ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଦିଲ୍ଲୀରେ ବନ୍ଦ କଲେ କେଜରିୱାଲ ସରକାରଙ୍କ ଆଉ ଏକ ‘ଫ୍ରି ସ୍କିମ’, ଲୋକେ ଅସନ୍ତୁଷ୍ଟ

ନୂଆଦିଲ୍ଲୀ ୫।୪: ଦିଲ୍ଲୀରେ ବିଜେପି ସରକାର ହେବା ପରଠାରୁ ଗୋଟିଏ ପ୍ରଶ୍ନ ଉଠିଥିଲା ଆପ ସରକାର ଚଳାଇଥିବା ମାଗଣା ଯୋଜନା ଜାରି ରହିବ ନା ବନ୍ଦ ହୋଇଯିବ? ନିର୍ବାଚନ ପ୍ରଚାର କାଳରେ ବିଜେପି ସ୍ପଷ୍ଟ ଭାବେ କହିଥିଲା ଯେ ସବୁ ଫ୍ରି ସ୍କିମ ଜାରି ରଖାଯିବ। ହେଲେ ଏବେକା ରେଖା ଗୁପ୍ତା ସରକାର ଏକ ବଡ଼ ମାଗଣା ସୁବିଧାକୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ଖବର ଜଣାପଡିବା ପରେ ଜାତୀୟ ରାଜଧାନୀରେ ଜନ ଅସନ୍ତୋଷ ଦେଖା ଦେଇଛି। ଉଲ୍ଲେଖଯୋଗ୍ୟ ଯେ ରାଜଧାନୀ ଦିଲ୍ଲୀରେ କେଜରିୱାଲଙ୍କ ଆପ ସରକାର କାଳରେ ଅଟୋରିକ୍ସା, କଳା-ହଳଦିଆ ଟ୍ୟାକ୍ସି ଓ ଇକୋନମୀ କ୍ୟାବସ୍ ର ଫିଟନେସ୍ ଯାଞ୍ଚ ଫିକୁ ସମ୍ପୂର୍ଣ୍ଣ ଛାଡ କରିଦେଇଥିଲେ। ପୂର୍ବରୁ ଅଟୋ ରିକ୍ସା ପାଇଁ ଏହି ଫି ୨୦୦ ଟଙ୍କା ଥିଲା। ସେହପରି ଟ୍ୟାକ୍ସି ଚାଳକଙ୍କୁ ୪୦୦ ଟଙ୍କା ଦେବାକୁ ପଡୁଥିଲା। ତେବେ ଆପ ସରକାର ୨୦୨୦ ନିର୍ବାଚନ ପରେ ଏହି ଫି ଛାଡ କରିଦେଇଥିବାରୁ ଏ ବାବଦେ ଅଟୋ, ଟ୍ୟାକ୍ସି ଓ କ୍ୟାବ୍ ଚାଳକଙ୍କୁ ଟଙ୍କାଟିଏ ବି ଦେବାକୁ ପଡୁନଥିଲା। ହେଲେ ଏବେକା ରେଖା ଗୁପ୍ତାଙ୍କ ବିଜେପି ସରକାର ଏହି ସୁବିଧା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥି ପାଇଁ ପରିବହନ ବିଭାଗ ନୂଆ ଆଦେଶ ଜାରି କରିଛନ୍ତି। ଏବେ ରାଜଧାନୀ ଦିଲ୍ଲୀରେ ଟ୍ୟାକ୍ସି ଚାଳକଙ୍କୁ ସେମାନଙ୍କ ଗାଡିର ଫିଟନେସ୍ କରିବା ପାଇଁ ୩୦୦ ଟଙ୍କା ପୈଠ କରିବାକୁ ପଡିବ। ତେବେ ଅଟୋ ଚାଳକଙ୍କ ପାଇଁ ଏ ପର୍ଯ୍ୟନ୍ତ କୌଣ

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଦିଲ୍ଲୀରେ ବନ୍ଦ କଲେ କେଜରିୱାଲ ସରକାରଙ୍କ ଆଉ ଏକ ‘ଫ୍ରି ସ୍କିମ’, ଲୋକେ ଅସନ୍ତୁଷ୍ଟ

ନୂଆଦିଲ୍ଲୀ ୫।୪: ଦିଲ୍ଲୀରେ ବିଜେପି ସରକାର ହେବା ପରଠାରୁ ଗୋଟିଏ ପ୍ରଶ୍ନ ଉଠିଥିଲା ଆପ ସରକାର ଚଳାଇଥିବା ମାଗଣା ଯୋଜନା ଜାରି ରହିବ ନା ବନ୍ଦ ହୋଇଯିବ? ନିର୍ବାଚନ ପ୍ରଚାର କାଳରେ ବିଜେପି ସ୍ପଷ୍ଟ ଭାବେ କହିଥିଲା ଯେ ସବୁ ଫ୍ରି ସ୍କିମ ଜାରି ରଖାଯିବ। ହେଲେ ଏବେକା ରେଖା ଗୁପ୍ତା ସରକାର ଏକ ବଡ଼ ମାଗଣା ସୁବିଧାକୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ଖବର ଜଣାପଡିବା ପରେ ଜାତୀୟ ରାଜଧାନୀରେ ଜନ ଅସନ୍ତୋଷ ଦେଖା ଦେଇଛି। 

ଉଲ୍ଲେଖଯୋଗ୍ୟ ଯେ ରାଜଧାନୀ ଦିଲ୍ଲୀରେ କେଜରିୱାଲଙ୍କ ଆପ ସରକାର କାଳରେ ଅଟୋରିକ୍ସା, କଳା-ହଳଦିଆ ଟ୍ୟାକ୍ସି ଓ ଇକୋନମୀ କ୍ୟାବସ୍ ର ଫିଟନେସ୍ ଯାଞ୍ଚ ଫିକୁ ସମ୍ପୂର୍ଣ୍ଣ ଛାଡ କରିଦେଇଥିଲେ। ପୂର୍ବରୁ ଅଟୋ ରିକ୍ସା ପାଇଁ ଏହି ଫି ୨୦୦ ଟଙ୍କା ଥିଲା। ସେହପରି ଟ୍ୟାକ୍ସି ଚାଳକଙ୍କୁ ୪୦୦ ଟଙ୍କା ଦେବାକୁ ପଡୁଥିଲା। ତେବେ ଆପ ସରକାର ୨୦୨୦ ନିର୍ବାଚନ ପରେ ଏହି ଫି ଛାଡ କରିଦେଇଥିବାରୁ ଏ ବାବଦେ ଅଟୋ, ଟ୍ୟାକ୍ସି ଓ କ୍ୟାବ୍ ଚାଳକଙ୍କୁ ଟଙ୍କାଟିଏ ବି ଦେବାକୁ ପଡୁନଥିଲା। 

ହେଲେ ଏବେକା ରେଖା ଗୁପ୍ତାଙ୍କ ବିଜେପି ସରକାର ଏହି ସୁବିଧା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥି ପାଇଁ ପରିବହନ ବିଭାଗ ନୂଆ ଆଦେଶ ଜାରି କରିଛନ୍ତି। ଏବେ ରାଜଧାନୀ ଦିଲ୍ଲୀରେ ଟ୍ୟାକ୍ସି ଚାଳକଙ୍କୁ ସେମାନଙ୍କ ଗାଡିର ଫିଟନେସ୍ କରିବା ପାଇଁ ୩୦୦ ଟଙ୍କା ପୈଠ କରିବାକୁ ପଡିବ। ତେବେ ଅଟୋ ଚାଳକଙ୍କ ପାଇଁ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇ ନାହିଁ। ସେମାନଙ୍କ ବାହନର ଫିଟନେସ ପାଇଁ ନିର୍ଦ୍ଧାରିତ ଶୁଳ୍କ ଲାଗୁ ହେବ। 

ତେବେ ଜାତୀୟ ରାଜଧାନୀରେ ଅଟୋ ଓ ଟ୍ୟାକ୍ସି ୟୁନିୟନ ରେଖା ଗୁପ୍ତା ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି। ସେମାନଙ୍କ କହିବା କଥା ହେଲା ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ବାହନ ମାଲିକଙ୍କ ଉପରେ ଆର୍ଥିକ ବୋଝ ବଢିବ ଓ ଏହାର ସିଧା ପ୍ରଭାବ ଜାତୀୟ ରାଜଧାନୀରେ ଯାତାୟାତ କରୁଥିବା ଲୋକଙ୍କ ଭଡା ଉପରେ ପଡିବ। ଏଣୁ ସାଧାରଣ ଜନତା ଏହା ଦ୍ୱାରା ପ୍ରଭାବିତ ହେବେ। ଏହା ପୂର୍ବରୁ ରେଖା ଗୁପ୍ତା ସରକାର ଦିଲ୍ଲୀ ଡିଟିସି ବସରେ ମହିଳାଙ୍କ ପିଙ୍କ ଟିକେଟ୍ ବ୍ୟବସ୍ଥା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହା ବଦଳେ ମହିଳା ବସ୍ ଯାତ୍ରୀଙ୍କ ସ୍ମାର୍ଟ କାର୍ଡ ପଞ୍ଜିକରଣ କରାଯିବ ବୋଲି କହିଛନ୍ତି।