ମୁଖ୍ୟମନ୍ତ୍ରୀଙ୍କ ଆସନରେ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା

ହିଞ୍ଜିଳିକାଟୁ,୧୪।୫(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ବିଧାନସଭା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଓଡ଼ିଆ ସିନେ ତାରକା ସବ୍ୟସାଚୀ ଓ ଅର୍ଚ୍ଚିତା ମଙ୍ଗଳବାର ବିଜେଡ଼ି ପାଇଁ ପ୍ରଚାର କରିଛନ୍ତି। ସିନେ ତାରକା ଦମ୍ପତିଙ୍କ ସହ ଆସିକା ଏମପି ପ୍ରାର୍ଥୀନୀ ରଞ୍ଜିତା ସାହୁ ମଧ୍ୟ ରାଲିରେ ଯୋଗ ଦେଇଛନ୍ତି। ମାରାଥନ ରୋଡ଼ ଶୋ ବେଳେ ଚଳଚ୍ଚିତ୍ର ତାରକା ଦମ୍ପତିଙ୍କୁ ବିଜେଡ଼ି ଦଳର ଯୁବ କର୍ମୀ ବାଇକ ରାଲିରେ ସ୍ବାଗତ କରି ନେଇଥିଲେ। ୬ ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ […] The post ମୁଖ୍ୟମନ୍ତ୍ରୀଙ୍କ ଆସନରେ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କ ଆସନରେ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା

ହିଞ୍ଜିଳିକାଟୁ,୧୪।୫(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ବିଧାନସଭା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଓଡ଼ିଆ ସିନେ ତାରକା ସବ୍ୟସାଚୀ ଓ ଅର୍ଚ୍ଚିତା ମଙ୍ଗଳବାର ବିଜେଡ଼ି ପାଇଁ ପ୍ରଚାର କରିଛନ୍ତି। ସିନେ ତାରକା ଦମ୍ପତିଙ୍କ ସହ ଆସିକା ଏମପି ପ୍ରାର୍ଥୀନୀ ରଞ୍ଜିତା ସାହୁ ମଧ୍ୟ ରାଲିରେ ଯୋଗ ଦେଇଛନ୍ତି। ମାରାଥନ ରୋଡ଼ ଶୋ ବେଳେ ଚଳଚ୍ଚିତ୍ର ତାରକା ଦମ୍ପତିଙ୍କୁ ବିଜେଡ଼ି ଦଳର ଯୁବ କର୍ମୀ ବାଇକ ରାଲିରେ ସ୍ବାଗତ କରି ନେଇଥିଲେ। ୬ ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ କରିବା ଓ ବିଜେଡ଼ି ଏମପି ପ୍ରାର୍ଥୀନୀ ରଞ୍ଜିତା ସାହୁଙ୍କୁ ଭୋଟ ଦେବାକୁ ସିନେ ତାରକା ସବ୍ୟସାଚୀ ଓ ଅର୍ଚ୍ଚିତା କହିଥିଲେ। ହିଞ୍ଜିଳିକାଟୁ ବ୍ଳକର ସାହାପୁର, ନନ୍ଦିକ, ରାଳବ ଛକ, ଶିକିରି, ହିଞ୍ଜିଳିକାଟୁ ମ୍ୟୁନିସିପାଲଟି ଅଞ୍ଚଳର ବିଭିନ୍ନ ଓ୍ବାର୍ଡ ବୁଲିବା ପରେ ସେମାନେ ଶେରଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ନିର୍ବାଚନୀ ରାଲିରେ ଯୋଗ ଦେଇଥିଲେ।

The post ମୁଖ୍ୟମନ୍ତ୍ରୀଙ୍କ ଆସନରେ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା appeared first on Dharitri Odia News.