ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବଡ଼ ଅଘଟଣ: ଭୁଶୁଡିଲା ଗେଟ୍‌

କୋଲକାତା,୨୪।୭: କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟକ୍ରମରେ ଅସ୍ଥାୟୀ ଗେଟ୍‌ ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଧନଧାନ୍ୟ ଅଡିଟୋରିୟମରେ ଅଭିନେତା ଉତ୍ତମ କୁମାରଙ୍କ ସ୍ମୃତିରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସିବାର ଅଧ ଘଣ୍ଟା ପୂର୍ବରୁ ରାସ୍ତାରେ ଅସ୍ଥାୟୀ ଗେଟ୍‌ ଭୁଶୁଡି ପଡିଥିଲା। ଏଥିରେ ଦୁଇ ଜଣ ଆହତ ହୋଇ କୋଲକାତାର ଏସଏସକେଏମ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଏହି ଘଟଣା ପରେ […] The post ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବଡ଼ ଅଘଟଣ: ଭୁଶୁଡିଲା ଗେଟ୍‌ appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବଡ଼ ଅଘଟଣ: ଭୁଶୁଡିଲା ଗେଟ୍‌

କୋଲକାତା,୨୪।୭: କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟକ୍ରମରେ ଅସ୍ଥାୟୀ ଗେଟ୍‌ ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଧନଧାନ୍ୟ ଅଡିଟୋରିୟମରେ ଅଭିନେତା ଉତ୍ତମ କୁମାରଙ୍କ ସ୍ମୃତିରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସିବାର ଅଧ ଘଣ୍ଟା ପୂର୍ବରୁ ରାସ୍ତାରେ ଅସ୍ଥାୟୀ ଗେଟ୍‌ ଭୁଶୁଡି ପଡିଥିଲା। ଏଥିରେ ଦୁଇ ଜଣ ଆହତ ହୋଇ କୋଲକାତାର ଏସଏସକେଏମ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରିସ୍ଥିତି ନିୟନ୍ତ୍ରଣରେ ରହିଛି।
ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମହାନ ଅଭିନେତା ଉତ୍ତମ କୁମାରଙ୍କ ୪୪ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଧନଧାନ୍ୟ ଅଡିଟୋରିୟମରେ ସୂଚନା ଓ ସାଂସ୍କୃତିକ ବ୍ୟାପାର ବିଭାଗ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
୨୦୨୧ରେ କ୍ଷମତା ବଜାୟ ରଖିବା ପରେ ତୃଣମୂଳ କଂଗ୍ରେସ ନେତୃତ୍ୱାଧୀନ ରାଜ୍ୟ ସରକାର ରାଜ୍ୟର ସବୁଠୁ ଲୋକପ୍ରିୟ ଅଭିନେତାଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରନ୍ତି। ୨୪ ଜୁଲାଇ ୧୯୮୦ରେ ଜନ୍ମ ହୋଇଥିବା ଉତ୍ତମ କୁମାର ତାଙ୍କର ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ସାହେବ ବିବି ଗୋଲାମ, ହରାନୋ ସୋର ଏବଂ ସପ୍ତବଦି ସାମିଲ ଅଛି।

The post ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବଡ଼ ଅଘଟଣ: ଭୁଶୁଡିଲା ଗେଟ୍‌ appeared first on Dharitri Odia News.