ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ଅପରାଧୀ ହେବେ ସାବାଡ଼: ବୁଲିବ ବାଇକ୍ ପିସିଆର୍
କେନ୍ଦୁଝର,୧୧।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଦିନକୁ ଦିନ କେନ୍ଦୁଝରରେ ବଢୁଛି ଅପରାଧ। ଯେଉଁ ଜାଗାକୁ ପିସିଆର୍ ଭ୍ୟାନ୍ ଯାଇପାରିବ ନାହିଁ ସେଇଭଳି ଜାଗାରେ ଅପରାଧ ଭିଆଉଛନ୍ତି ଅପରାଧୀ। ଏହାକୁ ଆଖିଆଗରେ ରଖି ସୋମବାର କେନ୍ଦୁଝର ପୋଲିସ ଅପରାଧ ନିୟନ୍ତ୍ରଣ କରିବାକୁ ଏକ ବଡ଼ ପଦକ୍ଷେପ ନେଇଛି । ଅପରାଧ ଭିଆଉଥିବା ଜାଗାରେ ଖୁବ ଶୀଘ୍ର ପହଞ୍ଚିବା ପାଇଁ ଆରମ୍ଭ ହୋଇଛି ଅତ୍ୟାଧୁନିକ ବାଇକ୍ ପିସିଆର ସେବା। କେନ୍ଦୁଝର ଜିଲା ଟାଉନ ଥାନା ଅଞ୍ଚଳରେ ୧୦ଟି ପିସିଆର୍ ବାଇକ୍ ସେବା […] The post ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ଅପରାଧୀ ହେବେ ସାବାଡ଼: ବୁଲିବ ବାଇକ୍ ପିସିଆର୍ appeared first on Dharitri Odia News.
କେନ୍ଦୁଝର,୧୧।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଦିନକୁ ଦିନ କେନ୍ଦୁଝରରେ ବଢୁଛି ଅପରାଧ। ଯେଉଁ ଜାଗାକୁ ପିସିଆର୍ ଭ୍ୟାନ୍ ଯାଇପାରିବ ନାହିଁ ସେଇଭଳି ଜାଗାରେ ଅପରାଧ ଭିଆଉଛନ୍ତି ଅପରାଧୀ। ଏହାକୁ ଆଖିଆଗରେ ରଖି ସୋମବାର କେନ୍ଦୁଝର ପୋଲିସ ଅପରାଧ ନିୟନ୍ତ୍ରଣ କରିବାକୁ ଏକ ବଡ଼ ପଦକ୍ଷେପ ନେଇଛି ।
ଅପରାଧ ଭିଆଉଥିବା ଜାଗାରେ ଖୁବ ଶୀଘ୍ର ପହଞ୍ଚିବା ପାଇଁ ଆରମ୍ଭ ହୋଇଛି ଅତ୍ୟାଧୁନିକ ବାଇକ୍ ପିସିଆର ସେବା। କେନ୍ଦୁଝର ଜିଲା ଟାଉନ ଥାନା ଅଞ୍ଚଳରେ ୧୦ଟି ପିସିଆର୍ ବାଇକ୍ ସେବା ସୋମବାର ଆରମ୍ଭ ହୋଇଛି। ବାଇକ୍ରେ ଲାଗିଛି ସ୍ବତନ୍ତ୍ର କ୍ୟାମେରା, ସାଇରନ୍, ୱାକିଟକି, ଜିପିଏସ୍ ଭଳି ସେବା।
ବାଇକ୍ ପିସିଆର୍ ଯୋଗେ ପୋଲିସ ପାଟ୍ରୋଲିଂକୁ ଏବେ ଜୋରଦାର କରିବ। ଟାଉନ ଥାନା ଅଞ୍ଚଳର ଲୋକେ ୧୧୨କୁ କଲ୍ କରି ଏହି ସେବା ପାଇପାରିବେ। ଏହି ସେବା ଦ୍ବାରା ଅପରାଧ ନିୟନ୍ତ୍ରଣ ହୋଇ ପାରିବ ବୋଲି ପିସିଆର୍ ସେବା ଡିଏସ୍ପି ଜିତେନ୍ଦ୍ର କୁମାର ଦଳେଇ ସୂଚନା ଦେଇଛନ୍ତି।
The post ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ଅପରାଧୀ ହେବେ ସାବାଡ଼: ବୁଲିବ ବାଇକ୍ ପିସିଆର୍ appeared first on Dharitri Odia News.