ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ୧୦ ଦିନରେ ଇସ୍ତଫା ନ ଦେଲେ…
ଲକ୍ଷ୍ନୌ/ମୁମ୍ବାଇ,୩।୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ। ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ସେଲ୍ ଏକ ଅଜଣା ନମ୍ବରରୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଛି। ଯଦି ଯୋଗୀ ୧୦ ଦିନ ମଧ୍ୟରେ ଇସ୍ତଫା ନ ଦିଅନ୍ତି, ତେବେ ଆମେ ତାଙ୍କୁ ବାବା ସିଦ୍ଦିକିଙ୍କ ପରି ହତ୍ୟା କରିବୁ ବୋଲି ସେଥିରେ ଧମକ ଦିଆଯାଇଥିବା ଜଣାପଡ଼ିଛି। ତେବେ ଏଭଳି ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିଙ୍କୁ ସତର୍କ କରାଯାଇଛି। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି […] The post ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ୧୦ ଦିନରେ ଇସ୍ତଫା ନ ଦେଲେ… appeared first on Dharitri Odia News.
ଲକ୍ଷ୍ନୌ/ମୁମ୍ବାଇ,୩।୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ। ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ସେଲ୍ ଏକ ଅଜଣା ନମ୍ବରରୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଛି। ଯଦି ଯୋଗୀ ୧୦ ଦିନ ମଧ୍ୟରେ ଇସ୍ତଫା ନ ଦିଅନ୍ତି, ତେବେ ଆମେ ତାଙ୍କୁ ବାବା ସିଦ୍ଦିକିଙ୍କ ପରି ହତ୍ୟା କରିବୁ ବୋଲି ସେଥିରେ ଧମକ ଦିଆଯାଇଥିବା ଜଣାପଡ଼ିଛି। ତେବେ ଏଭଳି ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିଙ୍କୁ ସତର୍କ କରାଯାଇଛି। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷରେ ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଖୋଜା ଚାଲିଛି।
ସୂଚନାଯୋଗ୍ୟ, ନିକଟରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଏନ୍ସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ବାବା ସିଦ୍ଦିକିଙ୍କ ପୁଅ ଜିଶାନଙ୍କ କାର୍ଯ୍ୟାଳୟ ବାହାରେ ଘଟିଥିଲା। ଆକ୍ରମଣକାରୀମାନେ ତାଙ୍କ ଉପରକୁ ଅନେକ ରାଉଣ୍ଡ ଗୁଳି ଚଳାଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ହେଲେ ତାଙ୍କର ମୃତ୍ୟୁ ଘଟିଥିଲା। ବାବା ସିଦ୍ଦିକିଙ୍କ ହତ୍ୟା ପଛରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ରହିଥିଲା। ଏହି ମାମଲାରେ ପୋଲିସ ଏଯାବତ ଅନେକ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଧିକାରୀମାନେ ୟୁପି ଏବଂ ହରିୟାଣାର ସୁଟର୍ଙ୍କୁ ମଧ୍ୟ ଗିରଫ କରିଛନ୍ତି।
ଏହାପୂର୍ବରୁ ବିହାରର ପୁର୍ନିଆର ଏମ୍ପି ପପୁ ଯାଦବଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା। ତାଙ୍କୁ ଲରେନ୍ସ ବିଷ୍ଣୁ ଗ୍ୟାଙ୍ଗର ନାମ ନେଇ ମୃତ୍ୟୁ ଧମକ ଦିଆଯାଇଥିଲା। ଏଥିରେ ତାଙ୍କୁ ସଲମାନ ଖାନ ମାମଲାଠାରୁ ଦୂରରେ ରହିବାକୁ କୁହାଯାଇଥିଲା। ଘଟଣାରେ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। ତେବେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ସହିତ ଅଭିଯୁକ୍ତଙ୍କ କୌଣସି ସମ୍ପର୍କ ନ ଥିବା ଜଣାପଡ଼ିଛି।
The post ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ୧୦ ଦିନରେ ଇସ୍ତଫା ନ ଦେଲେ… appeared first on Dharitri Odia News.