ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ଵାରା ଉଦଘାଟିତ ହେଲା କୋଣାର୍କ ଉତ୍ସବ ୨୦୨୪

ଭୁବନେଶ୍ୱର : ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ଉଦଘାଟିତ ହୋଇଛି ୩୫ ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ୨୦୨୪  । ଡିସେମ୍ବର୧ ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବର ଆଜି ଥିଲା ପ୍ରଥମ ସନ୍ଧ୍ୟା ଯାହାକୁ ନେଇ ଝଙ୍କୁରିତ ହୋଇଥିଲା କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ । ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ପ୍ରଥମେ ଉଦଘାଟନ […] The post ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ଵାରା ଉଦଘାଟିତ ହେଲା କୋଣାର୍କ ଉତ୍ସବ ୨୦୨୪ appeared first on KNews Odisha.

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ଵାରା ଉଦଘାଟିତ ହେଲା କୋଣାର୍କ ଉତ୍ସବ ୨୦୨୪
konark

ଭୁବନେଶ୍ୱର : ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ଉଦଘାଟିତ ହୋଇଛି ୩୫ ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ୨୦୨୪  । ଡିସେମ୍ବର୧ ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବର ଆଜି ଥିଲା ପ୍ରଥମ ସନ୍ଧ୍ୟା ଯାହାକୁ ନେଇ ଝଙ୍କୁରିତ ହୋଇଥିଲା କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ।

ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ପ୍ରଥମେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପରେ ମଞ୍ଚରେ ପ୍ରଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ପର୍ଯ୍ୟଟନ ମନ୍ତ୍ରୀ ତଥା ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା, ଜଗତସିଂପୁର ଏମପି ବିଭୁପ୍ରସାଦ ତରାଇ, ରାଜ୍ୟ ମୁଖ୍ୟ ଶାସନସଚିବ ମନୋଜ ଆହୁଜା,ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ,ସତ୍ୟବାଦୀ ଓମପ୍ରକାଶ ମିଶ୍ର,ବ୍ରହ୍ମଗିରି ଉପାସନା ମହାପାତ୍ର, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ସମେତ ପର୍ଯ୍ୟଟନ ସଚିବ ବଲବନ୍ତ ସିଂ,ପର୍ଯ୍ୟଟନ ନିର୍ଦେଶକ ସମର୍ଥ ବର୍ମା,ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରମୁଖ ।

ପ୍ରଥମ ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ମୁକ୍ତାକାଶ ରଙ୍ଗମଞ୍ଚରେ ଭୁବନେଶ୍ୱର ଉତ୍କଳସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଗୁରୁ ଲିଙ୍ଗରାଜ ପ୍ରଧାନ,ଗୁରୁ ପଙ୍କଜ କୁମାର ପ୍ରଧାନ ଓ ସାଥି ନୃତ୍ୟଶିଳ୍ପୀଙ୍କ ପକ୍ଷରୁ ଓଡିଶୀ ନୃତ୍ୟ
ଆଦି ଶଙ୍କରଚାର୍ଯ୍ୟଙ୍କ ଦ୍ଵାରା ରଚୟିତ ଶ୍ରୀଜଗନ୍ନାଥ ଅଷ୍ଟମ ସ୍ତୁତି ଆରମ୍ଭ ହୋଇଥିଲା ।

ପରେ ଦ୍ୱିତୀୟ ଚରଣରେ ନୂଆଦିଲ୍ଲୀର ମାଲତିଶ୍ୟାମ ଓ ସାଥୀଙ୍କ ଦ୍ୱାରା କଥକ ନୃତ୍ୟ “ନର୍ତ୍ତନମଞ୍ଜରୀ” ମନଛୁଆଁ ନୁତ୍ୟ ପରିବେଷଣ କରାଯାଇଥିଲା । ଶାସ୍ତ୍ରୀୟ ଭିତିରେ ଛନ୍ଦ,ଲୟ,ଗତିକୁ ନେଇ ଈଶ୍ୱର ଓ ଭକ୍ତଙ୍କ ମଧ୍ୟରେ ଥିବା ଅନନ୍ତ ବନ୍ଧନକୁ ନେଇ ପ୍ରେମ,ଆତ୍ମସମର୍ପଣ, ଓ ଆଧ୍ୟାତ୍ମିକ ପୂର୍ଣ୍ଣତାକୁ ନେଇ ପରିବେଷଣ କରିଥିଲେ ଚମତ୍କାର ନୁର୍ତ୍ୟ । କଥକ ନୃତ୍ୟ ଶିଳ୍ପୀମାନଙ୍କର ନିଖୁଣ ନୁତ୍ୟ ପରିବେଷଣ ଉପସ୍ଥିତ ସମସ୍ତ ଦର୍ଶକଙ୍କୁ  ବିମୁଗ୍ଧ କରିଥିଲା ।

The post ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ଵାରା ଉଦଘାଟିତ ହେଲା କୋଣାର୍କ ଉତ୍ସବ ୨୦୨୪ appeared first on KNews Odisha.