ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରି: ସିବିଆଇକୁ ଜବାବ ମାଗିଲେ ହାଇକୋର୍ଟ

ନୂଆଦିଲ୍ଲୀ, ୦୩।୦୭: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଖୁବ୍‌ଶୀଘ୍ର ନିୟମିତ ଜାମିନ ପାଇଁ ଆବେଦନ କରିବେ। ଏନେଇ କେଜ୍‌ରିଓ୍ବାଲଙ୍କ ଓକିଲ ମଙ୍ଗଳବାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କୁ ଜଣାଇଛନ୍ତି। ଗିରଫଦାରିକୁ ଚ୍ୟାଲେଞ୍ଜ କରି କେଜ୍‌ରିଓ୍ବାଲଙ୍କ ଆବେଦନ ଉପରେ ଜଷ୍ଟିସ୍‌ ନୀନା ବଂଶଲଙ୍କ ଖଣ୍ଡପୀଠ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ନୋଟିସ୍‌ ଜାରି କରିଛନ୍ତି। ୭ ଦିନ ମଧ୍ୟରେ ନୋଟିସ୍‌ର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ରେ ହେବ। ହାଜତ ମିଆଦକୁ […] The post ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରି: ସିବିଆଇକୁ ଜବାବ ମାଗିଲେ ହାଇକୋର୍ଟ appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରି: ସିବିଆଇକୁ ଜବାବ ମାଗିଲେ ହାଇକୋର୍ଟ

ନୂଆଦିଲ୍ଲୀ, ୦୩।୦୭: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଖୁବ୍‌ଶୀଘ୍ର ନିୟମିତ ଜାମିନ ପାଇଁ ଆବେଦନ କରିବେ। ଏନେଇ କେଜ୍‌ରିଓ୍ବାଲଙ୍କ ଓକିଲ ମଙ୍ଗଳବାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କୁ ଜଣାଇଛନ୍ତି। ଗିରଫଦାରିକୁ ଚ୍ୟାଲେଞ୍ଜ କରି କେଜ୍‌ରିଓ୍ବାଲଙ୍କ ଆବେଦନ ଉପରେ ଜଷ୍ଟିସ୍‌ ନୀନା ବଂଶଲଙ୍କ ଖଣ୍ଡପୀଠ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ନୋଟିସ୍‌ ଜାରି କରିଛନ୍ତି।

୭ ଦିନ ମଧ୍ୟରେ ନୋଟିସ୍‌ର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ରେ ହେବ। ହାଜତ ମିଆଦକୁ ବୃଦ୍ଧି କରିଥିବା କୋର୍ଟଙ୍କ ରାୟକୁ କେଜ୍‌ରିଓ୍ବାଲ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

The post ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରି: ସିବିଆଇକୁ ଜବାବ ମାଗିଲେ ହାଇକୋର୍ଟ appeared first on Dharitri Odia News.