣିଥରେ ଭାଜପା ସରକାର ଗଠନ ହେବାକୁ ଯାଉଛି। ଭାଜପା ନେତା ନରେନ୍ଦ୍ର ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଏଥିପାଇଁ ୮ ତାରିଖରେ ଶପଥ ଗ୍ରହଣ ଉତ୍ସବ କରାଯିବ। ଏହାର ଦିନକ ପରେ ଅନ୍ଧ୍ରରେ ଶପଥ ଉତ୍ସବ ପାଇଁ ଘୋଷଣା ହୋଇଥିଲା । କିନ୍ତୁ ଏହାକୁ ଘୁଞ୍ଚାଇ ଦିଆଯାଇଛି।
୧୭୫ ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭା ପାଇଁ ଏଥର ଜୋରଦାର ଫାଇଟ୍ ହୋଇଥିଲା । ୱାଇଏସ୍ଆର୍ କଂଗ୍ରେସକୁ ସତ୍ତାରୁ ହଟାଇବା ପାଇଁ ଟିଡିପି ଓ ଜନ ସେନା ପାର୍ଟି ବିଜେପି ନେତୃତ୍ୱାଧୀନ ଏନଡିଏ ସହ ମେଣ୍ଟ କରିଥିଲେ । ଟିଡିପିକୁ ୧୩୫ ଆସନ ମିଳିଥିବା ବେଳେ ଜନ ସେନାକୁ ୨୧ ଓ ବିଜେପିକୁ ମିଳିଥିଲା ୮ଟି ଆସନ। ସଂଖ୍ୟା ଗରିଷ୍ଠତା ସହ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଅନ୍ୟପଟେ ମୋଦି ପ୍ରଧାନମନ୍ତ୍ରୀ ହେବା ନେଇ ବୁଧବାର ଦିଲ୍ଲୀରେ ବସିଥିବା ବୈଠକରେ ଟିଡିପି ସମର୍ଥନ ଜଣାଇଛି।
The post ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଇଡ଼ୁ, ବଦଳିଲା ଶପଥ ଉତ୍ସବ ତାରିଖ appeared first on Dharitri Odia News.