ମୁଖ୍ୟମନ୍ତ୍ରୀଙ୍କ ଆଗରେ ବିଜେଡି ବିଧାୟକ ଦେଲେ ବିବାଦୀୟ ବୟାନ, ଭାଜପା ମହିଳା ମୋର୍ଚ୍ଚାର ବିରୋଧ
ନବରଙ୍ଗପୁର,୧୦।୧୨(ସଦାଶିବ ପ୍ରହରାଜ): ବିଜେଡି ବିଧାୟକଙ୍କ ବିବାଦୀୟ ବୟାନ। କହିଲେ ସବୁ ମହିଳା ମୋ ମୋ ଗର୍ଲଫ୍ରେଣ୍ଡ। ଏଭଳି ବିବାଦୀୟ ବୟାନ ଦେଇଛନ୍ତି ନବରଙ୍ଗପୁର ଜିଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ନବରଙ୍ଗପୁର ଲୋକ ମହୋତ୍ସବ ମଣ୍ଡେଇ ଉଦ୍ଯାପନୀ ଦିବସରେ ମନୋହର ରନ୍ଧାରୀ ଅତିଥିଭାବେ ଯୋଗ ଦେଇଥିଲେ। ମଞ୍ଚରେ ଉଦ୍ବୋଧନରେ ବିଧାୟକ କହିଥିଲେ ଯେତେ ମନୁଷ୍ୟ ପିଲା ଅଛନ୍ତି ମୋର ବୟଫ୍ରେଣ୍ଡ ଓ ମହିଳା ମୋର ଗର୍ଲଫ୍ରେଣ୍ଡ। ତେବେ ମଞ୍ଚ ଉପରେ ବିଧାୟକଙ୍କର ଏପ୍ରକାର ବୟାନକୁ ଲୋକେ ହଜମ […] The post ମୁଖ୍ୟମନ୍ତ୍ରୀଙ୍କ ଆଗରେ ବିଜେଡି ବିଧାୟକ ଦେଲେ ବିବାଦୀୟ ବୟାନ, ଭାଜପା ମହିଳା ମୋର୍ଚ୍ଚାର ବିରୋଧ appeared first on Dharitri Odia News.
ନବରଙ୍ଗପୁର,୧୦।୧୨(ସଦାଶିବ ପ୍ରହରାଜ): ବିଜେଡି ବିଧାୟକଙ୍କ ବିବାଦୀୟ ବୟାନ। କହିଲେ ସବୁ ମହିଳା ମୋ ମୋ ଗର୍ଲଫ୍ରେଣ୍ଡ। ଏଭଳି ବିବାଦୀୟ ବୟାନ ଦେଇଛନ୍ତି ନବରଙ୍ଗପୁର ଜିଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ନବରଙ୍ଗପୁର ଲୋକ ମହୋତ୍ସବ ମଣ୍ଡେଇ ଉଦ୍ଯାପନୀ ଦିବସରେ ମନୋହର ରନ୍ଧାରୀ ଅତିଥିଭାବେ ଯୋଗ ଦେଇଥିଲେ।
ମଞ୍ଚରେ ଉଦ୍ବୋଧନରେ ବିଧାୟକ କହିଥିଲେ ଯେତେ ମନୁଷ୍ୟ ପିଲା ଅଛନ୍ତି ମୋର ବୟଫ୍ରେଣ୍ଡ ଓ ମହିଳା ମୋର ଗର୍ଲଫ୍ରେଣ୍ଡ। ତେବେ ମଞ୍ଚ ଉପରେ ବିଧାୟକଙ୍କର ଏପ୍ରକାର ବୟାନକୁ ଲୋକେ ହଜମ କରି ପାରିନାହାନ୍ତି। ଏହା ଅତ୍ୟନ୍ତ ଲଜ୍ଜାକର ଓ ଭାଜପା ଏହାକୁ ନିନ୍ଦା କରୁଛି ବୋଲି ମହିଳା ଭାଜପା ପକ୍ଷରୁ କୁହାଯାଇଛି। ଏଥିପାଇଁ ବିଧାୟକ ସମସ୍ତ ମହିଳାଙ୍କୁ କ୍ଷମା ମାଗନ୍ତୁ ବୋଲି ମଙ୍ଗଳବାର ଜିଲା ମହିଳା ଭାଜପା ଏକ ଖବରଦାତା ସମ୍ମିଳନୀକରି ଦାବି କରିଛି। ଏହା ନ କଲେ ଭାଜପା ମହିଳା ମୋର୍ଚ୍ଚା ମହିଳା କମିଶନରଙ୍କ ଦ୍ବାରସ୍ଥ ହେବ ବୋଲି ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶର୍ମିଷ୍ଠା ଦେଓ ଚେତାବନୀ ଦେଇଛନ୍ତି।
ଶର୍ମିଷ୍ଠା କହିଥିଲେ, ମଣ୍ଡେଇ ଜିଲାର କଳା ଓ ସଂସ୍କୃତିର ପର୍ବ। ମଣ୍ଡେଇ ସାମାଜିକ, ଅର୍ଥନୈତିକ ଓ କୃଷିଭିତ୍ତିକ ପ୍ରଦର୍ଶନୀର ମାଧ୍ୟମ। ଏପରି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଡାବୁଗାଁ ବିଧାୟକ ରନ୍ଧାରୀ ନିଜ ଉଦ୍ବୋଧନରେ ସମସ୍ତ ମହିଳା ମୋର ଗର୍ଲ ଫ୍ରେଣ୍ଡ ଆଶାଳୀନ ମନ୍ତବ୍ୟ ଦେଇଥିଲେ ବୋଲି କହିଥିଲେ। ଏଥିସହ କେବଳ ରନ୍ଧାରୀ ନୁହନ୍ତି, ରାଜ୍ୟ ସଭା ସଦସ୍ୟ ମୁଜିବୁଲ୍ଲା ଖାନ ମଣ୍ଡେଇର ପ୍ରଥମ ଦିନରେ ‘ଆହେ ଦୟାମୟ ବିଶ୍ବବିହାରୀ ପ୍ରାର୍ଥନାର ମୋର ଧନଜନ ଲୋଡ଼ା ନାହିଁ’ ଉକ୍ତିକୁ ସିନେ ତାରକା ଶ୍ରୀରାମ ପଣ୍ଡା ସନ୍ନ୍ୟାସୀ ହେବା ସହ ତୁଳନା କରିଥିଲେ। ଏହାକୁ ମଧ୍ୟ ଭାଜପା ପକ୍ଷରୁ ନିନ୍ଦା କରାଯାଇଥିବା ସେ କହିଥିଲେ। ଖବରଦାତା ସମ୍ମିଳନୀରେ ମମତା ମହାରଣା, କିଶୋରୀ ପଟ୍ଟନାୟକ, ଜିଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ ଓ କାହ୍ନୁ ଦାସ ଯୋଗଦେଇଥିଲେ।
The post ମୁଖ୍ୟମନ୍ତ୍ରୀଙ୍କ ଆଗରେ ବିଜେଡି ବିଧାୟକ ଦେଲେ ବିବାଦୀୟ ବୟାନ, ଭାଜପା ମହିଳା ମୋର୍ଚ୍ଚାର ବିରୋଧ appeared first on Dharitri Odia News.